ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ସ୍ତରୀୟ ‘ ମୁଖ୍ଯମନ୍ତ୍ରୀ ଶିକ୍ଷା ପୁରସ୍କାର’ ପାଇଁ ସାନପାଖଣା ସରକାରୀ ଉଚ୍ଚ ପ୍ରାଥମିକ ଵିଦ୍ଯାଳୟର ଶିକ୍ଷୟତ୍ରୀ ଉର୍ମିଳା ପାଢୀ ମନୋନୀତ

ରାଜ୍ୟ ସ୍ତରୀୟ ‘ ମୁଖ୍ଯମନ୍ତ୍ରୀ ଶିକ୍ଷା ପୁରସ୍କାର’ ପାଇଁ ସାନପାଖଣା ସରକାରୀ ଉଚ୍ଚ ପ୍ରାଥମିକ ଵିଦ୍ଯାଳୟର ଶିକ୍ଷୟତ୍ରୀ ଉର୍ମିଳା ପାଢୀ ମନୋନୀତ

 ମୟୂରଭଂଜ- ୪/୦୯ —  ଚଳିତ ବର୍ଷ :ମୁଖ୍ଯମନ୍ତ୍ରୀ ଶିକ୍ଷା ପୁରସ୍କାର’ ପାଇଁ ଉଚ୍ଚ ପ୍ରାଥମିକ ବିଦ୍ଯାଳୟରେ ସ୍ତରରେ ରାଇରଙ୍ଗପୁର ବ୍ଳକର ସାନପାଖଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ଉର୍ମିଳା ପାଢୀ ମନୋନୀତ ହୋଇଛନ୍ତି ।ଶିକ୍ଷା ଏବଂ ବିଭିନ୍ନ ସୃଜନୀ ମାଧ୍ୟମରେ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ରୁଚି ସୃଷ୍ଟି କରିବା ଏଵଂ‌ ପିଲାମାନଙ୍କର ଚରିତ୍ର ନିର୍ମାଣ ପାଇଁ ଚଳିତ ବର୍ଷ ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ସେ ମଧ୍ୟ ନିଷ୍ଠାର ସହ ସିଆରସିସି ଦାୟିତ୍ଵ ତୁଲାଇଥିଲେ ।ଆସନ୍ତା କାଲି ଗୁରୁ ଦିବସ ଅବସରରେ ବାରିପଦାରେ ସମ୍ବର୍ଦ୍ଧନା ଉତ୍ସବ ସମାରୋହରେ ଏହି ପୁରସ୍କାର ଗ୍ରହଣ କରିବେ ।ଏହି ଅବସରରେ ଵିଦ୍ଯାଳୟର‌ପ୍ରଧାନ ଶିକ୍ଷକ,ଶିକ୍ଷକ,ଶିକ୍ଷୟତ୍ରୀ ବୃନ୍ଦ, ବିଭିନ୍ନ ଅନୁଷ୍ଠାନର ସଦସ୍ୟମାନେ,ରାଇରଙ୍ଗପୁର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି,ସାମ୍ବାଦିକ ବୃନ୍ଦ ତାଙ୍କୁ ଶୁଭେଛା ଜଣାଇଛନ୍ତି ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ ଉତ୍ସବ

masiha

ବାହାନାଗl ରେଳ ଦୁର୍ଘଟଣା ଗ୍ରସ୍ତ ଙ୍କ ଉଦ୍ୟେଶରେ ଶ୍ରଦ୍ଧାଞ୍ଜଳି ସଭା

ରୁଷିଆରେ ବାଲୁକା କଳା ପ୍ରଦର୍ଶନ କରିବେ ଓଡ଼ିଆ ପୁଅ ଓମ୍‌ ପ୍ରକାଶ

Leave a Comment

error: Content is protected !!