ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ପୂଜାର୍ଚନା : ଫ୍ରେଣ୍ଡସ ଗ୍ରୁପ ର ୧୮ ଫୁଟିଆ ପଞ୍ଚମୁଖୀ ଗଣେଷ ସବୁଠାରୁ ଆକର୍ଷଣୀୟ

ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ପୂଜାର୍ଚନା : ଫ୍ରେଣ୍ଡସ ଗ୍ରୁପ ର ୧୮ ଫୁଟିଆ ପଞ୍ଚମୁଖୀ ଗଣେଷ ସବୁଠାରୁ ଆକର୍ଷଣୀୟ

କନ୍ଧମାଳ, ତା, ୨୭/୦୮:(ମନିସ): ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା। ବିଦ୍ୟାର ଦେବତା ଆଦିଦେବ, ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ପୂଜା ବାଲିଗୁଡା ଟାଉନ ତଥା ଏହାର ଆଖପାଖ ପୁରପଲ୍ଲୀରେ ପରମ୍ପରା ଓ ବିଧିବିଧାନ ଅନୁସାରେ ଧୁମଧାମରେ ପାଳିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଶ୍ରୀ ଶ୍ରୀ ଶ୍ରୀ ମା ‘ପାଟଖଣ୍ଡା ଦୁର୍ଗାପୂଜା ସମିତି ର ପୂଜା ମଣ୍ଡପ ପରିସରରେ ଟାଉନ ଫ୍ରେଣ୍ଡସ ଗ୍ରୁପ ର ନବମ ବାର୍ଷିକ ଗଣେଷ ପୂଜା ରେ ୧୮ ଫୁଟିଆ ପଞ୍ଚମୁଖୀ ଗଣେଷ ପୂଜା ସବୁଠାରୁ ଆକର୍ଷଣୀୟ ହୋଇପାରିଥିଲା l ସମସ୍ତ ପୂଜା ରୀତିନୀତି ଅନୁଯାଇ ହୋଇଥିବା ବେଳେ ସନ୍ଧ୍ୟା ରେ ପୂଜା ମଣ୍ଡପ ପରିସରରେ ୧୦୮ ଆଳତୀ ପରେ ପରେ ଜନସାଧାରଣ ଓ ଭକ୍ତ ଙ୍କ ଉଦେଶ୍ୟ ରେ ପ୍ରସାଦ ବଣ୍ଟନ କରାଯାଇଥିଲା l ଟାଉନ ର ବିଭିନ୍ନ ସ୍ଥାନ ରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ ହୋଇଥିବା ବେଳେ ଦିନ ତମାମ ଛାତ୍ର ଛାତ୍ରୀ ଓ ସାଧାରଣ ଭକ୍ତଙ୍କ ସମାଗମ ହୋଇଥିଲା l ସେଥିପାଇଁ ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ବିଭିନ୍ନ ପୂଜା ଅନୁଷ୍ଠାନ ଚଳଚଞ୍ଚଳ ହୋଇ ଉଠିଥିଲା। ସମସ୍ତଙ୍କ ମନରେ ଉତ୍ସାହ ଦେଖା ଦେଇଥିଲା । ସେହିପରି ଆଜିର ଦିନରେ ନୂଆ କରି ପଢା ଆରମ୍ଭ କରୁଥିବା ପିଲାମାନେ ମଧ୍ୟ ଖଡ଼ି ଛୁଇଁଛନ୍ତି । କେଉଁଠି ଗଣେଶଙ୍କ ବିଶାଳ ମୂର୍ତ୍ତି ,ତ ଆଉ କେଉଁଠି ବିରାଟ ପେଣ୍ଡାଲ, ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ପୂଜା ମଣ୍ଡପ । ଗାଁ ଦାଣ୍ଡ, ସହର, ବଜାର ସବୁ ଚଳଚଞ୍ଚଳ । ରଙ୍ଗୀନ ତୋରଣ ଓ ସୁସଜ୍ଜିତ ପୂଜା ମଣ୍ଡପ ଶୋଭାପାଉ ଥିବା ବେଳେ ଗଣେଶ ପୂଜା ପାଇଁ ସବୁଠି ଭରପୁର ଉତ୍ସାହ ଓ ଉତ୍କଣ୍ଠା । ବିଭିନ୍ନ ଥିମକୁ ନେଇ ସବୁଠି ପ୍ରସ୍ତୁତ ହୋଇଛି ସୁନ୍ଦର ତୋରଣ ଓ ମୂର୍ତ୍ତି ।

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

Related posts

ବନ୍ଧୁଗାଁ ବ୍ଲକରେ ମା ଅଗ୍ନିଗଙ୍ଗାମା ଠାକୁରାଣୀ ଘଟ ଯାତ୍ରା

Sunil Chandra Nayak

ବହୁ ଆଡମ୍ବର ସହ ରାଇଘର ରେ ରଥ ଟଣା ଶେଷ ହେଲା

Sunil Chandra Nayak

ବାଣପୁର ଗୁପ୍ତେଶ୍ୱର ଦେବଙ୍କ ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ ଓ ତେଇଶ ଦେବା ଦେବୀଙ୍କ ମେଳନ ମହୋତ୍ସବ ସମାପନ

Sunil Chandra Nayak

Leave a Comment

error: Content is protected !!