ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ସେବା ଦିବସ ପାଳିତ

ଜାତୀୟ ସେବା ଦିବସ ପାଳିତ

ଖଇରା/ଔପଦା,୨୪/୯/୨୫- ବାଲେଶ୍ଵର ଜିଲ୍ଲା ଔପଦା ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ମୋହନ ଚରଣ ସାହୁଙ୍କ ଅଧ୍ୟକ୍ଷତାର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଜାତୀୟ ସେବା ଅଧିକାରୀ (ପିଓ)ପ୍ରଧ୍ୟାପକ ଦ୍ୱାରିକାନାଥ ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଛାତ୍ରଛାତ୍ରୀ ମାନେ ସେବା ମନୋବୃତ୍ତି ନେଇ ସଭାକୁ ସାଫଲ୍ୟମଣ୍ଡିତ କରିଥିଲେ । ମାନବ ସେବା ମାଧବ ସେବା ଏବଂ ଏହାଦ୍ୱାରା ଜୀବନ ଶୃଙ୍ଖଳିତ ଓ ସମାଜ ଗଠନରେ ଏହାର ଭୂମିକା ଅତୁଳନୀୟ ବୋଲି ଶତପଥୀ ମତବ୍ୟକ୍ତ କରିଥିଲେ । ସଭାପତି ଶ୍ରୀ ସାହୁ ପରୋକରାୟ ସ୍ବର୍ଗାୟ ତଥା ମାନବ ଜୀବନ ଦୁର୍ଲଭ ତେଣୁ ସମାଜର କଲ୍ୟାଣ କରିବା ଦେଶ ମାତୃକାର ସେବା ପାଇଁ ନିଜଜୁ ଉତ୍ସର୍ଗୀକୃତ କରିବା ସମସ୍ତଙ୍କର ପୂଜା ହେବା ଉଚିତ ବୋଲି ସ୍ବେଛାସେବୀ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ପ୍ରଦାନ କରିଥିଲେ । ଏଥିରେ ୯୪ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ । ଏଥିରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ପୂର୍ଣ୍ଣ ସହଯୋଗ କରିଥିଲେ । ସର୍ବଶେଷରେ ସ୍ବେଛାସେବୀ ଶୁଭମ ଶେଖର ସାହୁ ଧନ୍ୟବାଦ ପ୍ରଦାନ କରିଵାପରେ ସଭାସାଙ୍ଗ ହୋଇଥିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କୋଡିଙ୍ଗମାଳୀ ଖଣି ଖନନକାରି କମ୍ପାନୀ ବିରୋଧରେ ମୁଖ୍ୟମନ୍ତ୍ରୀ ଓ ଖଣି ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ 

masiha

ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ଦାବୀ ୩୯ ଦିନରେ ,  ଧର୍ମଗଡ ଉପଖଣ୍ଡ ଅଭୂତପୂର୍ବ ବନ୍ଦ ପରେ ପ୍ରତୀକାତ୍ମକ ଗଣଧାରଣା ଜାରୀ

masiha

ବିଦ୍ଯୁତ ଟ୍ରାନ୍ସଫର୍ମର ତାର ସଂପର୍ଶ ରେ ଆସି ଲକ୍ଷ୍ମଣ ଗଉଡଙ୍କ ମୃତ୍ୟୁ କୁ ନେଇ ମାନବାଧିକାର କମିଶନଙ୍କ ନୋଟିସ ଜାରି

Sunil Chandra Nayak

Leave a Comment

error: Content is protected !!