ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିଲିଗୁଡା ତଫସିଲଭୁକ୍ତ ଜାତି ପଡ।ରେ ନୂଆଖାଇ ଭେଟ ଘାଟ

ଚିଲିଗୁଡା ତଫସିଲଭୁକ୍ତ ଜାତି ପଡ।ରେ ନୂଆଖାଇ ଭେଟ ଘାଟ

ଜୁନାଗଡ଼ ୧/୯ ( ମନୀସ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ତଫସିଲଭୁକ୍ତ ଜାତି ପଡ଼ାରେ ଶୁକ୍ରବାର ଦିନ ସନ୍ଧ୍ୟାରେ ଜୟଭୀମ ଅନୁଷ୍ଠାନ ପକ୍ଷରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ନୂଆଖାଇ ଭେଟଘାଟ ଅବସରରେ ଅନୁଷ୍ଠାନ ପକ୍ଷରୁ ଡ୍ୟାନ୍ସ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ।ଏଥିରେ ଅନେକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଏଥିରେ ବିଚାରକ ଭାବରେ ଅନୁଷ୍ଠାନର ସୁମିତ ନ।ଏକ ,ରଶ୍ମିରଞ୍ଜନ ରାୟ ,ବିଶାଳ ବିହାର ଦାୟିତ୍ୱ ଗ୍ରହଣ କରିଥିଲେ ।ରେକର୍ଡ ଡ୍ୟାନ୍ସ ପ୍ରତିଯୋଗିତାରେ ନବ୍ୟା ଗ୍ରୁପ ଡ୍ୟାନ୍ସ ପ୍ରଥମ ,ଜେନି ଡ୍ୟାନ୍ସ ଗ୍ରୁପ ଦୂତୀୟ ଏବଂ ଈଶ୍ୱର ଡ୍ୟାନ୍ସ ଗ୍ରୁପ ତୃତୀୟ ସ୍ଥାନ ଅଧିକାର କରିଥିଲେ ।ପୁରସ୍କାର ବିତରଣ ଉତ୍ସବରେ ବିରିଷ୍ଟ ଶିକ୍ଷାବିତ ପଦ୍ମନାଭ ନାଗ ମୁଖ୍ୟ ଅତିଥି , ଅବସର ଯବାନ ବାସୁଦେବ ଛତ୍ରିଆ ମୁଖ୍ୟ ବକ୍ତା , ସମ୍ମାନିତ ଅତିଥି ଭାବେ ସମାଜସେବୀ ଅଦଳ ନିଆଲ ,ରାଧେଶ୍ୟାମ ନାଗ ,କବି ପ୍ରହଲ୍ଲାଦ ନିଆଲ ପ୍ରମୁଖ ଯୋଗଦାନ କରି ଡ୍ୟାନ୍ସ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ ।ଏଥିରେ ଆୟୋଜକ କମିଟିର ,ବିକାଶ ,ବିଶାଳ ,ଅଜୟ ,ବିବେକ ,ସୋମ ,ଆକାଶ ,ରାଜ ,ଚିରନ ,ପ୍ରବୀଣ ଏବଂ ବଜରଙ୍ଗ ପ୍ରମୁଖ ସହଯୋଗ କରିଥିଲେ ।କାର୍ଯ୍ୟକ୍ରମକୁ ନୀଳକଣ୍ଠ ନ।ଏକ ସଂଯୋଜନା କରିଥିବା ବେଳେ ସୁଶୀଲ କୁମାର ଛତ୍ରିଆ ଧନ୍ୟବାଦ ଅର୍ପଣ କରିଥିଲେ । 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ସ୍ତରୀୟ ଆନ୍ତ ବିଦ୍ୟାଳୟ ନାଟକ, ପ୍ରବନ୍ଧ, ବକୃତା, ଚିତ୍ରାଙ୍କନ ପ୍ରତିଯୋଗିତା କାର୍ଯ୍ୟକ୍ରମ

masiha

ଶାନ୍ତିବନ ଠାରେ ବିଶ୍ୱ ପରିବେଶ ଦିବସ ପାଳିତ 

12ରେ ଦେଶବ୍ୟାପୀ ଧର୍ମଘଟକୁ ସଫଳ କରିବାକୁ ହିନ୍ଦ୍‌‍ ମଜଦୁର ସଭା ରାଜ୍ୟ ଉପସଭାପତିଙ୍କ ନିବେଦନ

Sunil Chandra Nayak

Leave a Comment

error: Content is protected !!