ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ଼ଙ୍ଗ୍ରୀପଦର ପ୍ରାଥମିକ ବିଦ୍ୟାଳୟ ରେ ଏକ ବିଶେଷ ଶିଶୁ ରୋଗର ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ଡ଼ଙ୍ଗ୍ରୀପଦର ପ୍ରାଥମିକ ବିଦ୍ୟାଳୟ ରେ ଏକ ବିଶେଷ ଶିଶୁ ରୋଗର ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ଏସବିଆଇ ଫାଉଣ୍ଡେସନ,ରାମକି ଫାଉଣ୍ଡେସନ ଓ ଡ଼ଙ୍ଗ୍ରିପଦର ସରକାରି ପ୍ରାଥମିକ ବିଦ୍ୟାଳୟ ର ମିଳିତ ସହଯୋଗ ରେ ଆଜି ଭବାନୀପାଟଣା ବ୍ଲକ ର ସ୍ଥାନୀୟ ଡ଼ଙ୍ଗ୍ରୀପଦର ପ୍ରାଥମିକ ବିଦ୍ୟାଳୟ ରେ ଏକ ବିଶେଷ ଶିଶୁ ରୋଗର ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହେଇଯାଇଛି। ବିଦ୍ୟାଳୟ ର ପରିଚାଳନା କମିଟି ଅଧ୍ୟକ୍ଷ ରାତ୍ର ପରାଭୋଇ ଏବଂ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ଅମିତା ମହାପାତ୍ର କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ବିଦ୍ୟାଳୟ ର ସହକାରୀ ଶିକ୍ଷୟତ୍ରୀ ଶ୍ରୀମତି ସୁଷମା ନାୟକ ସହକାରୀ ଶିକ୍ଷକ ପ୍ରତାପ କୁମାର ପଣ୍ଡା ଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଶିବପ୍ରସାଦ ଆଚାର୍ଯ୍ୟଙ୍କ ତତ୍ତ୍ଵାବଧାନରେ ଏହି ଶିବିର ଆୟୋଜିତ ହୋଇଥଲା।ଏହି ସ୍ୱତନ୍ତ୍ର ଶିବିର ରେ ପ୍ରାୟ ୩୦୫ ଜଣ ଛାତ୍ର ଛାତ୍ରୀଙ୍କୁ ବିଭିନ୍ନ ଶିଶୁ ରୋଗ ପରୀକ୍ଷା କରିବା ସହ ସ୍ବାସ୍ଥ୍ୟ ଏବଂ ଆଗାମୀ ଋତୁ ପରିବର୍ତ୍ତନ ରୋଗ ଉପରେ ମଧ୍ୟ ସଚେତନତା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ସହ ପାଖା ପାଖି ଅଂଚଳର ବିଭିନ୍ନ ଛାତ୍ର ଛାତ୍ରୀଙ୍କ ଯୋଗଦେଇ ଥିଲେ।ଏହି କାର୍ଯ୍ୟକ୍ରମରେ ରାମକି ଫାଉଣ୍ଡେସନ ର ଚିକିତ୍ସକ ଡାକ୍ତର ବିମଲ କୁମାର ଷଡଙ୍ଗୀ ଏବଂ ବିଦ୍ୟାଳୟ ର ସହଯୋଗୀ ଶିକ୍ଷକ ପ୍ରଶାନ୍ତ ସାହୁ,ସୁଶ୍ରୀ ପ୍ରଜ୍ଞା ରଞ୍ଜନା ନାଗ,ସିସିଏଚ ତାନେ ଯାନି ଏବଂ ସୁବର୍ନା ଯାନି ପ୍ରମୁଖ ସହଯୋଗ କରିଥିଲେ।ସ୍ୱାସ୍ଥ୍ୟ ସଚେତନତା ଉପରେ ରାମକି ଫାଉଣ୍ଡେସନ ଶିବିର କରି ସମାଜ ଆଉ କଳାହାଣ୍ଡି ଅଂଚଳରେ ଲୋକଙ୍କ ସାଧାରଣ ସ୍ୱାସ୍ଥ୍ୟକୁ ସୁଧାରିବା ଦିଗରେ ମୁଖ୍ୟ ଭୂମିକା କରିଆସୁଛି ଓ ଏପରି ବିଭିନ୍ନ ସ୍ୱାସ୍ଥ୍ୟ ସଚେତନା ଶିବିର କରି କଳାହାଣ୍ଡି ଜିଲ୍ଲାରେ ତାର ସେବା ତାଙ୍କ ଅନୁଷ୍ଠାନ ଜରିଆରେ କରିଆସୁଛନ୍ତି। ରାମକି ସଂସ୍ଥାର କଳାହାଣ୍ଡି ର ପିସି , ଭେଷଜ ବିତରକ ଶ୍ରୀମତୀ ଜୋଷ୍ଣା ରାଣୀ ବେହେରା, ନର୍ସି ଶ୍ରୀମତୀ ପଙ୍କଜିନି ରଣା, ଏଲ ଟି ନିତୁ ନାୟକ, ପାଇଲଟ ନିରଞ୍ଜନ ହାତୀ, ଲିଙ୍ଗରାଜ ସ୍ୱାଇଁ ଏହି ଅବସରରେ ଉପସ୍ଥିତ ଥିଲେ। ବିଦ୍ୟାଳୟ ର ସହକାରି ଶିକ୍ଷକ ପ୍ରତାପ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ନିଦା ବିଷ୍ଣୁ ସାଜିଛି ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ର ଉଭୟ ପାର୍ଶ୍ଵ ରେ ମାଟି ପରି ବର୍ତ୍ତେ ପଡୁଛି ଚିଙ୍ଗୁଡ଼ି ଘେରିର ମଳ

masiha

MP Sri Bishi Raises Concern Over Limited Access to EMRS in Tribal Areas, Seeks Expansion at Block Level.

Sunil Chandra Nayak

ରାଉରକେଲା ଓକିଲ ସଂଘ ଓ କଳିଙ୍ଗ ବିଶ୍ବବିଦ୍ୟାଳୟ ପକ୍ଷରୁ ସାଇବର ଆଇନ୍ ଉପରେ ଆଲୋଚନାଚକ୍ର

Leave a Comment

error: Content is protected !!