ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସମର୍ଥ ଦୃଷ୍ଟି ହୀନ ଆଶ୍ରମ କୁ କଳାହାଣ୍ଡି ଏସପି ଙ୍କ ପରିଦର୍ଶନ

ଗୋଳାମୁଣ୍ଡା/ମସିହା/୩/୫/ଆଜି ଏକ ପବିତ୍ର ଅକ୍ଷୟ ତୃତୀୟା, ଏହି ଦିନ କଳାହାଣ୍ଡି ଜିଲ୍ଲାରେ ଅନେକ ସ୍ଥାନରେ ଅକ୍ଷୟ ତୃତୀୟା ପାଳନ କରାଯାଇ ଥିବା ବେଳେ କଳାହାଣ୍ଡି ଜିଲ୍ଲା ଏସପି ଶ୍ରବଣ କୁମାର ବିବେକ ଗୋଳାମୁଣ୍ଡା ବ୍ଲକର ଘୋଟିଆ ସମର୍ଥ ଦୃଷ୍ଟି ହୀନ ଆଶ୍ରମରେ ପହଞ୍ଚି ଦୃଷ୍ଟି ହୀନ ମାନଙ୍କ ସଭାପତି ଶାନ୍ତଲାଲ ଶବର ଓ ଅନ୍ୟାନ୍ୟ ଦୃଷ୍ଟି ହୀନ ଭଉଣୀ ଙ୍କ ସହ ଆଲୋଚନା କରିଥିଲେ । ସଂଘର ସଭାପତି ଶାନ୍ତି ଲାଲ ଶବର ଆଶ୍ରମରେ ତିଆରି କରୁଥିବା ଫିନାଇଲି ରେ ନିଜ ନିଜର ଜୀବିକ ନିର୍ବାହୀ କରି ଜୀବନ କାଟୁଥିବା ସଂପର୍କରେ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ଏସପି ଙ୍କୁ ଜଣାଇଥିଲେ, ସମ୍ପାଦିକା ଧୀରେନ୍ଦ୍ର ଡ଼ନସେନା,ତେଭାଶ୍ରୀ ମାଝୀ, ସଯମଣି ଶବର ପ୍ରମୁଖ ଉପସ୍ଥିତ ଥିଲେ ।ତତ ସହିତ ଗୋଳାମୁଣ୍ଡା ଆଇଆଇସି ଯୁଗଳ ଶବର, ଅର୍ଜ୍ଜୁନ ବିହାରୀ ପ୍ରମୁଖ ଏବଂ ଗୋଳାମୁଣ୍ଡା ବ୍ଲକର ଜନକଲ୍ୟାଣ ସାମ୍ବାଦିକ ସଙ୍ଘର ସଭାପତି ରାମକୁମାର ସେନାପତି, ଲୋକନାଥ ଟୋଲଟିଆ, ଜନ୍ମେଜୟ ନାଇକ ପ୍ରମୁଖ ଯୋଗ ଦେଇଥିଲେ , କଲାକର  ଭଉଣୀ ମଧୁରୀଶ୍ୱରେ ଭଜନ ଗୀତ ପରିବେଷଣ କରିଥିଲେ ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତିଙ୍କ ରିପୋର୍ଟ, ମସିହା ପ୍ରତିନିଧି

Related posts

କବିତା – ହେ ମହାବାହୁ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ମୋ ଘରେ ହେରାପଞ୍ଚମୀ

ନୂତନ ଜିଲ୍ଲାପାଳଙ୍କ ପ୍ରଥମ ଥର ଥୁଆମୂଳ ରାମପୁର ବ୍ଳକ ଗ୍ରସ୍ତ

Leave a Comment

error: Content is protected !!