ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧାନ ବକ୍ରୀ ପାଇଁ ଚାଷୀ ପଞ୍ଜୀକରଣ ନେଇ ବାହାରିଲା ସଚେତନତା ରଥ

ଧାନ ବକ୍ରୀ ପାଇଁ ଚାଷୀ ପଞ୍ଜୀକରଣ ନେଇ ବାହାରିଲା ସଚେତନତା ରଥ 

ଡାବୁଗାଁ, ୭/୮ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କାର୍ଯ୍ୟ|ଳୟ ପରିସରରେ ଧାନ ବିକ୍ରି ପାଇଁ ଏକ ସଚେତନତା ରଥ ଉଦଘାଟିତ ହୋଇଯାଇଛି | ଏଥିରେ ବିଡିଓ ଶରତ ମାଝି ସଚେତନତା ରଥ କୁ ଉଦଘାଟନ କରିଥିଲେ | ଖରିଫ ୨୦୨୫-୨୬ ବର୍ଷ ରେ ଚାଷୀ ମାନେ ନିଜ ଜମିରେ ଚାଷ କରି ଧାନ କୁ ଉଚିତ ମୂଲ୍ୟରେ ଧାନ ମଣ୍ଡି ରେ ଧାନ ସରକାର ଙ୍କୁ ବିକ୍ରି କରିପାରିବେ ସେ ନେଇ କିପରି ଚାଷୀ ମାନେ ପଞ୍ଜୀକରଣ କରିବେ, କେଉଁ ଠାରେ ପଞ୍ଜୀକରଣ କରିବେ ଓ ବ୍ଲକ ର ସମସ୍ତ ଚାଷୀ ମାନେ ଶୀଘ୍ର ପଞ୍ଜୀକରଣ କରିବା ପାଇଁ ଏହି ସଚେତନତା ରଥ ବ୍ଲକ ର ସମସ୍ତ ପଞ୍ଚାୟତ ଓ ଗ୍ରାମରେ ବୁଲି ଡାକବାଜି ଜନ୍ତ୍ର ମାଧ୍ୟମରେ ଚାଷୀ ମାନଙ୍କୁ ସଚେତନ କରିବ | ଏହି ରଥ ଉଦଘାଟନ ସମୟରେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ଯୋଗାଣ ନିରିକ୍ଷକ ସିପ୍ରା ସାମଲ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ. ଡି ପ୍ରସାଦ, ସେକସନ ଅଫିସର ମନମୋହୀନି ହଲଦାର, କନିଷ୍ଠ କିରାଣୀ ଶେଫାଳି ଦେ, ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ, ସାମୁଏଲ ସାଧୁ ଓ ଚାଷୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ପଞ୍ଚାୟତସ୍ତରୀୟ ନବମ ଯାଦବ ମହାସଭା ବୈଠକ ଅନୁଷ୍ଠିତ

masiha

ସ୍ବତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ସର୍ବଦଳୀୟ ବୈଠକ ବୁଥ୍ ସ୍ତରୀୟ ଏଜେଣ୍ଟଙ୍କ ତାଲିକା ଦେବା ପାଇଁ ରାଜନୈତିକ ଦଳଙ୍କୁ ଅନୁରୋଧ 

ଆଗକୁ ବର୍ଷା ଦିନକୁ ନଜରରେ ରଖି ପୈାରପାଳିକା ସଫେଇ କର୍ମଚାରୀମାନେ ଡ୍ରେନଗୁଡିକୁ ସଫା କରିବାରେ ବ୍ୟସ୍ତ

Leave a Comment

error: Content is protected !!