ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ନିର୍ମିତ ମାର୍କେଟ କମ୍ପ୍ଲେକ୍ସ ର ନିଲାମ ପ୍ରକ୍ରିୟା କୁ ନେଇ ସାଧାରଣରେ ଅସନ୍ତୋଷ।

ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ନିର୍ମିତ ମାର୍କେଟ କମ୍ପ୍ଲେକ୍ସ ର ନିଲାମ ପ୍ରକ୍ରିୟା କୁ ନେଇ ସାଧାରଣରେ ଅସନ୍ତୋଷ।

ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ପଞ୍ଚାୟତ ପଡିଆ ଓ ସରକାରୀ ଡ଼ାକ୍ତରଖାନା ପାର୍ଶ୍ଵରେ ନିର୍ମିତ ମାର୍କେଟ କମ୍ପ୍ଲେକ୍ସ ର ନିଲାମ ପ୍ରକ୍ରିୟା କୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ଏନ୍ ଏ ସି ଦ୍ବାରା ପ୍ରକାଶିତ ଟେଣ୍ଡର ସର୍ତ୍ତାବଳୀ ଅନୁସାରେ ପଞ୍ଚାୟତ ପଡିଆ ପାର୍ଶ୍ଵସ୍ଥ କ୍ୟାବିନ ପାଇଁ ସର୍ବନିମ୍ନ ଟେଣ୍ଡର ମୂଲ୍ୟ ଏକ ଲକ୍ଷ ଏକ ହଜାର ଟଙ୍କା ଧାର୍ଯ୍ୟ କରାଯାଇ ଥିବା ବେଳେ ସରକାରୀ ଡ଼ାକ୍ତରଖାନା ପାର୍ଶ୍ଵରେ ଥିବା ଦୋକାନ ଗୃହ ର ସର୍ବନିମ୍ନ ନିଲାମ ମୂଲ୍ୟ ତିନି ଲକ୍ଷ ୫୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି।ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ରେ ବସ ବାସ କରୁଥିବା ଇଛୁକ ମଧ୍ଯବିତ୍ତ ଓ ନିମ୍ନ ଶ୍ରେଣୀର ଅବେଦକ ମାନେ ଏହି ନିଲାମ ପ୍ରକ୍ରିୟା କେବଳ ପୁଞ୍ଜିପତି ମାନଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଧର୍ମଗଡ ବ୍ୟବସାୟୀ ସଂଘ ଜରିଆରେ ସ୍ଥାନୀୟ ଉପଜିଲ୍ଲାପାଳ ଓ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ ଙ୍କ ଠାରେ ଫେରାଦ ହୋଇଛନ୍ତି। ସର୍ତ୍ତ ନାମା ରେ ଅନେକ ତଥ୍ୟକୁ ଜାଣି ଶୁଣି ଲୁଚାଯାଇ କେବଳ ଆବେଦନ କୁ ନିଲାମ ପ୍ରକ୍ରିୟା ରେ ଦୋକାନ ଗୃହ ବଣ୍ଟନ କରାଯିବା ଓ ଇଛୁକ ଆବେଦନ ନିର୍ଦ୍ଧାରିତ ଦରଖାସ୍ତ ରେ ସର୍ବ ନିମ୍ନ ନିଲାମ ଦର ଉର୍ଦ୍ଧରେ ନିଜ ଇଛାର ନିଲାମ ରାଶି ଲେଖି ସେହି ମୂଲ୍ୟର ବ୍ୟାଙ୍କ୍ ଡ୍ରାଫ୍ଟ ସହ ଆବେଦନ କରିବା ପାଇଁ ନିର୍ଦ୍ଦେଶ ରହିଛି। ଆସନ୍ତା ସେପ୍ଟେମ୍ବର ୨୫ ତାରିଖ ଆବେଦନ ର ଶେଷ ତାରିଖ ଥିବା ବେଳେ କ୍ରମାନ୍ଵୟ ରେ ସର୍ବୋଚ୍ଚ ନିଲାମ ରାଶି ଭାରିଥିବା ଆବେଦକ ଙ୍କୁ ସଫଳ ନିଲାମ ଧାରି ବିବେଚନା କରାଯାଇ ସେମାନଙ୍କୁ ଦୋକାନ ଗୃହ ଆବଣ୍ଟନ କରାଯିବ ବୋଲି ଏନ୍ ଏ ସି କର୍ତ୍ତୃପକ୍ଷ ସ୍ଥିର କରିଛନ୍ତି। ଏହି ପ୍ରକ୍ରିୟାକୁ ବେଆଇନ ଓ ଏହା କେବଳ ଧନୀକ ବ୍ୟବସାୟୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଓ ଏହା ପାଇଁ ତାଙ୍କର କୌଣସି ମତାମତ ଗ୍ରହଣ କରାଯାଇ ନଥିବା ଖୋଦ୍ ଧର୍ମଗଡ ଏନ୍ ଏ ସି ଉପାଧ୍ୟକ୍ଷା ମନୀଷା ମିଶ୍ର ସାମାଜିକ ଗଣ ମାଧ୍ୟମରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ସୂଚନା ଯୋଗ୍ୟ ଯେ, ଏହା ପୂର୍ବରୁ ଧର୍ମଗଡ ସହରର ସରକାରୀ ସଂସ୍ଥା ମାନଙ୍କ ଦ୍ବାରା ବିଭିନ୍ନ ସ୍ଥାନରେ ନିର୍ମିତ ମାର୍କେଟ କମ୍ପ୍ଲେକ୍ସ ଅଧିନସ୍ଥ ଦୋକାନ ଗୃହ କୁ ପୁଞ୍ଜିପତି ଶ୍ରେଣୀୟ ଲୋକମାନେ କମ୍ ଦରରେ ହାତେଇ ଚଢ଼ା ଦରରେ ବେଆଇନ ଭାବେ ଭଡା ଲଗାଇ ମାଲା ମାଲ ହେଉଥିବା ଅନେକ ଦୃଷ୍ଟାନ୍ତ ରହିଛି। ଏହି ପ୍ରକ୍ରିୟାରେ ମଧ୍ଯ ସେହି ଶ୍ରେଣୀୟ ଲୋକମାନେ ବିଭିନ୍ନ ନାମରେ ସବୁ ଦୋକାନ ଗୃହ କୁ ହାତେଇବା ପାଇଁ ପ୍ରଚେଷ୍ଟା ଆରମ୍ଭ କରି ଦେଇଥିବା ବିଶ୍ଵସ୍ତ ସୂତ୍ରରୁ ପ୍ରକାଶ।

