ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

” କାପୁଡ଼ିଆ ସମାଜ ” ତରଫରୁ ବଳଦେବ ଜୀୟୁ ଙ୍କ ଜନ୍ମୋତ୍ସବ ଓ ରକ୍ଷା ବନ୍ଧନ ପାଳିତ

” କାପୁଡ଼ିଆ ସମାଜ ” ତରଫରୁ ବଳଦେବ ଜୀୟୁ ଙ୍କ ଜନ୍ମୋତ୍ସବ ଓ ରକ୍ଷା ବନ୍ଧନ ପାଳିତ

କାମାକ୍ଷାନଗର (ମନିସ)9/8/25 — ଭୁବନ ରେ ସର୍ବାଧିକ ତଥା ଜନ ବହୁଳ ଜାତି / ସମ୍ପ୍ରଦାୟ ” କାପୁଡ଼ିଆ ସମାଜ” ତରଫରୁ ବିପୁଳ ଉତ୍ସାହ ଉଦ୍ଦୀପନା ଓ ଶ୍ରଦ୍ଧା ଭକ୍ତି ର ସହ ବଳଦେବ ଜୀୟୁ ଙ୍କ ଜନ୍ମୋତ୍ସବ ଓ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନ ରେ ବେହେରା ସାହି ସ୍ଥିତ ମନ୍ଦିରରେ ପ୍ରଭୁ ବଳଦେବ ଜୀୟୁ ଙ୍କ ପୂଜାର୍ଚ୍ଚନା କରାଯାଇ ଗୋ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂର୍ବତନ ତଥା ବରିଷ୍ଠ କର୍ମକର୍ତ୍ତା ଓ ଯୁବକ ମାନଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇଥିଲା । ଅପରାହ୍ନ ୨ ଘଟିକା ସମୟ ରେ ପ୍ରଭୁ ବଳଦେବଜୀୟୁ ଓ ରାଧା କୃଷ୍ଣଙ୍କୁ ଏକ ସୁସଜ୍ଜିତ ବିଭାନ ରେ ବସାଇ ବାଜା, ପାରମ୍ପରିକ ବାଦ୍ୟ, ଶିଙ୍ଗ ବାଜା,ଭାଙ୍ଗଡା ବାଜା,ସଙ୍କୀର୍ତ୍ତନ ମଣ୍ଡଳୀ ଙ୍କ ଗହଣ ରେ ସହର ପରିକ୍ରମା କରାଯାଇଥିଲା । କାପୁଡ଼ିଆ ସମାଜ ଭୁବନ, ସଭାପତି ରାମ ଚନ୍ଦ୍ର ରାଉତ ଙ୍କ ନେତୃତ୍ୱ ,ରାଜ୍ୟ ସଂଗଠନ ସମ୍ପାଦକ ଦିଲୀପ କୁମାର ଦାସ ଙ୍କ ତତ୍ତ୍ୱାବଧାନ ଓ ୨୦ ଜଣ ବେହେରା,୨୦ ଜଣ ପରିମାଣିକ ଏବଂ କାପୁଡିଆ ଯୁବକ ସଂଘ କର୍ମକର୍ତ୍ତା ମାନେ ଯାତ୍ରାର ନେତୃତ୍ୱ ନେଇଥିଲେ।  ପ୍ରାୟ ୩ ହଜାର ରୁ ଉର୍ଦ୍ଧ୍ବ କାପୁଡିଆ ସମାଜ ବ୍ୟକ୍ତି ଯାତ୍ରାରେ ସାମିଲ ହୋଇ ଅନ୍ୟ ଜାତି/ସମ୍ପ୍ରଦାୟ ବ୍ୟକ୍ତି ଙ୍କ ହାତରେ ରାକ୍ଷୀ ବାନ୍ଧି ଭାଇଚାରା ସୃଷ୍ଟି କରିଥିଲେ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଜିଲ୍ଲା ପରିଷଦ କାର୍ଯ୍ୟାଳୟ ର ବରିଷ୍ଠ ରାଜସ୍ୱ ସହାୟକ ଙ୍କ ଦେହାନ୍ତ ରେ ଶୋକ ସଭା ସହିତ ସ୍ମୃତି ଚାରଣ 

masiha

ମଳମୁଣ୍ଡା ରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ରେ ଆର୍ଥିକ ସହାୟତା ବଣ୍ଟନ ଶିବିର 

masiha

ଶ୍ରୀରାମ ପ୍ରତିଧ୍ୱନୀରେ ମୁଖରିତ ହେଲା ସମଗ୍ର ଜୁନାଗଡ଼

Sunil Chandra Nayak

Leave a Comment

error: Content is protected !!