ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭିନ୍ନ ସ୍ଥାନରେ ୭୯ତମ ସ୍ୱାଧୀନତା ଦିବସ ପାଳିତ

ବିଭିନ୍ନ ସ୍ଥାନରେ ୭୯ତମ ସ୍ୱାଧୀନତା ଦିବସ ପାଳିତ

 କର୍ଲାମୁଣ୍ଡା ( ସୁଶାନ୍ତ ରଣା ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକରେ ୭୯ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି l ପ୍ୟାରେଡ଼ ପଡିଆ ଠାରେ ଆୟୋଜିତ ବ୍ଲକସ୍ତରୀୟ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା କୁନି ସାହୁ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ବିଡ଼ିଓ ଦେବେନ୍ଦ୍ର ସାମଲ, ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ତହସିଲଦାର ଅରୁଣ ବର୍ଗେ, ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ସିଡ଼ିପିଓ କଳ୍ପ ଲତା ତ୍ରିପାଠୀ, ଜିପିଡିଓ ସ୍ଵାଗତ କୁମାର ପାଣିଗ୍ରାହୀ ଯୋଗ ଦେଇଥିଲେ। ବ୍ଲକ ସଦର ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ଛାତ୍ରୀ ଛାତ୍ର ଙ୍କ ଦ୍ଵାରା ପ୍ୟାରେଡ଼ କାର୍ଯ୍ୟକ୍ରମ କୁ ଅବସର ପ୍ରାପ୍ତ ଖେଳ ଶିକ୍ଷକ ବେଣୁ ଧର ନାଗ ପରିଚାଳନା କରିଥିଲେ। ସଭା କାର୍ଯ୍ୟ ତଥା ପୁରସ୍କାର ବିତରଣ ସଭାରେ ଅବସର ପ୍ରାପ୍ତ ଶିକ୍ଷକ ମାର୍କଣ୍ଡ ପାଢ଼ୀ, ପବିତ୍ର ମୋହନ ପାଶା, ଭାରପ୍ରାପ୍ତ ବିଏସଏସଓ ପ୍ରଦୀପ କୁମାର ମାଝୀ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଗୁରୁଜୀ ଚନ୍ଦ୍ର ଶେଖର ଥନାପତି ପ୍ରମୁଖ ପରିଚାଳନା କରିଥିଲେ। କୃତ୍ତି ଛାତ୍ରୀ ଛାତ୍ର ମାନଙ୍କୁ ପୁରସ୍କୃତ କରାଯାଇଥିଲା। ତେବେ ତହସିଲ ଅଫିସରେ ତହସିଲଦାର ଅରୁଣ ବର୍ଗେ, ବ୍ଲକ ସଦର ସ୍ଥିତ ରତନ ଭୋଇ ପଞ୍ଚାୟତ ସମିତି ହାଇସ୍କୁଲରେ ଅବସର ପ୍ରାପ୍ତ ଶିକ୍ଷକ ମାର୍କଣ୍ଡ ପାଢ଼ୀ, ନୋଡାଲ ପ୍ରାଥମିକ ବିଦ୍ୟାଳୟ ଠାରେ ସମାଜସେବୀ ଦୀନବନ୍ଧୁ ସାହୁ, କୃଷି କାର୍ଯ୍ୟାଳୟରେ ଭିଏଡବ୍ଲୁ ସନ୍ତୋସିନୀ ବରାହ, ପୋଲିସ ଷ୍ଟେସନରେ ସବ ଇନ୍ସପେକ୍ଟର ଥବୀର ବରିହା, କର୍ଲାମୁଣ୍ଡା ସଚେତନ ନାଗରିକ କମିଟି ପକ୍ଷରୁ ଦଶରଥ ସାହୁ, ଆଇସିଡିଏସ କାର୍ଯ୍ୟାଳୟରେ ସିଡ଼ିପିଓ କଳ୍ପଲତା ତ୍ରିପାଠୀ, ତେରେସିଂହା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ପ୍ରମୋଦ ସୁନା ପତାକା ଉତ୍ତୋଳନ କରିଥିଲେ l 

Related posts

ଦୁଇ ମୋଟରସାଇକେଲ ମୁହାଁ ମୁହିଁ ଧକ୍କା ଜଣେ ମୃତ, ଜଣେ ଗୁରୁତର 

masiha

ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରର ୩୮ ତମ ପ୍ରତିଷ୍ଠା ଉତ୍ସବ

masiha

୫୦ବର୍ଷ ପରେ ଏକାଠି ହେଲେ ୧୯୭୫ମ୍ୟାଟ୍ରିକ ବ୍ୟାଚ,ପାଳିଲେ ଗୋଲଡେନ ଜୁବୁଲି

Sunil Chandra Nayak

Leave a Comment

error: Content is protected !!