ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓ ଟି ଇ ଟି ପରୀକ୍ଷା ଦେଲେ ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ଙ୍କ ସ୍ତ୍ରୀ ଓ ନବରଙ୍ଗପୁର ବିଧାୟକଙ୍କ ସ୍ତ୍ରୀ 

ଓ ଟି ଇ ଟି ପରୀକ୍ଷା ଦେଲେ ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ଙ୍କ ସ୍ତ୍ରୀ ଓ ନବରଙ୍ଗପୁର ବିଧାୟକଙ୍କ ସ୍ତ୍ରୀ 

ନବରଙ୍ଗପୁର:(୨୭|୯)(ରବି ନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲାରେ ଶନିବାର ଦିନ ଓ ଟି ଇ ଟି ପରୀକ୍ଷା ହୋଇଛି l ଉକ୍ତ ପରୀକ୍ଷା ରେ ରାଜ୍ଯ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ସ୍ତ୍ରୀ  ଚଇତି ଗଣ୍ଡ ଓ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଙ୍କ ସ୍ତ୍ରୀ ତରୁଣୀ ମାଝୀ ପରୀକ୍ଷା ଦେଇଛନ୍ତି l ଚଇତି ମାଝୀ ମାଝୀ ଉମରକୋଟ ବ୍ଳକ ଡଙ୍ଗରିଗୁଡ଼ା ୟୁ ଭି-୩ ସ୍କୁଲ ରେ ଶିକ୍ଷକତା କରୁଥିବା ବେଳେ ତରୁଣୀ ମାଝୀ ନନ୍ଦାହାଣ୍ଡି ଜେଟୁଗୁଡା ସ୍କୁଲ ରେ ଶିକ୍ଷକତା କରୁଛନ୍ତି l ତେବେ ଦୁହେଁ ଓଡିଶା ସରକାରଙ୍କ ନିୟମ ଅନୁଯାୟୀ ନିଜ୍ ନିଜ୍ କେନ୍ଦ୍ର ରେ ଓ ଟି ଇ ଟି ପରୀକ୍ଷା ଦେଇଛନ୍ତି l ନବରଙ୍ଗପୁର ଜିଲ୍ଲାରେ ୨ ଟି ସିଟିଂରେ ଓ ଟି ଇ ଟି ପରୀକ୍ଷା ହୋଇଥିବା ବେଳେ ପ୍ରଥମ ସିଟିଂ ୪ ଟି କେନ୍ଦ୍ରରେ ହୋଇଥିଲା l୮୪୮ ଜଣ ଶିକ୍ଷକଙ୍କ ମଧ୍ୟରୁ ୭୮୭ ଜଣ ପରୀକ୍ଷା ଦେଇଥିଲେ lତନ୍ମଧ୍ୟରୁ ୬୧ ଜଣ ଅନୁପସ୍ଥିତ ରହିଥିଲେ l ସେହିଭଳି ଦ୍ଵିତୀୟ ସିଟିଂ ୬ ଟି କେନ୍ଦ୍ରରେ ପରୀକ୍ଷା କରାଯାଇଥିଲା l୧୫୯୮ ଜଣଙ୍କ ମଧ୍ୟରୁ ୧୫୩୪ ଜଣ ପରୀକ୍ଷା ଦେଇ ଥିବା ବେଳେ ୬୪ ଜଣ ଶିକ୍ଷକ ଅନୁପସ୍ଥିତ ରହିଥିଲେ l ଉକ୍ତ କେନ୍ଦ୍ର ଗୁଡିକୁ ନବରଙ୍ଗପୁର ଜିଲ୍ଲାପାଳ ଡାଃ ମହେଶ୍ଵର ସ୍ଵାଇଁ, ଅତିରିକ୍ତ ଜିଲ୍ଲାପାଳ ଙ୍କ ସମେତ ଜିଲ୍ଲା ଶିକ୍ଷାଧିକାରୀ ଛତ୍ରପତି ସାହୁ ପରିଦର୍ଶନ କରିଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଫସଲବୀମା ଯୋଜନାରେ ହେରଫେର ଅଭିଯୋଗ :କୃଷିବିଭାଗର ତତ୍ପରତା ଯୋଗୁଁ ଫସଲବୀମା ଯୋଜନାରେ ପଞ୍ଜିକୃତ ପ୍ରକୃତ ଚାଷୀ

Sunil Chandra Nayak

ସତର୍କତା ସପ୍ତାହ ପାଳନ ଉପଲକ୍ଷେ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ

masiha

ଜିଲ୍ଲା ଶ୍ରମ ବିଭାଗ ତରଫରୁ ଓଡ଼ିଆ ନାମ ଫଳକ ଅଭିଯାନ 

Sunil Chandra Nayak

Leave a Comment

error: Content is protected !!