ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଳକ ସ୍ତରୀୟ ନବ ଭାରତ ସାକ୍ଷରତା ଅଭିଯାନ-୨୦୨୫-୨୬ “ଉଲ୍ଲାସ “କାର୍ଯ୍ୟକ୍ରମ 

ବ୍ଳକ ସ୍ତରୀୟ ନବ ଭାରତ ସାକ୍ଷରତା ଅଭିଯାନ-୨୦୨୫-୨୬ “ଉଲ୍ଲାସ “କାର୍ଯ୍ୟକ୍ରମ 

ଡାବୁଗାଁ, ୮/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ସରକାରୀ ନୂତନ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ ନବ ଭାରତ ସାକ୍ଷରତା ଅଭିଯାନ-୨୦୨୫-୨୬ “ଉଲ୍ଲାସ ” କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇ ଯାଇଛି l ଏହି ଅବସରରେ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ତଥା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭଗବାନ ମାଝୀ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଡାବୁଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷା ବୀଣା ମାଝୀ, ସମ୍ମାନୀତ ଅତିଥି ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସଦାଶିବ ନାୟକ, ଜିଲା ପରିଷଦ ସଭ୍ୟ ଧନ ସିଂ ଭତ୍ରl ଓ ଗୁପ୍ତ ବିଶୋୟୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ ରଶ୍ମିତା ନେତମ, ଡଙ୍ଗରିଗୁଡ଼ା ସରପଞ୍ଚ ରାମ କୁମାର ଗଣ୍ଡ, ସମ୍ପୃକ୍ତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସନୋଜ କୁମାର ମହାପାତ୍ର ପ୍ରମୂଖ ମଞ୍ଚାସୀନ ଥିଲେ | ଏହି ‘ଉଲ୍ଲାସ’ କାର୍ଯ୍ୟକ୍ରମ ରେ ୧୫ ରୁ ୩୫ ବର୍ଷ ନିରକ୍ଷର ଯୁବତୀ ଯୁବକ ଙ୍କୁ ସାକ୍ଷର କରାଇବା ହେଉଛି ଉଲ୍ଲାସ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ l ଉକ୍ତ କାର୍ଯ୍ୟକ୍ରମ ରେ ସମସ୍ତ ନିର୍ବାଚିତ ପ୍ରତିନିଧି, ଅଙ୍ଗନବାଡି କର୍ମୀ, ସ୍ଵୟଂ ସହାୟିକା ଗୋଷ୍ଠୀ ଙ୍କୁ ସାମିଲ କରି ଆମ ଡାବୁଗାଁ ବ୍ଳକ ରେ ନିରକ୍ଷରତା ହ୍ରାସ କରାଇ ସାକ୍ଷରତା କାର୍ଯ୍ୟକ୍ରମ କୁ ଆଗେଇ ନେବାକୁ ମୁଖ୍ୟ ଅତିଥି ପରାମର୍ଶ ଦେଇଥିଲେ l ସମସ୍ତ ଙ୍କ ସହଯୋଗ ହେଲେ ନିରକ୍ଷରତା ଦୁରେଇ ସାକ୍ଷରତା ହାର ନିଶ୍ଚୟ ବଢିବ l ସମସ୍ତେ ମୌଳିକ ଅଧିକାର ପାଇ ଠକେଇ ର ଶିକାର ହୋଇ ପାରିବେ ନାହିଁ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ l ଏଣୁ ଉକ୍ତ କାର୍ଯ୍ୟକ୍ରମ କୁ ସମସ୍ତ ଅତିଥି ସ୍ୱାଗତ କରିଥିଲେ l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷୟତ୍ରୀ ଶିକ୍ଷକ, ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ, ସ୍ଵୟଂ ସହାୟିକା ଗୋଷ୍ଠୀ ଉପସ୍ଥିତ ରହିଥିବା ବେଳେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ହେମେନ୍ଦ୍ର ନାଥ ବେହେରା ମଞ୍ଚ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜଙ୍ଗଲ ବିଭାଗ ତରଫରୁ ତାଲିମ ଶିବିର ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

କନ୍ଦାଗଡ଼ ଠାରେ ମହାବିଷ୍ଣୁ ଯଜ୍ଞ ଉଦଯାପିତ

masiha

ବେହେରାପାଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ବଦଳି ଘଟଣାରେ ଛକାପଞ୍ଝା

Sunil Chandra Nayak

Leave a Comment

error: Content is protected !!