ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଜିଲ୍ଲା ସୈନିକ ବୋର୍ଡ ଠାରେ ଆଇନ ସହାୟତା କେନ୍ଦ୍ର ଉଦ୍‌ଘାଟିତ

କଳାହାଣ୍ଡି ଜିଲ୍ଲା ସୈନିକ ବୋର୍ଡ ଠାରେ ଆଇନ ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଓଡିଶା ରାଜ୍ୟ ଆଇନ ସେବା ପ୍ରାଧୁକରଣର ନିର୍ଦ୍ଦେଶ କ୍ରମେ କଳାହାଣ୍ଡି ଜିଲ୍ଲା ସୈନିଜ ବୋର୍ଡ ଠାରେ ଆଜି ତା; ୧୦.୦୮.୨୦୨୫ ରିଖ ଦିନ ଘ; ୯.୩୦ ସମୟରେ ଆଇନ ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଅଛି । ଉକ୍ତ ଆଇନ ସହାୟତା କେନ୍ଦ୍ରଟିକୁ ଭାରପ୍ରାପ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧୁକରଣ ଅଧ୍ୟକ୍ଷ, ଶ୍ରୀ ରାଜିବ ଲୋଚନ ସାହୁ ଉଦ୍‌ଘାଟନ କରିଥିଲେ । ଉକ୍ତ ଉଦ୍‌ଘାଟନ ଉତ୍ସବରେ ସଚିବ ସ୍ନିଗ୍‌ଧା ପଣ୍ଡା,ଡେପୁଟି ଚିଫ ଲିଗାଲ ଏଡ୍ ଡିଫେନ୍ସ କାଉନସିଲ ସଞ୍ଜୟ କୁମାର ବେହେରା,ପାରାଲିଗାଲ ସେଛାସେବୀ ଓ ଜିଲ୍ଲା ସୈନିକ ବୋର୍ଡର କର୍ମଚାରି ପ୍ରମୁଖ ଉପସ୍ଥିତ ଥିଲେ । ଏହି ସହାୟତା କେନ୍ଦ୍ର ଠାରେ ମାଗଣାରେ ପ୍ରତିରକ୍ଷା କର୍ମଚାରି,ସେବା ନିବୃତ ସୈନିଜ ଓ ତାଙ୍କ ପରିବାର କେମିତି ମାଗଣାରେ ଆଇନ ସହାୟତା ପାଇପାରିବେ ତାହା ଏହି ଆଇନ ସହାୟତା କେନ୍ଦ୍ରର ମୂଳଲକ୍ଷ ଅଟେ । ଏହି ଉଦଘାଟନ ଉତ୍ସବରେ ଜିଲ୍ଲା ଆଇନ ସେବା ପ୍ରାଧୁକରଣର କର୍ମଚାରି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

 ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ

Related posts

ବିଜେଡ଼ି ବ୍ଲକ ସଭାପତିଙ୍କ ଅନୁପସ୍ଥିତିରେ ବ୍ଲକ ସ୍ତରୀୟ ବନ୍ଧୁ ମିଳନ

masiha

ଖଇରମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

masiha

ସନ୍ତୋଷ ସିଂଦେଓଙ୍କୁ ଦେବଗିରି ସାମ୍ବାଦିକତା ସମ୍ମାନ

masiha

Leave a Comment

error: Content is protected !!