ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବର୍ଷା ଓ ବଜ୍ରପାତ ରୁ ଚାଷୀ ଭାଇ ଙ୍କ ସୁରକ୍ଷା କବଚ ତାଳପତ୍ର ପଖିଆ 

ବର୍ଷା ଓ ବଜ୍ରପାତ ରୁ ଚାଷୀ ଭାଇ ଙ୍କ ସୁରକ୍ଷା କବଚ ତାଳପତ୍ର ପଖିଆ 

କଟକ : ଆଧୁନିକତାରେ ଏବେ ବି ବଞ୍ଚି ରହିଛି ତାଳପତ୍ର ପଖିଆ,ଯାହା ଚାଷୀ ଭାଇ ଟି ର ସୁରକ୍ଷା କବଚ l ବର୍ଷା ହେଉ କି ଖରା ଅବା ଶୀତ କାକର ପୁରୁଖା ଚାଷୀଙ୍କର ଏହା ଥିଲା ଅମୋଘ ଅସ୍ତ୍ର l ଏବେ ଆଧୁନିକତାର ଦ୍ୱାହି ଦେଇ କିଛି ଯୁବ ଚାଷୀ ପଲଥିନ ପଖିଆ ପଛ ରେ ଧାବମାନ ସେଥିପାଇଁ ଚାଷୀ ମୃତ୍ୟ ହାର ବଢ଼ି ଚାଲିଛି l ଏହାକୁ ରୋକିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ର ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ତାଳପତ୍ର ପଖିଆ ଓ ଚାଷୀ ମୃତ୍ୟକୁ ନେଇ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି l ଏହି କାର୍ଯ୍ୟକ୍ରମ କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଜଳପୋକ ଅଞ୍ଚଳର ଚାଷୀ ଭାଇ ମାନଙ୍କ ସହ ଶୁଭାରମ୍ଭ ହୋଇଛି l କିଛି ପୁରୁଣା ଚାଷୀଙ୍କ ମତରେ ପକ୍ଷୀ ପରି ନିଜର ଡେଣା ମେଲାଇ ଚାଷୀ ଙ୍କୁ ସୁରକ୍ଷା ଦେଉଥିବାରୁ ଏହାର ନାମ ପଖିଆ l ତାଳପତ୍ର ପଖିଆ ବ୍ୟବହାର କରୁଥିବା ଚାଷୀ ବଜ୍ରପାତରେ ନ ମରିବାର ବହୁ ବର୍ଷ ଧରି ନଜର ରହିଛି l ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅଞ୍ଚଳ ର ଚାଷୀ ଙ୍କୁ ଏକତ୍ରିତ କରି ତାଳପତ୍ର ପଖିଆ ଓ ଚାଷୀମୃତ୍ୟ ଉପରେ ସଚେତନତା କରାଯଇଥିଲା l ଏହି କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତିଙ୍କ ସମେତ ଟ୍ରଷ୍ଟର ବୟସ୍କ ସଦସ୍ୟ ମଧୁସୂଦନ ରାଉତ,ସମ୍ପାଦକ ରାଜେଶ ବାରିକ, କେଦାର ସ୍ୱାଇଁ,କାଳନ୍ଦୀ ମଲ୍ଲିକ ଓ ଅଞ୍ଚଳର ବରିଷ୍ଠ ଚାଷୀ ମନୋଜ କୁମାର ଜେନା ରହି କାର୍ଯ୍ୟକ୍ରମକୁ ସମ୍ପାଦନ କରିଥିଲେ l 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ହମିରପୁର ଉନ୍ନୟନ ପରିଷଦ ତରଫରୁ ମହାବିଷୁବ ସଂକ୍ରାନ୍ତି ଓ ଆମ୍ବେଦକର ଜୟନ୍ତୀ ପାଳନ

Sunil Chandra Nayak

Awareness Campaigns Launched to Prevent Forest Fires in Singpur Range, Sikai Village Benefits

masiha

ବସ୍ତା ଷ୍ଟେସନକୁ ରେଳ ବିଭାଗରେ ବୈମାତୃକ ମନୋଭାବ ପାଇଁ କଂଗ୍ରେସ ର ଦାବିପତ୍ର ପ୍ରଦାନ

masiha

Leave a Comment

error: Content is protected !!