ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

” କାପୁଡ଼ିଆ ସମାଜ ” ତରଫରୁ ବଳଦେବ ଜୀୟୁ ଙ୍କ ଜନ୍ମୋତ୍ସବ ଓ ରକ୍ଷା ବନ୍ଧନ ପାଳିତ

” କାପୁଡ଼ିଆ ସମାଜ ” ତରଫରୁ ବଳଦେବ ଜୀୟୁ ଙ୍କ ଜନ୍ମୋତ୍ସବ ଓ ରକ୍ଷା ବନ୍ଧନ ପାଳିତ

କାମାକ୍ଷାନଗର (ମନିସ)9/8/25 — ଭୁବନ ରେ ସର୍ବାଧିକ ତଥା ଜନ ବହୁଳ ଜାତି / ସମ୍ପ୍ରଦାୟ ” କାପୁଡ଼ିଆ ସମାଜ” ତରଫରୁ ବିପୁଳ ଉତ୍ସାହ ଉଦ୍ଦୀପନା ଓ ଶ୍ରଦ୍ଧା ଭକ୍ତି ର ସହ ବଳଦେବ ଜୀୟୁ ଙ୍କ ଜନ୍ମୋତ୍ସବ ଓ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନ ରେ ବେହେରା ସାହି ସ୍ଥିତ ମନ୍ଦିରରେ ପ୍ରଭୁ ବଳଦେବ ଜୀୟୁ ଙ୍କ ପୂଜାର୍ଚ୍ଚନା କରାଯାଇ ଗୋ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂର୍ବତନ ତଥା ବରିଷ୍ଠ କର୍ମକର୍ତ୍ତା ଓ ଯୁବକ ମାନଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇଥିଲା । ଅପରାହ୍ନ ୨ ଘଟିକା ସମୟ ରେ ପ୍ରଭୁ ବଳଦେବଜୀୟୁ ଓ ରାଧା କୃଷ୍ଣଙ୍କୁ ଏକ ସୁସଜ୍ଜିତ ବିଭାନ ରେ ବସାଇ ବାଜା, ପାରମ୍ପରିକ ବାଦ୍ୟ, ଶିଙ୍ଗ ବାଜା,ଭାଙ୍ଗଡା ବାଜା,ସଙ୍କୀର୍ତ୍ତନ ମଣ୍ଡଳୀ ଙ୍କ ଗହଣ ରେ ସହର ପରିକ୍ରମା କରାଯାଇଥିଲା । କାପୁଡ଼ିଆ ସମାଜ ଭୁବନ, ସଭାପତି ରାମ ଚନ୍ଦ୍ର ରାଉତ ଙ୍କ ନେତୃତ୍ୱ ,ରାଜ୍ୟ ସଂଗଠନ ସମ୍ପାଦକ ଦିଲୀପ କୁମାର ଦାସ ଙ୍କ ତତ୍ତ୍ୱାବଧାନ ଓ ୨୦ ଜଣ ବେହେରା,୨୦ ଜଣ ପରିମାଣିକ ଏବଂ କାପୁଡିଆ ଯୁବକ ସଂଘ କର୍ମକର୍ତ୍ତା ମାନେ ଯାତ୍ରାର ନେତୃତ୍ୱ ନେଇଥିଲେ।  ପ୍ରାୟ ୩ ହଜାର ରୁ ଉର୍ଦ୍ଧ୍ବ କାପୁଡିଆ ସମାଜ ବ୍ୟକ୍ତି ଯାତ୍ରାରେ ସାମିଲ ହୋଇ ଅନ୍ୟ ଜାତି/ସମ୍ପ୍ରଦାୟ ବ୍ୟକ୍ତି ଙ୍କ ହାତରେ ରାକ୍ଷୀ ବାନ୍ଧି ଭାଇଚାରା ସୃଷ୍ଟି କରିଥିଲେ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଜନଜାତି ସୁରକ୍ଷା ମଞ୍ଚ ଡ଼ାବୁଗାଁ ମଣ୍ଡଳ ବୈଠକ

masiha

ଲେଖା ନିୟନ୍ତ୍ରକ, ଓଡିଶା କାର୍ଯ୍ୟାଳୟର ପ୍ରୟାସରେ କବିସୂର୍ଯ୍ୟ ନଗରର ଅନିତାଙ୍କୁ ମିଳିଲା ନ୍ୟାୟ

Sunil Chandra Nayak

ପୋଟେସ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

masiha

Leave a Comment

error: Content is protected !!