ଏହାର ପୁନର୍ବିଚାର ଓ ଏହି ପ୍ରକ୍ରିୟାରେ ସାଧାରଣ ବ୍ୟବସାୟୀ ଯେପରି ଭାଗ ନେଇ ପାରିବେ ସେଥିପ୍ରତି ଧ୍ୟାନ ଦେଇ ପ୍ରକାଶିତ ଟେଣ୍ଡର ବିଜ୍ଞପ୍ତି କୁ ଖାରଜ କରାଯାଇ ସରଳ ପ୍ରକ୍ରିୟା ରେ ସାଧାରଣ ହିତାଧିକାରୀ ଯେପରି ଭାଗ ନେଇ ପାରିବେ ସେ ସେସବୁ ନିୟମକୁ ଦୃଷ୍ଟିରେ ରଖି କମ ଦର ଧାର୍ଯ୍ୟ କରି ପୁନଃ ବିଜ୍ଞପ୍ତି ପ୍ରକାଶ ପାଇଁ ଜନ ସାଧାରଣ ଙ୍କ ତରଫରୁ ଚେମ୍ବର ଅଫ କମର୍ସ ସରକାରଙ୍କ ଠାରେ ଦାବୀ ଜଣାଇଛି।

ମସିହା ନିଉଜ ସର୍ଭିସ୍…

Related posts

ଧାନ ପରବର୍ତ୍ତୀ ଚାଷ ପାଇଁ କ୍ଷେତ୍ର ପରିଦର୍ଶନ

masiha

ଗ୍ରୀଷ୍ମ ଲହରୀ: ନୂଆପଡ଼ାରେ ୨୦ ତାରିଖ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ

Sunil Chandra Nayak

ଆସ୍ଥା ର ମହିଳା ଦିବସ ଆସନ୍ତା ୧୬ ରେ….

masiha

Leave a Comment

error: Content is protected !!