ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵିଜାତଳା ବ୍ଲକ୍‌ସ୍ତରୀୟ ସାମାଜିକ ସୁରକ୍ଷା ଜନଶୁଣାଣି

ଵିଜାତଳା ବ୍ଲକ୍‌ସ୍ତରୀୟ ସାମାଜିକ ସୁରକ୍ଷା ଜନଶୁଣାଣି 

ମୟୂରଭଂଜ-୨୫/୯  — ବିଜାତଳା ବ୍ଲକ୍ କାର୍ଯ୍ୟାଳୟରେ ବ୍ଲକ୍‌ସ୍ତରୀୟ ମନରେଗା ଓ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ବଂଶୀଧର ଖୋସଲା ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଗତବର୍ଷ ଅକ୍ଟୋବରରୁ ଚଳିତ ବର୍ଷ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ହୋଇଥିବା ମନରେଗା କାର୍ଯ୍ୟର ସମୀକ୍ଷା କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ପି ଏ ଆଇ ଟି ଡି ଏ ଜଗତ ରଞ୍ଜନ ନାଏକ ସମ୍ମାନିତ ଅତିଥି ଭାବେ ବ୍ଲକସହକାରୀ ଯନ୍ତ୍ରୀ ବିମଳା ନାଏକ ପ୍ରମୁଖ ମଞ୍ଚାସୀନ ଥିଲେ। ବ୍ଲକର ୧୨ଟି ପଞ୍ଚାୟତ ଗସ୍ତ କରିଥିବା ମହିଳା ଭିଆରପି ସମୀକ୍ଷିକାମାନେ ସେମାନଙ୍କ ଗସ୍ତ ବିବରଣୀ ଉପସ୍ଥାପନା କରିଥିଲେ।

ମୋଟ ୨୦୦ରୁ ଉର୍ଦ୍ଧ ଟି ମନରେଗା ପ୍ରକଳ୍ପ କାର୍ଯ୍ୟରେ ବିଭିନ୍ନ ସୁବିଧା ଅସୁବିଧା ଥିବା ଆଲୋଚନା ହୋଇଥିଲା। ୯୩ ଜଣ ଜବ କାର୍ଡ ଧାରି ୧୦୦ ଦିନ କାମ ସଂପୂର୍ଣ୍ଣ କରିଥିଲେ l ଏସବୁ ସମସ୍ୟାର ସମାଧାନ ପାଇଁ ବିଡ଼ିଓ ପରାମର୍ଶ ଦେଇ ଥିଲେ l (MGNREGS) ଓ ଖାଦ୍ୟ ସୁରକ୍ଷା ଆରମ୍ଭ (NFSA)ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଶିବିର ୦୧,୧୦:୨୦୨୪ ଠାରୁ ୩୧.୦୩.୨୦୨୫ ଆର୍ଥିକ ବର୍ଷ ୨୦୨୫ – ୨୬ (ପ୍ରଥମ ପର୍ଯ୍ୟାୟ) ୨୪.୦୯.୨୦୨୫ ତାରିଖରେ ବିଜlତଳ ପଞ୍ଚାୟତ ସମିତି ସଭା ଗୃହ ରେ ଅନୁଷ୍ଠିତ ହୋଇ ଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକର ସମସ୍ତ କନିଷ୍ଠ ଯନ୍ତ୍ରୀ, ବିଭିନ୍ନ ବିଭାଗୀୟ ଅଧିକାରୀ,ପିଇଓ, ଏଡିଓ, ବିଭିନ୍ନ ପଂଚାୟତରୁ ଆସିଥିବା ଜବ କାର୍ଡ ଧାରୀ, ଶ୍ରମିକ,ଗାଁ ସାଥି ପଞ୍ଚାୟତ ଅଧିକାରୀମାନେ ଉପସ୍ଥିତଥିଲେ l କିନ୍ତୁ ଏଥିରେ ବ୍ଲକ ର ଅଧକ୍ଷା, ସମିତି ର ସଭ୍ୟ ସଭ୍ୟା, ସରପଞ୍ଚ ମାନେ ଯୋଗ ଦେଇ ନ ଥିଲେ l

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ରାଇରଙ୍ଗପୁର ଉପଖଣ୍ଡରେ ବାତଜ୍ଵର ନିରାକରଣ ନେଇ ସଚେତନତା ରଥ ଉଦଘାଟିତ

masiha

ବେଲଗୁଣ୍ଠା ଥାନାରେ ‘ଜୁଭେଣ୍ଟିକା’ କାର୍ଯ୍ୟକ୍ରମ ଅନୁଷ୍ଠିତ: ଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କଲେ ପୋଲିସ ଡିଜି

ମ୍ୟୁଜିକ ସର୍କଲ ରାଉରକେଲା ସାଂସ୍କୃତିକ ପରିମଣ୍ଡଳର ପ୍ରାଣକେନ୍ଦ୍ର

Sunil Chandra Nayak

Leave a Comment

error: Content is protected !!