ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅଧିକ୍ଷଣ ଯନ୍ତ୍ରୀ ଗିରଫ ନେଇ ସାମ୍ବାଦିକ ସମ୍ମିଳନୀ

ଅଧିକ୍ଷଣ ଯନ୍ତ୍ରୀ ଗିରଫ ନେଇ ସାମ୍ବାଦିକ ସମ୍ମିଳନୀ

ରାଉରକେଲା : ଅନୁଗୁଳ ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ଗିରଫ ନେଇ ସାମ୍ବାଦିକ ସମ୍ମିଳନୀ କଲେ ରାଉରକେଲା ଭିଜିଲାନ୍ସ ଏସପି। ଯନ୍ତ୍ରୀ ଶ୍ରୀ ବେହେରା ନିଜ ସ୍ତ୍ରୀ, ସମ୍ପର୍କୀୟ ଏବଂ ବନ୍ଧୁ ବାନ୍ଧବ ଙ୍କ ନାମରେ ବେଆଇନ ଭାବରେ କାମ ନେଇ ନିମ୍ନ ମାନର କାର୍ଯ୍ୟ କରୁଥିଲେ । ଅନୁଗୁଳ ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ବେହେରା ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ ବିଭାଗ। ଗତକାଲି ସୁରେନ୍ଦ୍ର ଙ୍କ କାର୍ଯ୍ୟାଳୟ ସମେତ ରାଉରକେଲା , ସୁନ୍ଦରଗଡ ସହ ମୋଟ ୮ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ରାଉରକେଲା ଛେଣ୍ଡ ରେ ଏବଂ ସୁନ୍ଦରଗଡ଼ ୨ଟି ବହୁ ତଳ ମହଲା, ଭୁବନେଶ୍ଵର ରେ ୨ ଟି ଫ୍ଲାଟ, ୪ଟି ଦାମୀ ପ୍ଲଟ, ନଗଦ ୨ ଲକ୍ଷ ୩୩ ହଜାର, ବ୍ୟାଙ୍କ ଜମା ୫୪ ଲକ୍ଷ ଟଙ୍କା ଆୟ ବର୍ହିଭୁତ ସଂପତ୍ତି ମିଳିବା ପରେ ଗିରଫ କରିଛି ଭିଜିଲାନ୍ସ। ତେବେ ପୂର୍ବରୁ ମଧ୍ୟ ବାବୁ ଙ୍କ ନାଁ ରେ ରହିଛି ପ୍ରବଳ ଅଭିଯୋଗ । ୨୦୨୦-୨୧ ରେ ପାନପୋଷ ଆଇଟିଡିଏ ରେ ଉପ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିବା ବେଳେ ନିଜ ସ୍ତ୍ରୀ ଏବଂ ନିଜ ଭାଇ ନାମରେ ବେଆଇନ ଟେଣ୍ଡର କରି କୋଟି କୋଟି ଟଙ୍କାର କାମ କରିଥିବା ଅଭିଯୋଗ ଥିଲା। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଜ୍ୟ ବାହାର କୁ ଫେରାର ବେଳେ ମାଡି ବସିଲା ପୋଲିସ ନାବାଳିକା ଙ୍କୁ ବଳାତ୍କାର ଘଟଣାରେ ଅଭିଯୁକ୍ତ ଗିରଫ 

Sunil Chandra Nayak

ବାଇକ ରେ ଦୁଇ ଦୁର୍ବୁର୍ତ୍ତ ଆସିଲେ ଝାମ୍ପି ନେଲେ ରୂପା ଭର୍ତ୍ତୀ ବ୍ୟାଗ 

masiha

ବନବିଭାଗ ଓ ପୋଲିସର ମିଳିତ ଚଢାଉ/ ଶାଳ ଓ ଶାଗୁଆନ କାଠ ଜବତ, ୧ ଅଟକ

Sunil Chandra Nayak

Leave a Comment

error: Content is protected !!