ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ଉପଖଣ୍ଡ ସ୍ତରୀୟ ଶିକ୍ଷା ସମୀକ୍ଷା; ଆସ ସ୍କୁଲ ଯିବା ଏକ ପେଡ ମା’ କେ‌ ନାମ ଉପରେ ଗୁରୁତ୍ଵ 

ରାଇରଙ୍ଗପୁର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ଉପଖଣ୍ଡ ସ୍ତରୀୟ ଶିକ୍ଷା ସମୀକ୍ଷା; ଆସ ସ୍କୁଲ ଯିବା ଏକ ପେଡ ମା’ କେ‌ ନାମ ଉପରେ ଗୁରୁତ୍ଵ 

ମୟୂରଭଂଜ – ୨୫/୦୮ — ରାଇରଙ୍ଗପୁର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ଉପଖଣ୍ଡ ସ୍ତରୀୟ ଶିକ୍ଷା ସମୀକ୍ଷା ଆଜି ସୋମବାର ଦିନ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିନୋଦ ସିଂଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷାଧିକାରୀ ଘନଶ୍ୟାମ ମୁର୍ମୁ,ତିରିଂ ବିଇଓ ଋଷିପ୍ରଭା ମହାନ୍ତ,ବହଳଦା ବିଇଓ ଏବଂ ଯାମଦା ବିଇଓ ଙ୍କ ସମେତ ୪ ଟି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ରାଇରଙ୍ଗପୁର,ବହଳଦା,ଯାମଦା ଏବଂ ତିରିଂର ସମସ୍ତ ଏବିଇଓ,ସମସ୍ତ ସିଆରସିସି,ପ୍ଳାନିଂ କୋଅର୍ଡିନେଟର,ଟେକ୍ନିକାଲ କନସଲଟାଣ୍ଟ ପ୍ରମୁଖ ଯୋଗ ଦେଇଥିଲେ ।ଏଡିଇଓ ସମସ୍ତ ଵିଭାଗୀୟ ଅଧିକାରୀଙ୍କୁ ଆସ ସ୍କୁଲକୁ ଯିବା,ଡ୍ରପ ଆଉଟ୍ ଛାତ୍ରଛାତ୍ରୀଙ୍କ ନାମ ଲେଖା କୁ ନିଷ୍ଠାର ସହ କାର୍ଯ୍ୟକାରୀ କରିବା ପାଇଁ ପରାମର୍ଶ ଦେଇଥିଲେ ।କୌଣସି ପିଲା ଯେମିତି ସ୍କୁଲ ନାମ ଲେଖା ଓ ସ୍କୁଲକୁ ଆସିବାରୁ ବଞ୍ଚିତ ନ ହୁଅନ୍ତି ।ତଦସହ ଅଭିଭାବକମାନଙ୍କ ସହ ସୁସମ୍ପର୍କ ରଖି ସେମାନଙ୍କ ପିଲା ଯେମିତି ବିଦ୍ୟାଳୟକୁ ଆସିବେ ତାହାକୁ ସମସ୍ତ ଶିକ୍ଷାନୁଷ୍ଠାନ ନିଷ୍ଠାର ସହ ପାଳନ କରନ୍ତୁ ।ତଦସହ ପ୍ରଧାନ ମନ୍ତ୍ରୀଙ୍କ ସବୁଜ ଭାରତ ,ସବୁଜ ବଳୟ,ବୃକ୍ଷରୋପଣ ପ୍ରତି ଶିକ୍ଷାନୁଷ୍ଠାନର ଶିକ୍ଷକ,ଶିକ୍ଷୟତ୍ରୀ,ଅଭିଭାବକ,ଛାତ୍ରଛାତ୍ରୀ ଏକ ପେଡ ମା’ କେ ନାମ କୁ ନେଇ ବୃକ୍ଷ ରୋପଣ ଓ ସୁରକ୍ଷା କାର୍ଯ୍ୟକାରୀ କରିବେ ସେଥିପାଇଁ ବିଭାଗୀୟ ଅଧିକାରୀ ଗୁରୁତ୍ଵ ଦେବେ ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରରେ ଓଡ଼ିଶା ବ୍ରାହ୍ମଣ ମହାସଭା,ବାମନଘାଟୀ ଶାଖାର ବୈଠକ

ଇନ୍ଦ୍ରାବତୀ ଡ୍ୟାମ ସର୍କଲ , ଅମଲା ଠୁଁ ଅଧିକାରୀ କାର୍ଯ୍ୟାଳୟ ରେ ଉପସ୍ଥିତି ହେଉଛି ଇଚ୍ଛାଧୀନ

masiha

ବିଶୋଇ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର

masiha

Leave a Comment

error: Content is protected !!