ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅଳପ ଗଳ୍ପ

ୟୁଜିଆଇ ଆଲୁମିନୀ ଆସୋସିଏସନ ତରଫରୁ ରକ୍ତଦାନ ଶିବିର , ୮୦ ୟୁନିଟ୍ ରକ୍ତ ସଂଗ୍ରହ

ୟୁଜିଆଇ ଆଲୁମିନୀ ଆସୋସିଏସନ ତରଫରୁ ରକ୍ତଦାନ ଶିବିର , ୮୦ ୟୁନିଟ୍ ରକ୍ତ ସଂଗ୍ରହ

ରାଉରକେଲା: ୟୁଜିଆଇ ଆଲୁମିନୀ ଆସୋସିଏସନ ଓ ରାଉରକେଲା ସରକାରୀ ଡାକ୍ତରଖାନାର ରକ୍ତଦାନ ୟୁନିଟର ସହଯୋଗ ରେ ଏକ ରକ୍ତଦାନ ଶିବିର ୟୁଜିଆଇ ଅଡିଟରୀୟମ ଠାରେ ଅନୁଷ୍ଠିତ ହେଇଯାଇଛି। ଆଜିର ଏହି ରକ୍ତଦାନ ଶିବିରକୁ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ଉଦଘାଟକ, ରାଉରକେଲା ବିଧାୟକ ଇଂ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି,ସମ୍ମାନିତ ଅତିଥି ରୂପେ ଆରଏସପି ପ୍ରାକ୍ତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଇଂ ପ୍ରଦୀପ କୁମାର ସାହୁ ଓ ୟୁଜିଆଇର ଅଧ୍ୟକ୍ଷା ପ୍ରଗତି ଦାସ ଯୋଗ ଦେଇ ଏହି ଶିବିରକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଉଦଘାଟକ ଶ୍ରୀ ତନ୍ତି ଏହିପରି ମହତ ଉଦ୍ଦେଶ୍ୟ କୁ ଭୁୟସୀ ପ୍ରଶଂସା କରିଥିଲେ ଏଂବ ଆମେ ୧୦୦୧ ୟୁନିଟ ରକ୍ତ ସଂଗ୍ରହ କରିବୁ ଓ ଅପେରସନ ସିଂଦୁର ଯବାନ ଙ୍କ ପ୍ରତି ସମର୍ପିତ କରିବା ବୋଲି ମତ ରଖିଥିଲେ । ମୁଖ୍ୟ ଅତିଥି ଶ୍ରୀ ନାୟକ କହିଲେ ରକ୍ତଦାନ କରିବାରେ ଆମ ୟୁଜିଆଇ ସବୁବେଳେ ଆଗୁଆ ରୁହେ ଓ ଏହିପରି ମହତ କାମକୁ ପ୍ରଶଂସା କରିଥିଲେ ଏବଂ ପ୍ରତି ମାସରେ ଆମେ ୧୫ ରୁ ୨୦ ୟୁନିଟ ରକ୍ତଦାନ କରିବା ପାଇଁ ଅନୁରୋଧ କରିଥିଲେ। ଆଜି ଏହି ଶିବିରରେ ସର୍ବ ମୋଟ ୮୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଏହି ରକ୍ତଦାନ ଶିବିର ଆୟୋଜନ କରିବାର ମୁଖ୍ୟ ଉଦ୍ଦେଶ୍ୟ ୟୁଜିଆଇର ୬୩ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ଓ ଅପରେସନ ସିନ୍ଦୁରରେ ଯେଉଁ ଯବାନ ମାନେ ଆମ ଦେଶ ପାଇଁ ତାଙ୍କର ଜୀବନକୁ ବଳିଦାନ ଦେଇ ଆମକୁ ସୁରକ୍ଷା ଦେଉଛନ୍ତି ତାଙ୍କର ସେହି ଅବଦାନ ପ୍ରତି ଏହି ଶିବିର କୁ ସମର୍ପିତ କରୁଛୁ ବୋଲି ଆୟୋଜକ ମାନେ କହିଥିଲେ । ଏହି ଶିବିରରେ ଅନୁଷ୍ଠାନର ସଭାପତି ଇଂ ଆଦିତ୍ୟ କୁମାର ମହାପାତ୍ର ସଭାପତିତ୍ୱ କରିଥିଲେ ଓ ଇଂ ଶୁଭେନ୍ଦୁ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ ତଥା କାର୍ଯ୍ୟକାରୀ ସଭାପତି ଇଂ ପ୍ରଶାନ୍ତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଇଂ ବୈଲୋଚନ ସାମଲ, ଇଂ ବସନ୍ତ ସେନାପତି, ଇଂ ଲଳିତେନ୍ଦୁ ମିଶ୍ର, ଇଂ ପ୍ରତାପ କୁମାର ସ୍ୱାଇଁ,ଇଂ ତାପସ ଜେନା, ଇଂ ପ୍ରଭାତ ରଞ୍ଜନ ତ୍ରିପାଠୀ, ଇଂ ମନୋଜ ମହନ୍ତ, ଇଂ ପ୍ରଶାନ୍ତ ପାଣିଗ୍ରାହୀ, ଇଂ ଅନାଦି ଚରଣ ବିଶ୍ୱାଳ,ଇଂ ହିମାଂଶୁ ପ୍ରଧାନ, ଇଂ ସଂଜୀବ ମିଶ୍ର, ଇଂ ଅମର ସାହୁ, ଶୁଭେନ୍ଦୁ ମାଝୀ ଏବଂ ତାଙ୍କ ଟିମ ଓ ଏଂବ ୟୁଜିଆଇ ପଢ଼ୁଥିବା ଛାତ୍ରଙ୍କ ସହାୟତା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଓ ଶିବିରକୁ ସଫଳ ରୂପେ ପରିଚାଳନା କରିବାରେ ସାହାଯ୍ୟ ଓ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

ଝରିଗାଁ ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ଭାଗବତ ପ୍ରସାଦ ଙ୍କ ଗଳ୍ପ = ତଥାପି ଅନ୍ଧାର

Sunil Chandra Nayak

କବିସୌରଭ କୈଳାଶଚନ୍ଦ୍ର ବେହେରା ଙ୍କ ଗଳ୍ପ = ବୁଢ଼ୀ ଅସୁରୁଣୀ ଗପ 

Sunil Chandra Nayak

Leave a Comment

error: Content is protected !!