ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁନାପୋଷି ଗ୍ରାମ୍ଯ ବିଲରେ ମଶାରି ମାଛ ଜାଲରୁ ୧୨ ଫୁଟିଆ ଵିଶାଳକାୟ ଅଜଗର ଉଦ୍ଧାର

ସୁନାପୋଷି ଗ୍ରାମ୍ଯ ବିଲରେ ମଶାରି ମାଛ ଜାଲରୁ ୧୨ ଫୁଟିଆ ଵିଶାଳକାୟ ଅଜଗର ଉଦ୍ଧାର

ମୟୂରଭଂଜ – ୨୪/୦୯ — ଗତ କିଛି ଦିନ ଲଗାଣ ବର୍ଷା ଲାଗି ରହିଛି ।ବିଲ,ବାଡି,ଖାଲ,ମଞ୍ଜୁରୀ,ନଦୀ ,ନାଳ ପାଣି ଭରପୁର ।ମାଛ ମଧ୍ୟ ବିଲରୁ ବାହାରି ଯାଉଛନ୍ତି ।ମାଛ ଧରିବା ପାଇଁ ଗାଁ ଗଣ୍ଡାରେ ଲୋକେ ମେଲେରିଆ ମଶା କୁ ଜାଲ କରି ଗାଁ ଲୋକେ ବିଲରେ ବସାଇ ମାଛ ଧରୁଛନ୍ତି ।ଖଇଁଚି,ଖୋଲ,ଅନ୍ଧୁଲି ଦାମ ବହୁତ ଏଵଂ‌ ତାହା ଵର୍ଷେ ଦୁଇ ବର୍ଷରେ ନଷ୍ଟ ହୋଇଯାଉଛି ।କିନ୍ତୁ ସରକାରଙ୍କ ସ୍ଵାସ୍ଥ୍ୟ ବିଭାଗ ତରଫରୁ ମେଲେରିଆ ନିରାକରଣ ପାଇଁ ଯେଉଁ ଔଷଧୀୟ ମଶାରି ଦିଆଯାଉଛି ତାହା ଟାଣ,ହାଲୁକା,ଶକ୍ତ ଏବଂ‌ ଛିଡୁନାହିଁ ।ଲୋକେ ଘରେ‌ ମେଲେରିଆ ମଶା କାମୁଡା ରୁ ରକ୍ଷା ନିମନ୍ତେ ମଶାରି ଟାଙ୍ଗିବା ବଦଳରେ ବିଲରେ ,ନାଳରେ ମଶାରିକୁ ଜାଲ କରି ମାଛ ଧରୁଛନ୍ତି ।ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ବ୍ଳକ ଅନ୍ତର୍ଗତ ଭାଲୁଵସା ପଞ୍ଚାୟତର ସୁନାପୋଷୀ ଗ୍ରାମର ପିଥ ମୁର୍ମ ପ୍ରବଳ ବର୍ଷା ହେଉଥିବା ଯୋଗୁଁ ଉଠାଣି ମାଛ ଧରିବା ପାଇଁ‌ ଵିଲରେ ମଶାରି ମାଛ ଜାଲ ବସାଇଥିଲେ ।ସେ ଖରାବେଳେ ବିଲରେ ଯାଇ ଜାଲ ରେ ଦେଖନ୍ତି ତ ଵିରାଟକାୟ‌ ୧୨ ଫୁଟିଆ ଅଜଗର ସାପ ପଡ଼ି ଭିଡି ମୋଡି ହୋଇ ଛଟପଟ ହେଉଛି ।ସେ ଓ ଗ୍ରାମବାସୀ ରାଇରଙ୍ଗପୁର ଵନାଞ୍ଚଳ‌ କାର୍ଯ୍ଯାଳୟକୁ ଖବର‌ ଦେଇଥିଲେ ।ରାଇରଙ୍ଗପୁର ବନାଞ୍ଚଳ ଅଧିକାରୀ ଜ୍ଯୋତିରଞ୍ଜନ ସେନାପତି,ବନ କର୍ମଚାରୀ,ସ୍ନେହ ହେଲ୍ପ ଲାଇନର‌ ଚିରଞ୍ଜିଵୀ ସିଂ ଘଟଣାସ୍ଥଳରେ ପହଞ୍ଚି ଅଜଗରକୁ ଉଦ୍ଧାର‌କରି ରାଇରଙ୍ଗପୁର ସହରକୁ ଲାଗିକରି ଥିବା ଦୁବୁଲାବେଡା ସଂରକ୍ଷିତ ଜଙ୍ଗଲରେ ଛାଡି ଦେଇଥିଲେ ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

 

Related posts

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ NCC କ୍ୟାମ୍ପ ମନା, ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ 

ସରକାରି ଡ୍ରେନ ଖୋଳିବାକୁ ଯାଇ ଖୋଳିଦେଲେ ସରକାରି ରାସ୍ତା

masiha

ପଞ୍ଚାୟତ ସ୍ତରୀୟ ଓବିସି ମଞ୍ଚର କର୍ମକର୍ତ୍ତା ଚୟନ

Sunil Chandra Nayak

Leave a Comment

error: Content is protected !!