ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁନ୍ଦର ସମାଜ ଗଠନରେ ଲୋକ କଳା ଗୁରୁମାନଙ୍କ ଅବଦାନ ଅତୀବ ଗୁରୁତ୍ୱପୂର୍ଣ୍ଣ : ମହାସଂଘ 

ସୁନ୍ଦର ସମାଜ ଗଠନରେ ଲୋକ କଳା ଗୁରୁମାନଙ୍କ ଅବଦାନ ଅତୀବ ଗୁରୁତ୍ୱପୂର୍ଣ୍ଣ : ମହାସଂଘ 

ବ୍ରହ୍ମପୁର,୦୫/୯/୨୫ : କଳା ଓ କଳାକାର ହିତୈଷୀ ମହାମଞ୍ଚ “ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ” ତରଫରୁ ପବିତ୍ର ଗୁରୁ ଦିବସ ଅବସରରେ ସ୍ଥାନୀୟ ଗିରି ମାର୍କେଟ୍ ଛକ ସ୍ଥିତ ପ୍ରକାଶମ୍ ହାଲ୍- ଆନ୍ଧ୍ର ଭାଷା ବିବର୍ଦ୍ଧନୀ ସମାଜମ୍ ସଭା ପ୍ରକୋଷ୍ଠ ଠାରେ ରାଜ୍ୟସ୍ତରୀୟ ଗୁରୁ ପୂଜନ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରଥମ ସୋପାନରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ନିମନ୍ତ୍ରିତ ସାଂସ୍କୃତିକ କ୍ଷେତ୍ର ବିଶେଷ ଗୁରୁମାନଙ୍କୁ ଲୋକନାଟକ ପ୍ରଦର୍ଶନ ମାଧ୍ୟମରେ ଆପ୍ୟାୟିତ କରାଯାଇଥିଲା। କଳାପ୍ରାଣ କୈଳାସ ପାଣିଗ୍ରାହୀ ଶୁଭ ଉଦଘାଟନ କରିବା ପରେ ଅଗଝୋଳ, ରାତ୍ନେଶ୍ଵର ନାଟ୍ୟ ସଂସଦ ପ୍ରଯୋଜିତ ଲୋକ ନାଟକ “ଭାରତ ଲୀଳା” ପ୍ରଦର୍ଶିତ ହୋଇଥିଲା। 

           ଦ୍ଵିତୀୟ ପର୍ଯ୍ୟାୟରେ ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା ମୁଖ୍ୟ ଅତିଥି, ଲୋକକଳା ଗବେଷକ ଡଃ. ବାୟାମନୁ ଚର୍ଚ୍ଚି ମୂଖ୍ୟ ବକ୍ତା ଓ ସମ୍ମାନିତ ଅତିଥି ଭାବେ ଲୋକ ନାଟକ ଗବେଷକ ନାଟ୍ୟଭୁଷଣ ଇନ୍ଦ୍ରମଣି ବାରିକ, ନାଟ୍ୟଶ୍ରୀ ଫାଉଣ୍ଡେସନ ଅଧ୍ୟକ୍ଷ ଭବାନୀ ଶଙ୍କର ମିଶ୍ର, ନାଟ୍ୟ ନିର୍ଦ୍ଦେଶକ ଅଭୟ କୁମାର ଦାସ, ଶାଶ୍ଵତି ପ୍ରଗତିଶୀଳ ନାଟ୍ୟ ସଂସ୍ଥା ସଭାପତି ରାମଚନ୍ଦ୍ର ସାସମଲ, ସାଂସ୍କୃତିକ ସଂଗଠକ ବାଲାଜୀ ସାମନ୍ତରା, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପ୍ରାକ୍ତନ ସଦସ୍ୟ ଅନିଲ କୁମାର ପାତ୍ର ପ୍ରମୁଖ ଯୋଗଦେଇ ଗୁରୁ ମହିମା ସମ୍ପର୍କରେ ନିଜ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ପ୍ରଥମେ କାର୍ଯ୍ୟକାରୀ ସଭାପତି ଡଃ. ବିଜୟ ଚନ୍ଦ୍ର ମହାରଣା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ୱାଗତ ଭାଷଣ କ୍ରମରେ କଳାକାରମାନେ ଜଣେ ଜଣେ ସମାଜ ସଂସ୍କାରକ ହେତୁ ଏହି କ୍ଷେତ୍ରର ଗୁରୁମାନଙ୍କ ଭୂମିକା ବିଶେଷ ଗୁରୁତ୍ୱପୂର୍ଣ ଏବଂ ସଂସ୍କୃତି ବିଭାଗ ତଥା ସରକାର ଏହାକୁ ଦୃଷ୍ଟିରେ ରଖି ଲୋକକଳା ଗୁରୁମାନଙ୍କୁ ଯଥାର୍ଥ ସହାୟତା ଯୋଗାଇଦେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ।

