ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମଣ୍ଡପରେ ମୃଣ୍ମୟୀ ଦୁର୍ଗାଙ୍କ ସପ୍ତମୀ ପୂଜା : ସହସ୍ରାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

ମଣ୍ଡପରେ ମୃଣ୍ମୟୀ ଦୁର୍ଗାଙ୍କ ସପ୍ତମୀ ପୂଜା : ସହସ୍ରାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

ବାଲିଗୁଡା, ତା, ୨୯/୦୯: (ମନିସ): ମହାସପ୍ତମୀ ତିଥିରେ ସୋମବାର ଧରାବତରଣ କରିଛନ୍ତି ମା’ ଜଗତଜନନୀ । ରବିବାର ମା’ଙ୍କ ଷଷ୍ଠୀ ପୂଜା ଓ ବିଲ୍ଵବରଣ ଶେଷ ହୋଇଥିବାବେଳେ ପଞ୍ଜିକା ତିଥି ଅନୁଯାୟୀ ସମସ୍ତ ପୂଜା ସମ୍ପନ୍ନ କରାଯାଇଛି। ସୋମ‌ବାର ମା’ ମଣ୍ଡପରେ ବିରାଜିଥିଲେ । ଶିଳ୍ପୀମାନେ ମା’ଙ୍କ ଅନ୍ତିମ ସ୍ପର୍ଶ ଶେଷ କରିଥିବା ବେଳେ ଶାରଦୀୟ ଦୁର୍ଗାପୂଜା ପାଇଁ ସମଗ୍ର ବାଲିଗୁଡା ଚଳଚଞ୍ଚଳ ହୋଇ ଉଠିଛି। ଚଳିତବର୍ଷ ବାଲିଗୁଡା ସଦର ଟାଉନ ରେ ମା’ ପାଟଖଣ୍ଡା ଦୂର୍ଗାପୂଜା ସମିତି, ଇଲେକ୍ଟ୍ରି ସାହି ରେ ବିଦ୍ୟୁତ ବିଭାଗ, ଡେଙ୍ଗୀସିଲ ଛକ ପୀଠ ରେ ଏବଂ ନୁଆସାହି ସ୍ଥିତ ଦୂର୍ଗା ମନ୍ଦିର ମଣ୍ଡପରେ ମା’ ପୂଜା ପାଉଥିବା ବେଳେ ନବରାତ୍ର ଉତ୍ସବ ଟାଉନ ର ମା’ ପାଟଖଣ୍ଡା ମନ୍ଦିର, ବରାଳ ଦେବୀ ମନ୍ଦିର ପୀଠ, ବନ୍ଧସାହି ପୀଠ ରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଚାଲୁ ରହିଥିବା ଜଣାପଡ଼ିଛି। ନବରାତ୍ରୀ ଦୁର୍ଗାପୂଜା ଗତ ସୋମବାର ଠାରୁ ଆରମ୍ଭ ହୋଇଥିବା ବେଳେ ଚଳିତ ସୋମବାର ଠାରୁ ସପ୍ତମୀ ପୂଜା ଆରମ୍ଭ ହୋଇଥିବା ଯୋଗୁଁ ସମଗ୍ର ଅଞ୍ଚଳ ଏକ ଧାର୍ମିକ ପରିବେଶ ସୃଷ୍ଟି କରିଛି। ଏତଦ ବ୍ୟତୀତ ବାଲିଗୁଡା ତଥା ଏହାର ଆଖପାଖ ବିଭିନ୍ନ ଶକ୍ତି ପୀଠରେ ମା’ଙ୍କ ନବରାତ୍ରି ଉପଚାର ପୂଜା ନୀତି ସହ ସପ୍ତମୀ ପୂଜା ହୋଇଛି। ପ୍ରତିଦିନ ରିତିନୀତି ଅନୁଯାଇ ମା’ଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ଚଣ୍ଡୀ ପାଠ, ମହାସ୍ନାନ, ହୋମ ଓ ସୂର୍ଯ୍ୟ ପୂଜା ଯଥା ରୀତିନୀତି ଅନୁଯାଇ ଚାଲିଛି l ଚଳିତ ବର୍ଷ ଭିନ୍ନ ଭିନ୍ନ ଢ଼ଙ୍ଗରେ ମଣ୍ଡପ ଗୁଡ଼ିକ ରେ ସାଜସଜ୍ଜା ଓ ତୋରଣ ଶୋଭା ପାଇଛି। ଆଲୋକ ମାଳାରେ ରଙ୍ଗିନ୍ ହୋଇ ଉଠିଛି ସମଗ୍ର ଅଞ୍ଚଳ। ସୋମ‌ବାର ସକାଳୁ ମା’ଙ୍କ ମହାସପ୍ତମୀ ପୂଜା ପାଇଁ ଜଳଯାତ୍ରା କରାଯାଇ ଦିନ ୧୦ଟା ପରଠାରୁ ଯଥାବିଧୂ ପୂଜା ଆରମ୍ଭ ହୋଇଥିଲା। । ୧୨ ଟାରୁ ଚକ୍ଷୁଦାନ କରାଯିବା ସହ ଦିନ ୨ଟା ଭିତରେ ମା’ଙ୍କ ଆରତୀ ଓ ପୁଷ୍ପାଞ୍ଜଳି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମା ‘ପାଟଖଣ୍ଡା ମନ୍ଦିର ରେ ପୂଜା କର୍ତ୍ତା ଭାବେ ସଂଗୀତା ପଣ୍ଡା ଓ ସନ୍ତୋଷ କୁମାର ପଣ୍ଡା