ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଦେଓଦରା ଗାଁ  ରୁ ଦେଶୀ ବନ୍ଧୁକ ସହ ଦୁଇ ଧନୁତିର ଜବତ ଜଣେ ଗିରଫ 

ଦେଓଦରା ଗାଁ  ରୁ ଦେଶୀ ବନ୍ଧୁକ ସହ ଦୁଇ ଧନୁତିର ଜବତ ଜଣେ ଗିରଫ 

ନୂଆପଡା, ନୂଆପଡ଼ା ଜିଲ୍ଲା କୋମନା ଥାନା ଦେଓଦରା ଗାଁ  ରୁ ଦେଶୀ ବନ୍ଧୁକ ସହ ଦୁଇ ଧନୁତିର ଜବତ ହୋଇଥିବା ବେଳେ ଜଣେ ଗିରଫ କରି କୋର୍ଟ ଚାଲାଣ। କୋମନା ପୋଲିସ ଠାରୁ ମିଳିଥିବା ସୁଚନା ଅନୁସାରେ ଗତ ରାତିରେ ଦେଓଦରା ଗାଁ ରେ ଗଣେଶ ପୂଜା ଉପଲକ୍ଷେ ସଂକୃତିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବୋଡେ଼ନ ଥାନା ଅଧିନସ୍ଥ ଭୂଇପାଣି ଗାଁର ନରେଶ ପହଁରିଆ ୬୫ ଦେଓଦର ଗାଁ କୁ ଅସି ଗାଁର ମଦନ ମୋହନ ଦୀପ କୁ ଜୀବନରେ ମାରିଦେବାକୁ ଧମକ ଦେଇ ଗାଳି ଗୁରଜ କରୁଥିଲା। ଗ୍ରାମବାସୀ ଭୟଭୀତ ହୋଇଥିଲେ। କୋମନା ପୋଲିସ କୁ ଖବର ଦେଇଥିଲେ l କୋମନା ଥାନା ଏସ ଆଇ କୁଳମଣି ଗୁର୍ଦା ସହ ପୋଲିସ ଟିମ ଦେଓଦରା ଗାଁ ରେ ପହଂଚି ନରେଶ ପହଁରିଆ କୁ ଧରିବା ସହ ଅଭିଯୁକ୍ତ ଙ୍କ ଠାରୁ ଦେଶୀ ବନ୍ଧୁକ ସହ ଦୁଇ ଧନୁତିର ଜବତ କରି ଅଭିଯୁକ୍ତ କୁ କୋଟ ଚାଲାଣ କରିଥିବା ଏସ ଆଇ ଶ୍ରୀ ଗୁର୍ଦା ସୁଚନା ଦେଇଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଡକାୟତି ଘଟଣାର ପର୍ଦ୍ଦାଫାଶ କଲା ଚାନ୍ଦିଲି ପୋଲିସ ୪ ଅଭିଯୁକ୍ତ ଗିରଫ

ଫାଶୀ ଲଗାଇ ଯୁବକ ଙ୍କ ଆତ୍ମହତ୍ୟା , କାରଣ ଅସ୍ପଷ୍ଟ

Sunil Chandra Nayak

ବିବାହିତା ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ, ହତ୍ୟା ଅଭିଯୋଗ ଆଣିଲେ ବାପ ଘର ଲୋକେ

masiha

Leave a Comment

error: Content is protected !!