          ଏହି ଅବସରରେ ମହାସଂଘ ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ନିମନ୍ତ୍ରିତ ଲୋକକଳା ଗୁରୁ ସର୍ବଶ୍ରୀ ଡଃ. ବିଜୟ ଚନ୍ଦ୍ର ମହାରଣା, ନାଟ୍ୟକାର ଅଭୟ କୁମାର ଦାସ, ଶ୍ରୀକାନ୍ତ ବାଗ ଯାଦବ, ସୀମାଞ୍ଚଳ ନାହାକ, କର୍ଣ୍ଣ ଗଉଡ଼, ଶ୍ରୀନିବାସ ବେହେରା, ଦାଶରଥୀ ଶବର, ଲମ୍ବୋଦର ଜମିଦାର, ସୀତାରାମ ସେଠ, କିଶୋର କୁମାର ପଟେଲ, ଭାସ୍କର ସାମନ୍ତରା, ମଧୁସୂଦନ ମହାପାତ୍ର, ଘନଶ୍ୟାମ ଦାସ, ଯଦୁମଣି ଗୌଡ଼, ପୂର୍ଣ୍ଣ ଚନ୍ଦ୍ର ଗୌଡ଼, ନିରଞ୍ଜନ ସାହୁ, ଚନ୍ଦ୍ରଭାନୁ ନାୟକ, ସନ୍ତୋଷ ଜେନା, ବୃନ୍ଦାବନ କହଁର, ଶ୍ରୀକୃଷ୍ଣ ବେହେରା, କାମେଶ୍ଵର ବିଶିମାଝୀ, ଅନ୍ତର୍ଯ୍ୟାମୀ ବେହେରା, ପିର୍ତ୍ତିସିଂ ପୂଜାରୀ, ଅରୁଣ ପାତ୍ର, ଟୁନା ଡାକୁଆ, ବୃନ୍ଦାବନ ସାହୁ, ମୁରଲୀଧର ବେହେରା, ଅନନ୍ତ ଦଣ୍ଡସେନା, ଉପେନ୍ଦ୍ର ଦଣ୍ଡସେନା, କର୍ଣ୍ଣ ବେହେର୍ଦ୍ଦଳାଇ, ବିରାଟ ବେହେର୍ଦ୍ଦଳାଇ, ତ୍ରିନାଥ ବଡାଇକ, ସନାତନ ଗୌଡ଼, ରବୀନ୍ଦ୍ର ପ୍ରଧାନ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଶେଷରେ ନାଟ୍ୟସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଇଶ୍ବରୀୟ ବିଶ୍ବବିଦ୍ୟାଳୟର ପ୍ରଥମ ମୁଖ୍ୟ ପ୍ରଶାସିକା ମlତେଶ୍ୱରୀ ଜଗଦମ୍ବା ସରସ୍ଵତୀଙ୍କ ୬୧ ତମ ଅବ୍ୟକ୍ତ ସ୍ମୃତି ଦିବସ 

Sunil Chandra Nayak

ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ରକ୍ତଦାନ ଅଭିଯାନ ଅନୁଷ୍ଠିତ

masiha

ଜିଲ୍ଲା ଶିଳ୍ପ କେନ୍ଦ୍ରରେ ଉଦ୍ୟେଗୀ ଦିବସ ପାଳିତ

masiha

Leave a Comment

error: Content is protected !!