ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଇଡାରେ ଶ୍ରୀରାମ ସେନା ପକ୍ଷରୁ ଗୋମାତା ସୁରକ୍ଷା ଅଭିଯାନ

କୋଇଡାରେ ଶ୍ରୀରାମ ସେନା ପକ୍ଷରୁ ଗୋମାତା ସୁରକ୍ଷା ଅଭିଯାନ

କୋଇଡା – ସୁନ୍ଦରଗଡ଼ ଜିଲ୍ଲାର କୋଇଡା ବ୍ଳକର କୋଇଡା ଖଣି ମଣ୍ଡଳରେ ୨୫ ରୁ ଉର୍ଦ୍ଧ୍ବ ଲୌହଖଣି ଅଛି ।ଏଠାରେ ଲୌହଖନନ ଚାଲୁରହିଛି ।ଲୌହ ପରିବହନ ପାଇଁ ଦୈନିକ ହଜାର ଟ୍ରକ,ହାଇଭା ରାସ୍ତାରେ ଚାଲୁଛି ।କିନ୍ତୁ ଅମାନିଆ ଡ଼୍ରାଇଭର ଯୋଗୁଁ ରାସ୍ତାରେ ଯାଉଥିବା ଗୋମାତା,ଗୋରୁ,ଗାଈ,ବାଛୁରୀ, ପଣ୍ଡା,ମଇଁଷୀ ଙ୍କୁ ଧକ୍କା ଦେବା ଫଳରେ ଗୋମାତା ମୃତାହତ ବଢୁଛି ।ଗୋଵଂଶ ଲୋପ ପାଉଛି ।ପୋଲିସ ପ୍ରଶାସନ ଦୃଢ଼ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି ।ରାସ୍ତାରେ ମଧ୍ୟ ସିସି କେମେରା ଲାଗି ନାହିଁ ।ଯାହାଫଳରେ ଟ୍ରକ ଗୁଡ଼ିକ ଧକ୍କା ଦେଇ ଖସି ପାଉଛନ୍ତି ।ଗୋବଂଶ ଓ ଗୋମାତାର ସୁରକ୍ଷା ପାଇଁ କୋଇଡା ବ୍ଳକର ଶ୍ରୀରାମ ସେନା ଆଗକୁ ଆସିଛି ।ତାଙ୍କର‌ ସଦସ୍ଯମାନେ ଆହତ ଗୋମାତାଙ୍କୁ ପ୍ରାଣୀ ଚିକିତ୍ସାଳୟକୁ ନେଇ ଚିକିତ୍ସା ଓ ସେବା କରୁଛନ୍ତି ।ମୃତ ଷଣ୍ଢ,ବଳଦ ମାନଙ୍କୁ ଫୁଲମାଳ ଦେଇ ପୂଜାର୍ଚନା କରିସାରିବା ପରେ ଯେସିବି ମାଧ୍ୟମର ଗାତ ଖୋଳି ଶବ ସତ୍କାର କରୁଛନ୍ତି ।ପ୍ରଶାସନ ଓ ପୋଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ ଏବଂ ହାଇଭା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଓ ଜୋରିମାନା କରିବା ପାଇଁ ଦାବି କରୁଛନ୍ତି । ଗୋମାତା ସୁରକ୍ଷା ନେଇ ଏକ ବିଶାଳ ଶୋଭାଯାତ୍ରାରେ କୋଇଡା ବଜାର ପରିକ୍ରମା କରିଥିଲେ ।ଏହି କାର୍ଯ୍ଯକ୍ରମରେ ରାହୁଲ ଶ୍ରୀବାସ୍ତବ,ଦୁର୍ଗାପ୍ରସାଦ ଯଶ୍ଓ୍ବାଲ,କପିଳେଶ୍ଵର ଦାସ,ମୁକ୍ତା ନାଏକ,ବାସନ୍ତୀ,ସାଲିମା,ରାଖୀ ଯାଦବ,ମାଇଲୋଵତୀ ଦାସ,ସୀତା ପାତ୍ର,ପଦ୍ମିନୀ ଯଶଓ୍ବାଲ ଏବଂ ଅନ୍ୟ ସଦସ୍ୟ/ସଦସ୍ୟା ଉପସ୍ଥିତ ଥିଲେ ।

କୋଇଡାରୁ ଅକ୍ଷୟ ଵିଶ୍ଵାଳ ମସିହା ନିଉଜ

Related posts

ମଦ ବିରୋଧୀ ଅଭିଯାନ ପରେ ମହିଳା ଙ୍କ ଦ୍ଵାରା ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ 

Sunil Chandra Nayak

ନର୍ଲା ହାଇସ୍କୁଲ୍ ର ୧୯୯୫ ବ୍ୟାଚ୍ ର ବନ୍ଧୁ ମିଳନ

masiha

ବାଲିପାଟଣା ଗାଁରେ ବିଳମ୍ବିତ ରାତିରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ

masiha

Leave a Comment

error: Content is protected !!