ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲାଠିକଟା ପଞ୍ଚାୟତ ସମିତିର ସମୀକ୍ଷା ବୈଠକରେ ରଘୁନାଥପାଲ୍ଲୀ ବିଧାୟକ

ଲାଠିକଟା ପଞ୍ଚାୟତ ସମିତିର ସମୀକ୍ଷା ବୈଠକରେ ରଘୁନାଥପାଲ୍ଲୀ ବିଧାୟକ

ରାଉରକେଲା ୨୬/୯, ଆଜି ଲାଠିକଟା ବ୍ଲକ ପରିଷରରେ ଲାଠିକଟା ପଂଚାୟତ ସମିତିର ନବମ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ଉପସ୍ଥିତିରେ ଆୟୋଜିତ ଏହି ବୈଠକରେ ଲାଠିକଟା ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନସ ସାହୁ ବ୍ଲକ ଦ୍ୱାରା ବିଭିନ୍ନ ସ୍ଥାନରେ ଚାଲୁଥିବା ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମ୍ବନ୍ଧରେ ସୂଚନା ପ୍ରଦାନ କରାଯାଇଥିଲା । ବୈଠକରେ ଅଞ୍ଚଳବାସୀଙ୍କ ଆବଶ୍ୟକତା ଅନୁସାରେ କେତେକ ଆବଶ୍ୟକ କାର୍ଯ୍ୟ କରିବା ପାଇଁ ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ ବ୍ଲକ ଅଧ୍ୟକ୍ଷ ଦିଲିପ ଖେସ, ଉପାଧ୍ୟକ୍ଷା ଶ୍ରୀମତୀ ବାସନ୍ତୀ ଓରାମ, ତହସିଲଦାର ମୁରଲୀଧର ଉର୍ମେଲ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

ଗୋଇନ୍ଦୀମୁଣ୍ଡା ଛକ ନିକଟରେ ବାଇକ ଧକ୍କାରେ ବାଇକ ଆରୋହୀଙ୍କ ଭାଙ୍ଗିଲା ଗୋଡ଼  

Sunil Chandra Nayak

ସରସ୍ଵତୀ ଶିଶୁ ମନ୍ଦିର ଗୋଲାମୁଣ୍ଡା ର ଷଷ୍ଠ ତମ ବାର୍ଷିକ ଉତ୍ସବ

Sunil Chandra Nayak

ଉତ୍ତର ଓଡିଶା ରେଳ ସମନ୍ବୟ ସମିତିର ବୈଠକ

Leave a Comment

error: Content is protected !!