ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ର ନୂତନ ଉପ ଜିଲ୍ଲାପାଳ ଭାବେ ଯୋଗ ଦେଲେ ଆଇଏସ ପ୍ରେକ୍ଷା ଅଗ୍ରୱାଲ

ଧର୍ମଗଡ ର ନୂତନ ଉପ ଜିଲ୍ଲାପାଳ ଭାବେ ଯୋଗ ଦେଲେ ଆଇଏସ ପ୍ରେକ୍ଷା ଅଗ୍ରୱାଲ

ପ୍ରେକ୍ଷା ଅଗ୍ରୱାଲ,ଆଇଏଏସ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ର ନୂତନ ଉପ ଜିଲ୍ଲାପାଳ ଭାବରେ ଯୋଗ ଦେଇଛନ୍ତି। ଆଜି ସେ ତାଙ୍କ କାର୍ଯ୍ୟଳୟ ରେ ଯୋଗଦାନ କରିବା ପରେ ସେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ସାକ୍ଷାତ କରିବା ସମୟରେ ସୁଶାସନ ସହିତ ସରକାରଙ୍କ ଜନହିତକର, ଲୋକାଭିମୁଖୀ ଯୋଜନା ଗୁଡ଼ିକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବା ସହିତ ସ୍ଥାନୀୟ ସମସ୍ୟାର ସମାଧାନ କରିବାକୁ ପ୍ରୟାସ କରିବି ବୋଲି ପ୍ରକାଶ କରିବା ସହିତ ଧର୍ମଗଡ ଅଂଚଳବାସୀଙ୍କ ସହଯୋଗ କାମନା କରିଥିଲେ l

ସୂଚନାଯୋଗ୍ୟ ଯେ,ପ୍ରେକ୍ଷା ଅଗ୍ରୱାଲ ଆଇଏଏସ୍ ଦ୍ୱିତୀୟ ପର୍ଯ୍ୟାୟ ତାଲିମ ସମାପ୍ତ କରିବା ପରେ ସେ ସଂପ୍ରତି ଉପଜିଲ୍ଲାପାଳ ଭାବରେ ନିଯୁକ୍ତି ପାଇଥିଲେ। ୨୦୨୨UPSC ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଭୂଗୋଳ କୁ ଇଚ୍ଛାଧୀନ ବିଷୟ ରଖି ସେ ତାଙ୍କର ଚତୁର୍ଥ ପ୍ରୟାସ ରେ ସର୍ବଭାରତୀୟ ସ୍ତରରେ ୩୦ତମ ସ୍ଥାନ ହାସଲ କରିଥିଲେ । ସେ ୨୦୧୮ ମସିହାରେ ଭୋପାଳର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଇଲେକ୍ଟ୍ରୋନିକ୍ସ ଏବଂ କମ୍ୟୁନିକେସନ୍ ଇଞ୍ଜିନିୟରିଂରେ ବି.ଟେକ୍ ପାସ୍ କରିଛନ୍ତି। 

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଲୋକଙ୍କ ୫୬ଟି ଅଭିଯୋଗ ଶୁଣିଲେ ଜିଲ୍ଲାପାଳ

masiha

ଧରକୋଟ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ବୈଠକ ଓ କର୍ମକର୍ତ୍ତା ଚୟନ

Sunil Chandra Nayak

ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମରେ ପାଳିତ ହେଲା ଅନ୍ତର୍ଜାତୀୟ ଯୋଗ ଦିବସ

Sunil Chandra Nayak

Leave a Comment

error: Content is protected !!