ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁଆରମୁଣ୍ଡା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

କୁଆରମୁଣ୍ଡା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ରାଉରକେଲା, 8/9/25 : କୁଆରମୁଣ୍ଡା  ପଂଚାୟତ ସମିତି କାର୍ଯ୍ୟାଳୟ ପରିସର ସ୍ଥିତ ସମ୍ମିଳନୂ କକ୍ଷରେ ରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର  ମହାପାତ୍ର ଓ ସୁନ୍ଦରଗଡ ଏସପି ଅମ୍ରିତପାଲ କୌର ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ। 

     ଆଜି ମୋଟ  ୧୩୫ ଗୋଟି ଅଭିଯୋଗର ଶୁଣାଣୀ ହୋଇଥିଲା l  ସେଥି ମଧ୍ୟରୁ ୫୧ ବ୍ୟକ୍ତିଗତ ଅଭିଯୋଗ ରହିଥିବା ବେଳେ ୮୪ ଟି ସାମୁହିକ ଅଭିଯୋଗ ରହିଥିଲା l ସେଥି ମଧ୍ୟରୁ ୫ ଗୋଟି ସମସ୍ୟାର ତ୍ବରିତ ସମାଧାନ କରାଯାଇଥିଲା l ଆଜି ଆସିଥିବା ଅଭିଯୋଗ ଗୁଡ଼ିକ ମଧ୍ୟରୁ ମୁଖ୍ୟତଃ ରାସ୍ତା ଘାଟ ସମସ୍ୟା, ପେନସନ, ବିଦ୍ୟୁତ୍ ସମସ୍ୟା, ରାସନ୍ କାର୍ଡ ସମସ୍ୟା, ପାନୀୟ ଜଳ ସମସ୍ୟା ଆଦି ପ୍ରମୁଖ ରହିଥିଲା। 

       ଆଜିର ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ସୁରଂଜନ ସାହୁ, ଡିଏଫଓ ଶ୍ରୀ ଯଶୋବନ୍ତ ସେଠୀ, ଆଇଏଏସ ଶିକ୍ଷା ନବୀଶ ଫାବୀ ରସୀଦ, ପାନପୋଷ ଉପଜିଲ୍ଲାପାଳ ଶ୍ରୀ ବିଜୟ ନାୟକ ସମେତ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଢେଙ୍କାନାଳ ପୌରାଞ୍ଚଳର ତିନି ନମ୍ବର ୱାର୍ଡ ମଧୁବନରେ ନନ୍ଦିନୀ ଶତପଥି ଶିଶୁ ଉଦ୍ୟାନର ପ୍ରାଚୀର ନିର୍ମାଣ କାର୍ଯ୍ୟ ଆରମ୍ଭ 

Sunil Chandra Nayak

ବାମନଘାଟୀରେ ଲୌହଶିଳ୍ପ ପ୍ରତିଷ୍ଠା ନେଇ ବାମନଘାଟୀ ଲୌହ ଶିଳ୍ପ ସ୍ଥାପନ କ୍ରିୟାନୁଷ୍ଠାନ କମିଟିର ବୈଠକ

Sunil Chandra Nayak

ସାମନ୍ତରାୟ ଏକାଡେମୀ ଦ୍ୱାରା ଆୟୋଜିତ କ୍ଯୁଜ୍ ପ୍ରତିଯୋଗିତାରେ ବାଜି ମାରିଲେ ହିତ୍ରାଣୀ

Leave a Comment

error: Content is protected !!