ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାପାଳଙ୍କ ଦ୍ୱାରା ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ର ଶୁଭାରମ୍ଭ

ଜିଲ୍ଲାପାଳଙ୍କ ଦ୍ୱାରା ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ର ଶୁଭାରମ୍ଭ!

କେନ୍ଦ୍ରାପଡ଼ା : ଡେରାବିଶ ବ୍ଲକ ବାରିମୂଳ ପଞ୍ଚାୟତର ଗାନ୍ଧୀ ପାର୍କରେ ଜିଲ୍ଲାପାଳ ରଘୁରାମ ଆର ଆୟାରଙ୍କ ଦ୍ୱାରା ମା ପାଇଁ ଗଛଟିଏ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି | ସାମ୍ପ୍ରତି ସାରା ଦେଶରେ ପରିବେଶରେ ସନ୍ତୁଳନ ରହିନାହିଁ |ଜଳ ବାୟୁ ପରିବର୍ତନ ହେଉଛି |ଆବଶ୍ୟକତା ଅନୁଯାଇ ବର୍ଷା ହେଉନାହିଁ | ଅତ୍ୟଧିକ ତାତି ବଢୁଛି ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ମାକେ ନାମ ପର ପେଡ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ବୋଲି ପିଢ଼ି ଅଜାମ୍ବର ମହାନ୍ତି କହିଛନ୍ତି |ମା ଓ ଗଛ ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱଵହନ କରେ ବୋଲି ଏକ ପେଡ ମା କେ ନାମ ୨.O ଅଧୀନରେ ସାର ରାଜ୍ୟ ସହିତ କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ବିଶାଳ ଚାରା଼ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଓ ପ୍ରତେକ ପଞ୍ଚାୟତରେ ୫୦୦ ଗଛ ଲାଗିବ | ତାସହିତ ପ୍ରତେକ ପ୍ରତ୍ୟକ ସରକାରୀ କାର୍ଯ୍ୟାଳୟ ଓ ସ୍କୁଲ ଗୁଡିକରେ ଗଛ ଲାଗିବ ବୋଲି ଜିଲ୍ଲାପାଳ ଶ୍ରୀ ଆର ଆୟାର କହିଛନ୍ତି |ଏହି ପରିପ୍ରେକ୍ଷୀରେ ଆଜି ଡେରାବିଶ ବ୍ଲକ ବାରିମୂଳ ସ୍ଥିତ ଗାନ୍ଧୀ ପାର୍କରେ ଡେରାବିଶ ବିଡ଼ିଓଙ୍କ ତତ୍ୱାବଧାନରେ ଆୟୋଜିତ ସଭାରେ ଏକ ବ୍ଲକ ଅଦକ୍ଷ ପ୍ରଭାତୀ ମଲ୍ଲିକ,ପୂର୍ବତନ ବ୍ଲକ ଅଦକ୍ଷ ସରୋଜକାନ୍ତ ସାହୁ,ସରପଞ୍ଚ କଳ୍ପନା ବେହେରା,ଉଦ୍ୟାନ ବିଭାଗର ଅଧିକାର ଦେବଦାସ ଦତ୍ତ, ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରସନ୍ନଜିତ ନାୟକ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ |

କେନ୍ଦ୍ରାପଡ଼ା ରୂ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ

Related posts

ବର୍ଷା ସାଜିଲା କାଳ, ଗାଁକୁ ରାସ୍ତା ନଥିବାରୁ ତିନି କିମି ଭାରରେ ବୁହା ହେଲେ ଆଦିବାସୀ ଗର୍ଭବତୀ 

masiha

ବିଭିନ୍ନ ଦାବୀ ନେଇ ଜିଲ୍ଲାପାଳ ଙ୍କୁ ଭେଟିଲେ ଓକିଲ ସଂଘ

masiha

ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ. ସଦାଶିବ ତ୍ରିପାଠୀଙ୍କ ଜନ୍ମ ଜୟନ୍ତୀ ପାଳିତ 

masiha

Leave a Comment

error: Content is protected !!