ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତାଳଚେର ପୋଲିସ ଦ୍ୱାରା ଦୁଇ ବ୍ରାଉନ ସୁଗାର ବେପାରୀ ଗିରଫ; ୧୦.୩୨ ଗ୍ରାମ ବ୍ରାଉନ ସୁଗାର ଜବତ

ତାଳଚେର ପୋଲିସ ଦ୍ୱାରା ଦୁଇ ବ୍ରାଉନ ସୁଗାର ବେପାରୀ ଗିରଫ; ୧୦.୩୨ ଗ୍ରାମ ବ୍ରାଉନ ସୁଗାର ଜବତ

 ତାଳଚେର (ମନିସ)12/8/25 —  ତାଳଚେର ପୋଲିସ ଦ୍ୱାରା ଦୁଇ ବ୍ରାଉନ ସୁଗାର ବେପାରୀଙ୍କୁ କାବୁ କରାଯିବା ସହ ସେମାନଙ୍କ ଠାରୁ ବ୍ରାଉନ ସୁଗାର ଓ ନଗଦ ଅର୍ଥ ଜବତ କରାଯାଇଛି । ବିଶେଷ ସୂତ୍ରରୁ ଖବର ପାଇ ଅନୁଗୋଳ ଏସପିଙ୍କ ନିର୍ଦ୍ଦେଶରେ ତାଳଚେର, ଏସଡିପିଓଙ୍କ ତତ୍ୱାବଧାନରେ ତାଳଚେର ଥାନା ଅଧିକାରୀ ଦିଗବିଜୟ ବିଶ୍ୱାଳ ଏସଆଇ ସତ୍ୟବ୍ରତ ରାଉତଙ୍କ ନେତୃତ୍ୱରେ ଏକ ଟିମ୍ ପ୍ରସ୍ତୁତ କରି ବ୍ରାଉନ ସୁଗାର ବିକ୍ରି ଉପରେ ଚଢାଉ କରିବା ପାଇଁ ସନ୍ଥପଡ଼ା ଅଂଚଳକୁ ପଠାଇଥିଲେ । ଏସଆଇ ସତ୍ୟବ୍ରତ ରାଉତଙ୍କ ନେତୃତ୍ୱରେ ସଫଳ ପୂର୍ବକ ଚଢାଉ କରି ସନ୍ଥପଡ଼ା ବସଷ୍ଟାଣ୍ଡ ପାଖରୁ ଜଣେ ମହିଳା ଏବଂ ଜଣେ ପୁରୁଷଙ୍କୁ କାବୁ କରି ସେମାନଙ୍କ ପାଖରୁ ୧୦.୩୨ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହିତ ସେମାନଙ୍କ ପାଖରୁ ନଗଦ ୨୭,୦୬୦ ଟଙ୍କା ଜବତ କରିବାରେ ସକ୍ଷମ ହୋଇଥିଲେ । ଜବତ ୧୦.୩୨ ଗ୍ରାମ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ଏକ ଲକ୍ଷ ବତିଶି ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି । ଏହି ଚଢ଼ାଉ ଟିମ୍ ରେ ଏସଆଇ ସତ୍ୟବ୍ରତ ରାଉତ, ଏଏସଆଇ ରବୀନ୍ଦ୍ରନାଥ ମହାନନ୍ଦ, ଏଏସଆଇ ଲକ୍ଷ୍ମୀ ଗଡ଼ନାୟକ, ହାବିଲଦାର ବିମଳ ଗୋଛାୟତ,କନେଷ୍ଟବଳ ଅମରେନ୍ଦ୍ର ନାୟକ, କନେଷ୍ଟବଳ କୃଷ୍ଣ ଚନ୍ଦ୍ର ବେହେରା, କନେଷ୍ଟବଳ ଦିଲ୍ଲୀପ କୁମାର ପାଣି ସାମିଲ ଥିଲେ । ତେବେ ତଦନ୍ତ ସମୟରେ ଅଭିଯୁକ୍ତଙ୍କ ନାମ ସୁଧାଂଶୁ ସିଂହ ଓ ଅଞ୍ଜଳି ସିଂହ ଏବଂ ସେମାନଙ୍କ ଘର ବଅଁରପାଳ ଅଂଚଳର ପାଣିଗୋଳା ଗ୍ରାମରେ ବୋଲି ଜଣା ପଡିଥିଲା । ସେମାନେ ସମ୍ପର୍କରେ ମାଆ ପୁଅ ଅଟନ୍ତି ଓ କିଛି ମାସ ହେବ ସେମାନେ ବାଲେଶ୍ୱର ଅଂଚଳରୁ ବ୍ରାଉନ ସୁଗାର ଆଣି ତାଳଚେର ଓ ବଅଁରପାଳ ଅଂଚଳରେ ଛୋଟ ଛୋଟ ଚିଟ କରି ଚଢା ମୂଲ୍ୟରେ ବିକ୍ରି କରୁଥିବାର ସ୍ୱୀକାର କରିଥିଲେ । ତେବେ ଆଜି ସକାଳେ ସେ ଦୁହେଁ ସନ୍ଥପଡ଼ା ଜଟିଆ ବ୍ରିଜ ପାଖାପାଖି ଥିବା ବସଷ୍ଟାଣ୍ଡ ପାଖରେ କିଛି ଚିଟ ବିକ୍ରି କରି ବଡ ଗ୍ରାହକକୁ ଅପେକ୍ଷା କରିଥିବା ସମୟରେ ପୋଲିସ ହାତରେ ଧରାପଡିଥିଲେ । ଆଜି ସେ ଦୁହିଁକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଆଜାଦୀ କା ଅମୃତ ମହୋତ୍ସବ ଏବଂ ମିଶନ ଲାଇଫ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

Sunil Chandra Nayak

ଶାନ୍ତି ଶକ୍ତି ଭବନରେ ଆଧ୍ଯାତ୍ମିକ ସ୍ନେହ ମିଳନ 

masiha

ଶ୍ରମଶକ୍ତି କଲେଜରେ ‘ନୂଆ ଓ’ ଆନୁକୂଲ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା

masiha

Leave a Comment

error: Content is protected !!