ଦମ୍ପତିଙ୍କ ସମେତ ବରିଷ୍ଠ ଦକ୍ଷ ପୁରୋହିତ ଭାବେ ପଣ୍ଡିତ ପିତାମ୍ବର ରଥ, ପୂର୍ଣ୍ଣ ଚନ୍ଦ୍ର ଶତପଥି, ହିମାଂଶୁ ଶେଖର ଦାସ, ରାମକୃଷ୍ଣ ଆଚାର୍ଯ୍ୟ, ଅଶୋକ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ନିୟମିତ ପୂଜା କାର୍ଯ୍ୟକ୍ରମ ସମ୍ପାଦନା କରୁଛନ୍ତି l ରବିବାର ଠାରୁ ପୂଜାର ଅବ୍ୟବହିତ ପୂର୍ବରୁ ମଣ୍ଡପ ନିକଟରେ ଭିଡ଼ ଜମିବା ଆରମ୍ଭ ହୋଇଛି । ନାଲି, ନେଳି ଆଲୋକମାଳାରେ ସହର ଝଲସି ଉଠୁଥିବାବେଳେ ମଣ୍ଡପ ପାଖରେ ଶ୍ରଦ୍ଧାଳୁ ଙ୍କ ଭିଡ଼ ଜମୁଛି। ପୂର୍ବ କାର୍ଯ୍ୟକ୍ରମ ଅନୁସାରେ ୩୦ ତାରିଖ ମଙ୍ଗଳବାର ଦିନ ସନ୍ଧ୍ୟା ୫.୪୩ ମି.ଠାରୁ ୬.୩୧ମି. ପର୍ଯ୍ୟନ୍ତ ଅଷ୍ଟମୀ ପୂଜା, ଅଷ୍ଟମୀ ଭୋଗ ଓ ସନ୍ଧିପୂଜା ଆୟୋଜନ ହୋଇ ରାତ୍ର ରେ ପ୍ରସାଦସେବନର ବ୍ୟବସ୍ଥା କରାଯାଇଛି l ସେହିପରି ୨ ତାରିଖ ଗୁରୁବାର ଦିନ ବିଜୟା ଦଶମୀ ପୂଜା ସହ ଅପରାଜିତା ପୂଜା କରାଯିବା ପରେ ରାତ୍ରରେ ପୂର୍ଣ୍ଣାହୁତି ର କାର୍ଯ୍ୟକ୍ରମ ରହିଛି l ୦୩ ତାରିଖ ଶୁକ୍ରବାର ଠାରୁ ୦୪ ତାରିଖ ଶନିବାର ପର୍ଯ୍ୟନ୍ତ ମନୋରଞ୍ଜନ କାର୍ଯ୍ୟକ୍ରମ ମଧ୍ୟରେ ପୌରାଣିକ ନାଟକ ମହାଭାରତ ଗୋଟିଏ ଥଳ ଗାନ୍ଧୀ ଛକ ପାଖ ବରାଳଦେବୀ ପୀଠ ନିକଟରେ ହେବାର ଯୋଜନା ଥିବା ବେଳେ ଆଉ ଗୋଟିଏ ଥଳ ନୂଆସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାର୍ଶ୍ବ ଖୋଲା ପଡ଼ିଆରେ ପରିବେଷଣ କରାଯିବା ପାଇଁ ସ୍ଥିର କରାଯାଇଛି l ୦୫ ତାରିଖ ରବିବାର ଦିନ ସନ୍ଧ୍ୟାରେ ମା’ ଦୁର୍ଗା ଙ୍କ ପ୍ରତିମୂର୍ତ୍ତି ବିସର୍ଜନ କରାଯିବ ବୋଲି ସମିତି ପକ୍ଷରୁ କୁହାଯାଇଛି l ଅନ୍ୟପଟେ ପୂଜାକୁ ସୁରୁଖୁରୁରେ ସମାପନ କରିବା ଲାଗି ପୂଜା କମିଟି ସହ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଯାଇଥିବା ବିଷୟ ପୂଜା କମିଟିର ସଭାପତି ସନ୍ୟାସୀ ପାତ୍ର ଓ ସମ୍ପାଦକ ସୁଶାନ୍ତ କୁମାର ପାତ୍ର ପ୍ରକାଶ କରିଛନ୍ତି। ଏଥିରେ ସମିତି ର ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି। 

କନ୍ଧମାଳ ଜିଲ୍ଲା ରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ 

Related posts

କୁଟେନ୍ ଗ୍ରାମରେ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ଉପଲକ୍ଷେ କଳସ ଶୋଭାଯାତ୍ରା ଅନୁଷ୍ଠିତ 

Sunil Chandra Nayak

ରାଇରଙ୍ଗପୁରରେ ରାଇରଙ୍ଗପୁର ବ୍ରାହ୍ମଣ ମହାସଂଘ ଆନୁକୁଲ୍ୟରେ ବିଶ୍ବ କଲ୍ୟାଣ ମହାଯଜ୍ଞ 

Sunil Chandra Nayak

ଆୟାପ୍ପା ସ୍ଵାମୀ ଭକ୍ତ ଙ୍କ ଦୀକ୍ଷା ଗ୍ରହଣ 

Sunil Chandra Nayak

Leave a Comment

error: Content is protected !!