ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ରୟାଲ ତରଫରୁ ‘ନେସନ ବିଲଡର ସମ୍ବର୍ଦ୍ଧନା ‘କାର୍ଯ୍ଯକ୍ରମ ଅନୁଷ୍ଠିତ

ରାଇରଙ୍ଗପୁର ରୟାଲ ତରଫରୁ ‘ନେସନ ବିଲଡର ସମ୍ବର୍ଦ୍ଧନା ‘କାର୍ଯ୍ଯକ୍ରମ ଅନୁଷ୍ଠିତ

ମୟୂରଭଂଜ- ୨୨/୦୯ — ରୋଟାରୀ କ୍ଳବ ରାଇରଙ୍ଗପୁର ରୋୟାଲ ପକ୍ଷରୁ ଏକ “ନେସନ ବିଲଡର” ସମ୍ବର୍ଦ୍ଧିନା ସଭା ସ୍ଥାନୀୟ ହୋଟେଲ ହିନ୍ଦୁସ୍ତାନ ଇନ ର ସଭାଗୃହ ରେ ପାଳନ ହୋଇଯାଇଛି l ଏହି ସଭାରେ ସଭାପତିତ୍ବ କରିଥିଲେ ରାଇରଙ୍ଗପୁର ରୋଟାରୀ କ୍ଳବ୍ ର ସଭାପତି ରୋଟାରିଆନ. ଅରବିନ୍ଦ କୁମାର ବଗାଡ଼ିଆ ଏବଂ ମଞ୍ଚ ପରିଚାଳନା କରିଥିଲେ ରୋଟାରୀଆନ ବିକାଶ ଭୂତ l ରାଇରଙ୍ଗପୁର ବ୍ଲକ ଏବଂ ରାଇରଙ୍ଗପୁର ମୁନିସିପାଲିଟିର କାଯ୍ୟରତ ଥିବା ପ୍ର. ଶି. ସ୍ୱରୂପ କୁମାର ମହାନ୍ତ, ରିତାରାଣୀ ଖୁଣ୍ଟିଆ, ଭକ୍ତବନ୍ଧୁ ବାରିକ, ସନାତନ ସେଠି, ମିନାକ୍ଷୀ ଶତପଥି, ସୁକାନ୍ତିମଣୀ ସାହୁ, ମାନିନୀ ଜେନା, ଜୀବନରାମ ମହାନ୍ତ, ନିର୍ମଳ କୁମାର ବେହେରା, ଅଞ୍ଜନ କୁମାର ସିଟ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯଇଥିଲା lମୁଖ୍ଯ ଅତିଥି ଉଦ୍ଯୋଗପତି ଶ୍ରୀ ବିଶ୍ୱନାଥ ଅଗ୍ରୱାଲ, ଏ ବି ଇ ଓ ଶ୍ରୀ କାର୍ତିକ ଚନ୍ଦ୍ର କାରୁଆ ଏବଂ ରାଇରଙ୍ଗପୁର ରୋୟାଲ କ୍ଳବ ର ଉପଦେଷ୍ଟା ରୋଟାରୀଆନ ନିରଜ କୁମାର ପଣ୍ଡା ସେମାନଙ୍କୁ ଶୁଭେଚ୍ଛା ଦେବା ସହିତ ସମ୍ବର୍ଦ୍ଧିତ କରିଥିଲେ l ଏହି ସଭାରେ ରୋଟାରୀ କ୍ଳବ ରାଇରଙ୍ଗପୁର ରୋୟାଲ ର ସଦସ୍ୟ ରୋ. ଟି କେ ବିଜୟନ, ରୋ. ବାସୁଦେବ ପାଲ, ରୋ ପ୍ରତ୍ୟୁଷ କୁମାର ପରିଡା, ରୋ. କାଳି ପ୍ରସନ୍ନ ମହାନ୍ତି, ରୋ ହରିହର ସାହୁ, ରୋ. ଶୁଭଳାନ୍ତ ନାୟକ ଉପସ୍ଥିତ ଥିଲେ l ସଭା ଶେଷରେ ସମ୍ପାଦକ ରୋ. ରାମ ଅବତାର ପାଡ଼ିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l.

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ସମାଜସେବୀ ସଂଗଠନ “ଲେଟସ୍ ୱାକ୍ ଟୁଗେଦର୍” ର ବୈଠକ

masiha

ଜିଲ୍ଲାପାଳ ଅଭିଯୋଗ ଶିବିର

masiha

ବିଷାକ୍ତ ଦ୍ରବ୍ୟ ଖାଇ ବୃଦ୍ଧଙ୍କ ଆତ୍ମହତ୍ୟା

Sunil Chandra Nayak

Leave a Comment

error: Content is protected !!