ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଥମ ସାନେ ମାଝୀ ସ୍ମାରକୀ ଫୁଟବଲ ପ୍ରତିଯୋଗୀତା

ପ୍ରଥମ ସାନେ ମାଝୀ ସ୍ମାରକୀ ଫୁଟବଲ ପ୍ରତିଯୋଗୀତା 

ଆଜି ଆଦିବାସୀ ଖେଳ ପଡିଆ ଗୁଣପୁର ଠାରେ ଦୁଇ ଦିନିଆ ସାନେ ମାଝୀ ସ୍ମାରକୀ ଫୁଟବଲ ପ୍ରତିଯୋଗୀତା ଖମନପଡା ଫୁଟବଲଟିମ୍ ଆନୁକୁଲ୍ୟ ରେ ଉଦ୍ଦଘାଟନ ତାଙ୍କ ସୁପୁତ୍ର ଯୁବ ସମାଜସେବୀ ଚୌବନ ମାଝୀ ଙ୍କ କରକମଳ ରେ ଉଦ୍ଦଘାଟିତ ହୋଇ ଯାଇଛି। ଏଥିରେ 8ଟି ଦଳ ଭାଗ ନେଇ ଥିଲେ, ପ୍ରଥମ ମ୍ୟାଚ ର ଅତିଥି ଭାବରେ ବରିଷ୍ଠ କ୍ରୀଡା ଶିକ୍ଷକ ନାରାୟଣ ପଧାନ, ଶିକ୍ଷକ ତଥା କବି କ୍ଷିତିଶ ଚନ୍ଦ୍ର ମାଝୀ, ବରିଷ୍ଠ ଖେଳାଳୀ ତ୍ରିଲୋଚନ ଗୌଡିଆ, ଗାଡେବନ୍ଧ ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ପ୍ରତିନିଧି ଅଜିତ ସାହୁ ଯୋଗ ଦେଇ ଥିବା ବେଳେ ଅନ୍ୟାନ୍ୟ ଖେଳ ଗୁଡିକରେ ଗୁଣପୁର ଗୌନ୍ତିଆ କେତନ ମାଝୀ, ଦଶରଥ ଜାନୀ, ମହାଲକ୍ଷ୍ମୀ ଯୁବକସଂଘ ର ସଭାପତି ଗଣେଶ ମୁଣ୍ଡା, ସୁରେଶ ମାଝୀ ପ୍ରମୁଖ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ଆଜିର ଖେଳରେ ଟକର୍ଲା, କୁସୁମ ପଡା, କେସିଙ୍ଗା ବୁଢ଼ାଡଙ୍ଗର ଫୁଟବଲ ଟିମ୍ ଓ ବୋର ଗୁଡା ଦଳ ସେମି ଫାଇନାଲ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଫାଇନାଲ ଓ ସେମି ଫାଇନାଲ ଖେଳ ଆସନ୍ତା କାଲି ଖେଳା ଯିବ । ବିଜେତା ଓ ଉପ ବିଜେତା ଦଳ କୁ ପୁରସ୍କାର ସହ ଟ୍ରଫି ପ୍ରଦାନ କରାଯିବ। 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ଆୟାପ୍ପା ଭକ୍ତଙ୍କ ଇରୁମୁଡ଼ି ପୂଜା

Sunil Chandra Nayak

ଅପପୁଷ୍ଟି ରୋକିବା ପାଇଁ ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ର ଅଭିନବ ପ୍ରୟାସ 

masiha

ଧର୍ମ ଓ ଆଧ୍ୟାତ୍ମିକତା ପୂଜ୍ୟ ପୂଜାର ପ୍ରାଥମିକତା–ସ୍ବର୍ଗତ ସଦାଶିବ ମହାନ୍ତିଙ୍କ ୩୨ ତମ ଶ୍ରାଦ୍ଧ ବାର୍ଷିକୀ 

Sunil Chandra Nayak

Leave a Comment

error: Content is protected !!