ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋରୁମହିଷାଣୀ ଯୁକ୍ତ ୨ ଆଇରନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏଡ୍ସ,ସିକିଲ ସେଲ,ହେପାଟାଇଟସ୍ – ବି ଏବଂ ବିଭିନ୍ନ ରୋଗ ସମ୍ବନ୍ଧୀୟ ସଚେତନା କାର୍ଯ୍ୟକ୍ରମ

ଗୋରୁମହିଷାଣୀ ଯୁକ୍ତ ୨ ଆଇରନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏଡ୍ସ,ସିକିଲ ସେଲ,ହେପାଟାଇଟସ୍ – ବି ଏବଂ ବିଭିନ୍ନ ରୋଗ ସମ୍ବନ୍ଧୀୟ ସଚେତନା କାର୍ଯ୍ୟକ୍ରମ

 ମୟୂରଭଂଜ- ୧୨/୮  — ଦିନକୁ ବିଭିନ୍ନ ପ୍ରକାରର ରୋଗ ମଣିଷ ଜୀବନ କବଳିତ ହେଉଛି ।ତେଣୁ ସମସ୍ତେ ରୋଗ କାରଣ ଓ ନିରାକରଣ ଉପରେ ଅଳ୍ପେ ବହୁତେ ସଚେତନତା ଆବଶ୍ଯକତା ରହିଛି ।ବିଶେଷତଃ ଯୁବକମାନେ ଦେଶର ଭବିଷ୍ୟତ । ‌ସେମାନଙ୍କ ଅସାବଧାନତା ଓ ଅସେଚନତା ଯୋଗୁଁ ବହୁ ଦୁରାରୋଗ୍ୟ ରେ ସଂକ୍ରମିତ ହେଉଛନ୍ତି ।ସାଂପ୍ରତିକ ପରିସ୍ଥିତିରେ ଯୁବ ଵର୍ଗ ଏଡ୍ସ,ଏଚଆଇଭି,ସିକିଲ ସେଲ,ହେପାଟାଇଟିସ- ବି ଏବଂ ସିଂ,ଜଣ୍ଡିସ ଭଳି ମାରାତ୍ମକ ରୋଗରେ ପିଡିତ ହୋଇ ଅକାଳରେ ଜୀବନ ହାରୁଛନ୍ତି ।ଏହାକୁ ନେଇ କେନ୍ଦ୍ର ଓ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଯୁବ ସମାଜକୁ ସଚେତନତା କରାଇବା ପାଇଁ ସ୍କୁଲ,କଲେଜ ବିଭିନ୍ନ ସ୍ଥାନରେ ସ୍ଵାସ୍ଥ୍ଯ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଉଛି ।ଆଜି ମଙ୍ଗଳବାର ଦିନ ଗୋରୁମହିଷାଣୀ ସ୍ଥିତ ଯୁକ୍ତ ୨ ଆଇରନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି,ସିଡବ୍ଲ୍ଯୁସିଡି ଏବଂ ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ମିଳିତ ଆନୁକୁଲ୍ୟରେ ଏଚଆଇଭି/ ଏଡ୍ସ,ସିକିଲ ସେଲ,ଜଣ୍ଡିସ,ହେପାଟାଇଟିସ – ବି ଏବଂ ସି ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥିଭାଵେ ରାଇରଙ୍ଗପୁର ଏସଡିଏମଓ ଡଃ ରବୀନ୍ଦ୍ରନାଥ ମାରାଣ୍ଡି,ଶିକ୍ଷାନୁଷ୍ଠାନର‌ ଅଧ୍ଯକ୍ଷ ପ୍ରଦୀପ ସାହୁ,,ମେଡିକାଲ ଅଫିସର ଡଃ ନିବେଦିତା ମୁନ୍ଦତି, ଓଡିଆ ଅଧ୍ୟାପକ ଡଃ ଦିଗମ୍ବର ଗିରି, ଗଣିତ ଅଧ୍ୟାପକ ରବିନାରାୟଣ କର,ଅଧ୍ୟାପକ ତପନ ସମାଦ,ଅଧ୍ୟାପକ ଅଶୋକ ଶତପଥୀ, ଅଧ୍ୟାପକ ପ୍ରକାଶ ମଣ୍ଡଳ,ଅଧ୍ୟାପକ ଅନନ୍ତ ଚରଣ ସ୍ବାଇଁ ,କ୍ରୀଡା ଶିକ୍ଷକ ଖଗେନ୍ଦ୍ର‌ ମଣ୍ଡଳ,ଜିଲ୍ଲା ସିସିଟିଭି ସୁପରଭାଇଜର ବୈକୁଣ୍ଠନାଥ ସାଲ,ଜଳେନ୍ଦ୍ର ନାଥ ରଣା    ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ସମସ୍ତେ ଏହି ରୋଗ ଉପରେ କାରଣ,ନିରାକରଣ,ଡାକ୍ତରଙ୍କ ପରାମର୍ଶ,ସଠିକ ସମୟରେ ଔଷଧ ସେବନ,ନିଜକୁ ସଚେତନ କରାଇବା ଉପରେ ଆଲୋକପାତ କରିଥିଲେ ।ରୋଗ କୁ ଡର ନାହିଁ କି ଲାଜ କର ନାହିଁ ।ସଠିକ ସମୟରେ ଡ଼ାକ୍ତରଙ୍କ ପରାମର୍ଶ ନେଇ ଚାଲିଲେ ନିଜେ ସୁରକ୍ଷିତ ହେବା ସହ ନିଜର ପରିବାର ସୁରକ୍ଷିତ ରହିପାରିବ।ମଣିଷ ଜୀବନ ଦୁର୍ଲଭ ।ତେଣୁ ବିପଥଗାମୀ, ଅସାବଧାନତା ଓ ଅସେଚତନ ନ ହୋଇ ଜୀବନ ଓ ଶରୀର ପ୍ରତି ଧ୍ୟାନ ଦେବା ଉଚିତ ବୋଲି କହିଥିଲେ ।ଏହି କାର୍ଯ୍ୟକ୍ରମରେ ସ୍କୁଲର ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।କାର୍ଯ୍ଯକ୍ରମକୁ ସିଡବ୍ଲ୍ଯସିଡିର ପ୍ରିୟଙ୍କା ଗିରି,ଯଶୋଦା ମଣ୍ଡଳ ପରିଚାଳନାରେ ସହଯୋଗ କରିଥିଲେ ।

ମୟୂରଭଂଜରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

 

Related posts

ପ୍ରାଥମିକ ଶିକ୍ଷକଙ୍କ ରଣହୁଙ୍କାର: ଦାବି ନ ମାନିଲେ ଖୋଲିବୁନି ସ୍କୁଲ୍ ,ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲରେ ତାଲା

masiha

ଇଣ୍ଡୋନେସିଆ ଭାଷାରେ ଅନୁବାଦିତ ହେଲା ଡ଼.ନିଆଲଙ୍କ କବିତା

masiha

ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ପିଏମ୍ ଜନମନ ଅନ୍ତର୍ଗତ ଜନସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!