ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ 

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ 

ଲାଞ୍ଜିଗଡ଼, ୦୯/୦୯(ମନିସ)-ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରସ୍ଥିତ ବ୍ଲକ ସମ୍ମିଳନୀ କକ୍ଷରେ ଆଜି ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ ନାୟକ, ବିଡିଓ ଶଶାଙ୍କ ପାତ୍ର ପ୍ରମୁଖ ଯୋଗଦେଇ ଶିବିରର ଉଦଘାଟନ କରିଥିଲେ। ବ୍ଲକ ସାମାଜିକ ସମ୍ପ୍ରସାରଣ ଅଧିକାରୀ ଅରବିନ୍ଦ ମହାପାତ୍ର ଶିବିର ପରିଚାଳନା କରିଥିଲେ। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବରିଷ୍ଠ ଓ ଅଭିଜ୍ଞ ଚିକିତ୍ସକ ଯୋଗଦେଇ ଭିନ୍ନକ୍ଷମ ଚିହ୍ନଟ କରିଥିଲେ। ଏହି ଅବସରରେ ବ୍ଲକର ୨୬ ଗୋଟି ପଞ୍ଚାୟତ ଅଞ୍ଚଳରୁ ୩୭୭ ଜଣ ଭିନ୍ନକ୍ଷମଙ୍କୁ ଚିହ୍ନଟ, ପଞ୍ଜିକରଣ, ଭିନ୍ନକ୍ଷମ ପ୍ରମାଣପତ୍ର ସହିତ ସହାୟକ ଉପକରଣ ପ୍ରଦାନ କରାଯାଇଥିଲା। ସେଥିମଧ୍ୟରୁ ୧୭୫ ଜଣ ଅସ୍ଥିଶଲ୍ୟ, ୯୧ ଜଣ ଶ୍ରବଣ ବାଧିତ, ୫୬ ଜଣ ଚକ୍ଷୁ, ମସ୍ତିଷ୍କ ଜନିତ ୨୪ ଏବଂ ଅନ୍ୟାନ୍ୟ ୩୧ ଜଣଙ୍କୁ ଶିବିରରେ ଚିହ୍ନଟ ଓ ପଞ୍ଜିକରଣ କରାଯାଇଥିଲା। ସେହିପରି ୩୫ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର, ୨ ଜଣଙ୍କୁ ହ୍ଵିଲଚେୟାର ଓ ଜଣକୁ ଆଶାବାଡି ପ୍ରଦାନ କରାଯାଇଥିଲା। ବ୍ଲକ ପ୍ରଶାସନ ତରଫରୁ ଶିବିର ପରିଚାଳନା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଥିବାବେଳେ ସ୍ୱାସ୍ଥ୍ୟ ବିଭାଗ ଓ ଗୋପବନ୍ଧୁ ହାଇସ୍କୁଲର ଜୁନିୟର ରେଡ଼କ୍ରସ ପକ୍ଷରୁ ସହଯୋଗ କରାଯାଇଥିଲା। ସେହିପରି ଲେପ୍ରା ସୋସାଇଟି ଦ୍ୱାରା ପରିଚାଳିତ ଜୁନାଗଡ଼ ନେତ୍ରାଳୟ ଓ ସାଇଟ ସେଭର ଇଣ୍ଡିଆ ପକ୍ଷରୁ ଚକ୍ଷୁ ପରୀକ୍ଷା ସହିତ ମାଗଣାରେ ଚଷମା ବଣ୍ଟନ କରାଯାଇଥିଲା। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ବାର୍ଷିକ ଅଭ୍ୟାସ ବର୍ଗର ସମାରୋପ କାର୍ଯ୍ୟକ୍ରମ

Sunil Chandra Nayak

ଡିବ୍ୟାଙ୍ଗ ଯୁବତୀ ଙ୍କ ଦୁଃଖ ବୁଝିବ କିଏ ? ୯୦ ଶତକଡା ବିକଳାଙ୍ଗ ଥିଲେ ମଧ୍ୟ ଅସହାୟ ୧୯ ବର୍ଷର ଯୁବତୀ ଭତ୍ତା ପାଇବାରୁ ବଞ୍ଚିତ

masiha

ଧରାକୋଟ ରେ ପ୍ରବାଦପୁରୁଷ ଦିବସ ପାଳନ 

Sunil Chandra Nayak

Leave a Comment

error: Content is protected !!