ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଐତିହାସିକ ପୀଠ ପୋଡ଼ାଗଡ ରାସ୍ତା ହୋଇଛି ରାସ୍ତାରୋକ

ଐତିହାସିକ ପୀଠ ପୋଡ଼ାଗଡ ରାସ୍ତା ହୋଇଛି ରାସ୍ତାରୋକ 

 ନବରଙ୍ଗପୁର:(୬|୯)(ରବି ନାରାୟଣ ମହାନ୍ତି)ନଵରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଭଣ୍ଡାରିଗୁଡା ଗ୍ରାମ ପଂଚାୟତ ପୋଡ଼ାଗଡ ରାସ୍ତାକୁ ଶତାଧିକ ଲୋକ ଅବରୋଧ କରିଛନ୍ତି lଏହି ପୋଡ଼ାଗଡ ପର୍ଯ୍ୟଟନ କ୍ଷେତ୍ରକୁ ଧ୍ଵଂସ ମୁଖରେ ପକେଇବାକୁ ଏଠାରେ ଖଣି ମାଫିଆଙ୍କ ରାଜ ଚାଲିଛି l କେତେକ ପ୍ରତିପତି ଲୋକ ଓ ଗ୍ରାମ ବାସୀଙ୍କୁ ହାତ ବାରିସ କରି ଏହି କ୍ରସର୍ ମାଲିକମାନେ ପୋଡ଼ାଗଡ ସୁନ୍ଦର ପିଚୁ ରାସ୍ତାକୁ ଧ୍ଵଂସ କରି କୋଟିପତି ହୋଇଛନ୍ତି ,ଯାହାଫଳରେ ରୋଗୀ ,ଗର୍ଭବତୀ ,ଛାତ୍ର ଛାତ୍ରୀ ପର୍ଯ୍ୟଟକ ଓ ଜନସାଧାରଣ ଆଜି ଅସୁବିଧାର ସମ୍ମୁଖୀନ ହୋଇ ସମଗ୍ର ବିପ୍ଲବର ଧ୍ଵନୀ ଦେଉଛନ୍ତି lଜିଲ୍ଲାପାଳ ପୋଡ଼ାଗଡ ଆସିପାରୁ ନାହାନ୍ତି କାରଣ ଗର୍ଭବତୀ ବିନା ଦ୍ବିଧାରେ ପ୍ରସବ କଲା ଭଳି ରାସ୍ତା ହୋଇଛି l ଏହି ଅଞ୍ଚଳରୁ ଏଠାରେ ଥିବା କ୍ରସରକୁ ଉଠାଇବାକୁ ଦାବୀ ଯୋର ଧରିଛି lକେତେକ ମୁଷ୍ଟିମେୟ ଲୋକଙ୍କୁ ହାତବାରିସ କରି ଏହି ମାଫିଆ ମନେ ନିରୀହ ଲୋକଙ୍କ ଜୀବନ ଜୀବିକା ସହ ଖେଳ ଖେଳୁଛନ୍ତି lଏହି କ୍ରସର ଥିବାବେଳେ ଏହି ଅଞ୍ଚଳ ବାୟୁ ପ୍ରଦୂଷଣ ରେ ସମ୍ମୁଖୀନ ହେଉଛି l ଏମାନଙ୍କୁ ପ୍ରଦୂଷଣ ପ୍ରମାଣ ପତ୍ର କିଏ ଦେଲା ପ୍ରଶ୍ନବାଚୀ ସୃଷ୍ଟି କରିଛି l ଏହାର ଲାଇସେନ୍ସ ରଦ୍ଦ କରିବାକୁ ଜନ ସାଧାରଣରେ ଦାବୀ ହେଉଛି l ଏହାକୁ ତୁରନ୍ତ ବନ୍ଦ କରାଯାଉ ଓ ଏହାର ଲାଇସେନ୍ସ ରଦ୍ କରିବାକୁ ଜିଲ୍ଲାପାଳ ନବରଙ୍ଗପୁର ଓ ଖଣି ବିଭାଗ ଅଧିକାରୀ କୋରାପୁଟ ଓ ଖଣିମନ୍ତ୍ରୀ ଙ୍କ ସହିତ ମୁଖ୍ୟମନ୍ତ୍ରୀ ଙ୍କୁ ଅଞ୍ଚଳବାସୀ ଦାବୀ କରିଛନ୍ତି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ପ୍ରିୟ କାର୍ଯ୍ୟାଳୟ ଠାରେ ଭାରତ ରତ୍ନ Dr B.R AMBEDKAR JAYANTI ପାଳିତ

masiha

ବରିଷ୍ଠ ବ୍ୟବସାୟୀ ଗୁରୁ ପ୍ରସାଦ ଅଗ୍ରୱାଲ ଙ୍କ ପରଲୋକ

Sunil Chandra Nayak

କବି ଭାରତୀ ସ୍ବର୍ଗତ ବାସୁଦେବ ପlତ୍ରଙ୍କୁ ଶ୍ରଦ୍ଧାଞ୍ଜଳି 

masiha

Leave a Comment

error: Content is protected !!