ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ବାମନଘାଟି ଉପଖଣ୍ଡ ସ୍ତରୀୟ ତ୍ରିରଙ୍ଗା ଯାତ୍ରା ଉପଜିଲ୍ଲାପାଳଙ୍କ ଦ୍ୱାରା ଶୁଭାରମ୍ଭ

  ରାଇରଙ୍ଗପୁରରେ ବାମନଘାଟି ଉପଖଣ୍ଡ ସ୍ତରୀୟ ତ୍ରିରଙ୍ଗା ଯାତ୍ରା ଉପଜିଲ୍ଲାପାଳଙ୍କ ଦ୍ୱାରା ଶୁଭାରମ୍ଭ

  ମୟୂରଭଂଜ, -୧୩।୮ —   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ଵାନ କ୍ରମେ ସାରା ଭାରତରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଆଜି ମୟୂରଭଞ୍ଜ ଜିଲ୍ଲାର ବାମନଘାଟି ଉପଖଣ୍ଡ ସଦରମହକୁମା ରାଇରଙ୍ଗପୁରରେ ଉପଖଣ୍ଡ ସ୍ତରୀୟ ତ୍ରିରଙ୍ଗା ଯାତ୍ରା ଆଜି ବୁଧବାର ଅପରାହ୍ନରେ ଵାମନଘାଟୀ ଉପଜିଲ୍ଲାପାଳ ଶ୍ରୀ ସୌମ୍ଯ ରଞ୍ଜନ ପ୍ରଧାନଙ୍କ ଦ୍ବାରା ଶୁଭାରମ୍ଭ ହୋଇଛି ।ଏହି ତ୍ରିରଙ୍ଗା ଯାତ୍ରା ରାଇରଙ୍ଗପୁର କଚେରୀ ପଡିଆ ଠାରୁ ଆରମ୍ଭ ହୋଇ ଗୋଲେଇ ଛକ ଅତିକ୍ରମ କରି ଉପଖଣ୍ଡ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖ ଦେଇ ପୁଣି ଥରେ କଚେରୀ ପଡିଆ ଠାରେ ପହଂଚି ଥିଲେ।ଏଥିରେ ଉପଖଣ୍ଡର ମୋଟ ୨୭ ଟି ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ଭାରତ ମାତା କି, ଧ୍ବନିରେ ସାରା ସହରରେ ଏକ ଦେଶ ମାତୃକା ପ୍ରତି ଭଲ ପାଇବା, ଶାନ୍ତି, ମୈତ୍ରୀ, ଦେଶ ପ୍ରେମ, ତଥା ତ୍ରିରଙ୍ଗା ପତାକା ପ୍ରତି ସମ୍ମାନ ଜାଗୃତ କରିବା ସହିତ ଏକ ସୁ ସଙ୍ଗଠିତ ଭାରତର ଝଲକ ଦେଖିବାକୁ ମିଳିଥିଲା। ଏଥିରେ ପ୍ରଶାସନ, ପୋଲିସ, ସମାଜ ସେବୀ ସ୍ଥାନୀୟ ଜନ ସାଧାରଣ ଯୋଗ ଦେଇ ସହଯୋଗ କରିଥିଲେ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ଵାଳ ମସିହା ନିଉଜ

Related posts

ବ୍ଲକସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଶିକ୍ଷା ଉପକରଣ ପ୍ରଦର୍ଶନୀ

Sunil Chandra Nayak

ରାଷ୍ଟ୍ରୀୟ ଜନଜାତି ଆୟୋଗ (ଏନ୍‌ସିଏସ୍‌ଟି )ସଙ୍କଟରେ: ଖାଲି ପଦବୀ ତୁରନ୍ତ ପୂରଣ ପାଇଁ ସାଂସଦ ନିରଞ୍ଜନ ବିଶିଙ୍କ ଦାବି 

Sunil Chandra Nayak

ଜଳସମ୍ପଦ ବିଭାଗ ଭୁଲିଯାଇଛି ଇନ୍ଦ୍ରାବତୀ ରେ କିଛି କାର୍ଯ୍ୟାଳୟ ଅଛି ବୋଲି

Sunil Chandra Nayak

Leave a Comment

error: Content is protected !!