ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଦଶହରା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ, ଉମରି ଦଳ ବିଜୟ 

ଦଶହରା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ, ଉମରି ଦଳ ବିଜୟ 

ନବରଙ୍ଗପୁର:(୮|୯)(ରବି ନାରାୟଣ ମହାନ୍ତି)ନଵରଙ୍ଗପୁର ଟାଉନ ଫୁଟବଲ୍ ଏକାଡେମୀ ଆନୁକୂଲ୍ୟରେ ସ୍ଥାନୀୟ କଲେଜ ଫୁଟବଲ୍ ପଡ଼ିଆରେ ଦଶହରା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବରେ ଜିଲ୍ଲା କ୍ରୀଡା ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ ଏବଂ ସମ୍ମାନୀତ ଅତିଥି ଭାବରେ ଜିଲ୍ଲା କ୍ରୀଡା ସଂଘର ଉପ ସଭାପତି ଏମ ବାଳକୃଷ୍ଣ ରାଓ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ ଏବଂ ପ୍ରାକ୍ତନ ଫୁଟବଲ୍ ଖେଳାଳୀ ରାକେଶ ଗୁପ୍ତା ପ୍ରମୁଖ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏକ ସଂଘର୍ଷ ମୟ ଉଦ୍ଘାଟନୀ ମ୍ୟାଚରେ କୋରାପୁଟ ଜିଲ୍ଲା ଉମରି ଦଳ ନବରଙ୍ଗପୁର ଜିଲ୍ଲା ଗ୍ଲାଡ଼ିଏଟର ଏଫ୍ ସି ଦଳକୁ ୨-୦ ଗୋଲରେ ପରାସ୍ତ କରି ପରବର୍ତ୍ତୀ ପର୍ଯ୍ୟାୟ କୁ ଉନ୍ନୀତ ହୋଇଛି। ସୂଚନା ଯୋଗ୍ୟ ଯେ ଉକ୍ତ ଟୁର୍ଣ୍ଣାମେଣ୍ଟରେ ଅବିଭକ୍ତ କୋରାପୁଟ ଜିଲ୍ଲାର ମୋଟ ୧୬ ଗୋଟି ଦଳ ଅଂଶ ଗ୍ରହଣ କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟର ଉଦ୍ୟକ୍ତା ଅଶୋକ ପାତ୍ରଙ୍କ ଦ୍ଵାରା ଲୁକ୍କାୟିତ ପ୍ରତିଭାର ଅନ୍ୱେଷଣ ସକାଶେ ଆୟୋଜନ କରିଥିବାରୁ ଜିଲ୍ଲାର ପ୍ରାକ୍ତନ କ୍ରୀଡାବିତ୍ ମାନେ ଶ୍ରୀ ପାତ୍ରଙ୍କ ଏହି ଅଭିନବ ପ୍ରୟାସ ପାଇଁ ସାଧୁବାଦ୍ ଜଣାଇଛନ୍ତି। ଆଜିର ଉଦଘାଟନୀ ମ୍ୟାଚରେ ରେଫରି ଭାବରେ ଲାଲୁ ହରିଜନ, ଲାଇନ୍ ରେଫେରି ଭାବରେ ଚନ୍ଦନ ଗରଡା, ବିଜୟ ନାୟକ ପରିଚାଳନା କରିଥିବା ବେଳେ ପ୍ରଥମ ଥର ପାଇଁ ମହିଳା ରେଫରୀ ଭାବରେ ରାଇଲା ଭତରା ଏବଂ ଆରତୀ ହରିଜନ ସହଯୋଗ କରିଥିଲେ। ଫୁଟବଲ୍ ଖେଳ ଦେଖିବାକୁ ଆଖ ପାଖ ଅଞ୍ଚଳରୁ ଅନେକ ଦର୍ଶକ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଅନ୍ତଃ ଜିଲ୍ଲା ଜୁନାଗଡ଼ କପ କ୍ରିକେଟ ଟୁର୍ନାମେଣ୍ଟ ପାଇଁ ପ୍ରସ୍ତୁତି ଚୂଡାନ୍ତ

masiha

ଆନ୍ତ କ୍ଳବ୍ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ୨୦୨୫ ଏପ୍ରିଲ ୨ ତାରିଖରୁ

masiha

ନବରଙ୍ଗପୁର ଜିଲା ଫୁଟବଲ ଦଳର ସାହାଣୀ କପ ନିମନ୍ତେ କଟକ ଗସ୍ତ

Sunil Chandra Nayak

Leave a Comment

error: Content is protected !!