ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ଵାଧୀନତା ଦିବସରେ ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟ ୧୯୯୮ ମ୍ଯାଟ୍ରିକ ସହପାଠୀଙ୍କ ତରଫରୁ ଵୀର୍ସା ମୁଣ୍ଡା ବୃଦ୍ଧା ଶ୍ରମ ଅନ୍ତେଵାସୀଙ୍କୁ ସହାୟତା ବଣ୍ଟନ

ସ୍ଵାଧୀନତା ଦିବସରେ ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟ ୧୯୯୮ ମ୍ଯାଟ୍ରିକ ସହପାଠୀଙ୍କ ତରଫରୁ ଵୀର୍ସା ମୁଣ୍ଡା ବୃଦ୍ଧା ଶ୍ରମ ଅନ୍ତେଵାସୀଙ୍କୁ ସହାୟତା ବଣ୍ଟନ

 ମୟୂରଭଂଜ – ୧୭/୦୮ — ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟ ର ୧୯୯୮ ମସିହା ମ୍ୟାଟ୍ରିକ ବେଚ ସହପାଠୀ ଚଳିତବର୍ଷ ସ୍ଵାଧୀନତା ଦିବସକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ।ରାଇରଙ୍ଗପୁର ଗଢ ଗ୍ରାମ ସ୍ଥିତ ଵୀର୍ସା ମୁଣ୍ଡା ଵୃଦ୍ଧାଶ୍ରମକୁ ୯୮ ମସିହା ସାଥୀବୃନ୍ଦ ଯାଇ ଅନ୍ତେବାସୀଙ୍କୁ ଫଳ,ବିସ୍କୁଟ,ମିକ୍ସଚର,ଔଷଧ,ତାସ୍,ପ୍ଳାଷ୍ଟିକ ମେଟ୍ ମଶା ତେଲ ବଣ୍ଟନ କରିଥିଲେ ।ତଦସହ ଅନ୍ତେବାସୀଙ୍କ ସ୍ବାର୍ଥ ପରୀକ୍ଷା ପାଇଁ ଏକ ବ୍ଳଡ ପ୍ରେସର ମାପିବା ଡିଜିଟାଲ ମେସିନ,ମଧୁମେହ ପରୀକ୍ଷା ପାଇଁ ଏକ ମେସିନ ଯୋଗାଇଥିଲେ । ଆଉ ଅନ୍ତେବାସୀଙ୍କ କ’ଣ ଆବଶ୍ୟକ ବୋଲି ଵୃଦ୍ଧାଶ୍ରମର ମୁଖ୍ଯପରିଚାଳିକା ଯୁବା ସମାଜସେବୀ ରଞ୍ଜିତା ଲେଙ୍କାଙ୍କଠାରୁ ଵୁଝିଥିଲେ ।୧୯୯୮ ମସିହା ମେଟ୍ରିକ୍ ବେଚ ସାଥୀ ବୃନ୍ଦ ରଥଯାତ୍ରା ସମୟରେ ଶ୍ରଦ୍ଧାଳୁମାନଙ୍କୁ ଅନ୍ନପ୍ରସାଦ ବଣ୍ଟନ ସେବା କରିଥିଲେ ।ଆଗକୁ ମଧ୍ୟ ଏହି ଅନୁଷ୍ଠାନ ତରଫରୁ ବହୁବିଧ ସାମାଜିକ କାର୍ଯକ୍ରମ ହାତକୁ ନିଆଯିବ ବୋଲି ସଦସ୍ୟ ଵଣ୍ଟି ଅଗ୍ରଓ୍ବାଲ,ଅଭିଷେକ ପାଢିଆ, ଜୟଦୀପ ମୋଦକ, ପୁନିତ ଗୁପ୍ତା,ମୁକେଶ ଆରମ,ପବନ ସମେତ ବହୁ ସାଥୀ ସୂଚନା ଦେଇଥିଲେ ।

ମୟୂରଭଂଜର ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ନାରାୟଣପାଟଣା ବ୍ଲକରେ ୬୧ଟି ଅଭିଯୋଗର ଶୁଣାଣୀ କଲେ ପ୍ରକଳ୍ପ ନିର୍ଦ୍ଧେଶକ

ବାଲିଗୁଡା ରେ ପାରମ୍ପରିକ ଖାଦ୍ୟ ମେଳା:   ଉତ୍ତମ ସ୍ବାସ୍ଥ୍ୟ ଗଠନରେ ପାରମ୍ପରିକ ଖାଦ୍ୟର ଆବଶ୍ୟକତା ରହିଛି

masiha

୫ଟି ସଚିବ ପାଣ୍ଡିଆନ ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ସାନ୍ଦୂଲ୍ ଜଳସେଚନ ପ୍ରକଳ୍ପ ପରିଦର୍ଶନ କଲେ

Leave a Comment

error: Content is protected !!