ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଞ୍ଚଳ ଗୁମ୍ମା ପାତ୍ର ପୁଟ ରାସ୍ତାରେ ଗର୍ତ୍ତ : କାହାରି ନିଘା ନାହିଁ 

ଅଞ୍ଚଳ ଗୁମ୍ମା ପାତ୍ର ପୁଟ ରାସ୍ତାରେ ଗର୍ତ୍ତ : କାହାରି ନିଘା ନାହିଁ 

ତେନ୍ତୁଳିଖୁଣ୍ଟି ୦୯/୦୮/୨୫ — ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ୯ ଥର ର ସାଂସଦ ଖଗପତି ପ୍ରଧନୀ ତଥା ପୂର୍ବତନ ବିଧାୟକ ସଦାଶିବ ପ୍ରଧନୀ ଙ୍କ ନିଜସ୍ଵ ଗ୍ରାମ ପ।ତ୍ରପୁଟ ଗ୍ରାମ ର ମୁଖ୍ୟ ରାସ୍ତା ରେ ଥିବା କୋଲଭର୍ଟ ଠାରେ ଦୁଇଟି ଗାତ ହୋଇଯାଇଛି ଯାହାକି ଭିତରେ ପୁରା ସୁଡ଼ଙ୍ଗ ସୃଷ୍ଠି ହୋଇଯାଇଛି ।ଏହା ଅଞ୍ଚଳଗୁମ୍ମା ଠାରୁ ପାତ୍ରପୁଟ ରାସ୍ତା ରେ।ପୂର୍ବତନ ବିଧାୟକ ଓ ସାଂସଦ ଙ୍କ ନିଜସ୍ଵ ଗ୍ରାମ ହୋଇଥିଲେ ମଧ୍ୟ ଦୃଷ୍ଟି ଆଢ଼ୁଆଳେ ରହିବା ଦୁଃଖ ଦାୟକ ।ପ୍ରକାଶ ଥାଉକି ଗତ ବର୍ଷ ସେହି ରାସ୍ତା ନିର୍ମାଣ ହୋଇଥିଲା ଏବଂ ବର୍ତମାନ ପର୍ଯ୍ୟନ୍ତ ଉକ୍ତ ରାସ୍ତା କାମ ସଂପୂର୍ଣ୍ଣ ହୋଇ ନଥିବା ବେଳେ ଗର୍ତ୍ତ ହୋଇ ଭାଙ୍ଗିବାକୁ ବସିଲାଣି ।ସରକାରଙ୍କ ଦ୍ଵାରା କୋଟି କୋଟି ଟଙ୍କା ବ୍ୟୟ ଅଟକଳ ରେ ଏପରି କାର୍ଯ୍ୟ ହେଉଥିବା ବେଳେ କିଭଳି ଭାବେ ବିଭାଗୀୟ ଅଧିକାରୀ ଙ୍କ ନିରୀକ୍ଷଣ ରେ ଏଭଳି ନିମ୍ନ ମାନର ର କାମ ହେଉଛି।ଯଦି ଏଭଳି ବିଧାୟକ, ସାଂସଦ ଙ୍କ ଗ୍ରାମରେ ସଂଯୋଗୀକରଣ ରାସ୍ତାର ଅବସ୍ଥା ଏହିଭଳି ତାହେଲେ ତେନ୍ତୁଳିଖୁଣ୍ଟି ବ୍ଲକର ଆଭ୍ୟନ୍ତରୀଣ ଅଞ୍ଚଳ ଗୁଡିକର କାର୍ଯ୍ୟ କିଭଳି ହେଉଥିବ ତାହା ସହଜ ରେ ଅନୁମେୟ।ବର୍ତ୍ତମାନ ର ନୂତନ ସରକାର ଏଭଳି କାର୍ଯ୍ୟ ଉପରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି।ଏବେ ଦେଖିବାକୁ ବାକି ରହିଲା କେତେ ଦିନ ମଧ୍ୟରେ ଏହା ଉପରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ରାଜେଶ୍ ରୋଶ ନ କହିଲେ ଆମ ନଜର କୁ ଆସି ନଥିଲା ତ୍ୱରିତ ତାହାର ପ୍ରତିକାର କରାଯିବ।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ଶ୍ରୀ ଜଗନ୍ନାଥ ଅର୍ପଣ ରଥ ବନ୍ଧୁଗାଁ ବ୍ଲକର ୪ ଟି ପଞ୍ଚାୟତ ପରିକ୍ରମା

masiha

ଵାସିଙ୍ଗି ରେ ଟିଭିଏସ୍ ଏକ୍ସେଲକୁ ପଛରୁ ପିଟିଲା ନୂଆ ହାଇଭା,ଟିଭିଏସ୍ ଆରୋହୀ ମୃତ; କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ

masiha

ଜୁନାଗଡ ଡାକ୍ତରଖାନା କୁ ଉପଖଣ୍ଡ ଚିକିତ୍ସାଲୟ ଦାବୀ ନେଇ ସଚେତନ ନାଗରିକ କମିଟି ପକ୍ଷ୍ୟରୁ ସ୍ଵସ୍ଥ୍ଯ ମନ୍ତ୍ରୀ ଙ୍କୁ ଦାବିପତ୍ର 

masiha

Leave a Comment

error: Content is protected !!