ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଭାରତୀୟ ଜନତା ପାର୍ଟି ତରଫ ରୁ ସେବା ପକ୍ଷ ପାଳନ ପାଇଁ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ

ଭାରତୀୟ ଜନତା ପାର୍ଟି ତରଫ ରୁ ସେବା ପକ୍ଷ ପାଳନ ପାଇଁ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ

ଜୁନାଗଡ଼,୬/୯(ମନୀସ) କଳାହାଣ୍ଡି ଭାରତୀୟ ଜନତା ପାର୍ଟି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ ଙ୍କ ଅଧ୍ୟକ୍ଷତା ରେ ଜୁନାଗଡ ଟାଉନ୍ ହଲ୍ ଠାରେ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଅଛି ଉକ୍ତ କର୍ମଶାଳା ରେ ଜିଲ୍ଲା ପ୍ରଭାରୀ ତଥା ସେବା ପକ୍ଷ ର ରାଜ୍ୟ ସଂଯୋଜକ ରମେଶ ସାହୁ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଯୋଗଦେଇ ଥିଲେ , ଚଳିତ ସେପ୍ଟେମ୍ବର ମାସ ୧୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମ ଦିନ ଠାରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଦେଶ ବ୍ୟାପି ସେବା ପକ୍ଷ ପାଳନ କରାଯିବ ,ଏହି ସେବା ପକ୍ଷ ରେ ବିଭିନ୍ନ କାର୍ଯ୍ୟକ୍ରମ କରିବା ପାଇଁ ଦଳ ସ୍ଥିର କରିଛି ଯଥା ବୃକ୍ଷ ରୋପଣ,ରକ୍ତ ଦାନ ଶିବିର,ସ୍ବାସ୍ଥ୍ୟ ଶିବିର ,ମୋଦୀ ବିକାଶ ମାରାଥନ , ଲୋକାଲ ଫର ଭୋକାଲ ,ପଣ୍ଡିତ ଦିଦୟାଲ ଜୟନ୍ତୀ,ଗାନ୍ଧୀ ଜୟନ୍ତୀ ,ସାଂସଦ କ୍ରୀଡା ପ୍ରତିଯୋଗିତା ଆଦି କାର୍ଯ୍ୟକ୍ରମ କୁ ନେଇ ସେବା ପକ୍ଷ ଅନୁଷ୍ଠିତ ହେବ,ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ କଳାହାଣ୍ଡି ସାଂଗଠାନିକ ଜିଲ୍ଲା ର ୪୧ ଗୋଟି ମଣ୍ଡଳ ର କାର୍ଯ୍ୟକର୍ତ୍ତା ଓ ପଦାଧିକାରୀ ଙ୍କୁ ଦାୟିତ୍ଵ ବଣ୍ଟନ କରାଯାଇ ଅଛି ,ଜିଲ୍ଲାସ୍ତରୀୟ କର୍ମଶାଳା ରେ ବରିଷ୍ଟ ନେତା ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର ,ପୂର୍ବତନ ସଭାପତି ଭବେନ୍ଦ୍ର ପଣ୍ଡା ,ବରିଷ୍ଟ ନେତା ଭାରତ ଦେଓ,ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ମୋନୋଜ ମେହେର,ରମେଶ ମାଝୀ ,ଜିଲ୍ଲା ସେବା ପକ୍ଷ ସଂଯୋଜକ ସତ୍ୟ ବେହେରା,ହିମାଂଶୁ ପଣ୍ଡା,ଘନ ଗହିର ,ସୋଭାଗିନି ପାତ୍ର ,ପ୍ରମୁଖ ମଞ୍ଚ ରେ ଉପସ୍ଥିତ ରହି ଥିଲେ , ସାଧାରଣ ସମ୍ପାଦକ ଜୟ ଶଙ୍କର ନାଏକ ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲା ମିଡିଆ ସଂଯୋଜକ ନରହରି ପଟ୍ଟନାୟକ,ଉପ ସଭାପତି ମୁକେଶ ଅଗ୍ରୱାଲ ,ପ୍ରଶାନ୍ତ ସାହୁ ,ଲକ୍ଷ୍ମୀକାନ୍ତ ବାଗ ,ଦିବ୍ୟ ଜ୍ୟୋତି ମୁଣ୍ଡ ,କାଞ୍ଚନ ବାଗ ,ଶର୍ମିଷ୍ଠା ମେହେର , ସନ୍ତୋଷିନି ଦାସ ପ୍ରମୁଖ ଙ୍କ ସହ ଶତାଧିକ କାର୍ଯ୍ୟକର୍ତ୍ତା କର୍ମଶାଳା ରେ ଯୋଗ ଦେଇଥିଲେ ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

କଂଗ୍ରେସ ଦଳ ବିଧାୟକ ପ୍ରାର୍ଥୀ ଙ୍କ ଚାରି ପଞ୍ଚାୟତ ରେ ବାଇକ୍ ରାଲି କରିି ଶକ୍ତି ପ୍ରଦର୍ଶନ ,ନିର୍ବାଚନୀ ପ୍ରଚାର ଓ ମିଶ୍ରଣ ପର୍ବ

masiha

ଜନ ସମ୍ପର୍କ ଯାତ୍ରାରେ ଯୋଗଦେଲେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା

Sunil Chandra Nayak

ଜଗତପୁର ଠାରେ କଟକ ନଗର ୮ନଂ ବ୍ଲକ କଂଗ୍ରେସ ର ନବ ନିଯୁକ୍ତ ସଭାପତି ଙ୍କୁ କଂଗ୍ରେସ କର୍ମୀ ଙ୍କ ପକ୍ଷରୁ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!