ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଣି କୁଣ୍ଡରେ ପଡି ଶିଶୁ ପୁତ୍ରର ମୃତ୍ୟୁ 

ପାଣି କୁଣ୍ଡରେ ପଡି ଶିଶୁ ପୁତ୍ରର ମୃତ୍ୟୁ 

ଡାବୁଗାଁ, ୨୯/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଘୋଡାଖୁଣ୍ଟା ଗ୍ରାମରେ ପାଣି କୁଣ୍ଡରେ ପଡି ୪ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ନେଇ ସୋମବାର ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ଅଧୀନ ଘୋଡାଖୁଣ୍ଟା ଗ୍ରାମର ଦୁଲ୍ଲଭ ଭତ୍ରା ଙ୍କ ଶିଶୁ ପୁତ୍ର ତପନ ଭତ୍ରା (୪) ରବିବାର ଅପରାହ୍ନ ପ୍ରାୟ ୪ ଘ.ରୁ ୫ ଘ. ମଧ୍ୟରେ ପିଲାଟି ଘର ଆଗରେ ଖେଳୁଥିଲା | ସେହି ସମୟରେ ଘର ଆଗରେ ଥିବା ଏକ ପାଣି କୁଣ୍ଡରେ ପିଲାଟି ପିଟି ହୋଇ ପାଣି କୁଣ୍ଡ ଭିତରକୁ ପଡି ଯାଇଥିଲା | ଫଳରେ ପିଲାଟି ପାଣି କୁଣ୍ଡରେ ବୁଡି ଯାଇଥିଲା | ସାଙ୍ଗରେ ଥିବା ଛୋଟ ଛୋଟ ପିଲା ମାନେ ପିଲାଟିର ଘର ଲୋକ ଙ୍କୁ ଡ଼ାକିଥିଲେ | ପରେ ପରିବାର ଲୋକେ ପିଲାଟିକୁ କୁଣ୍ଡରୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ମୋଟରସାଇକେଲ ଯୋଗେ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ | ସେଠାରେ ଚିକିତ୍ସିତ ଅବସ୍ଥାରେ ରବିବାର ରାତିରେ ଶିଶୁ ପୁତ୍ର ର ମୃତ୍ୟୁ ଘଟିଥିଲା | ଏନେଇ ସୋମବାର ସକାଳେ ମୃତ ଶିଶୁଟିର ବାପା ଦୁଲ୍ଲଭ ଭତ୍ରା ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଶିଂସାରୀ ଫାଣ୍ଡି ଅଧିକାରୀ ହରିହର ଭତ୍ରା ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ପରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୩୫/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ମ.ରାମପୁର ଡ୍ରାଇଭର ସଂଘର ଆନ୍ଦୋଳନ ଦ୍ଵିତୀୟ ଦିନରେ : ସରକାର କର୍ଣ୍ଣପାତ କରୁନଥିବାରୁ ସଂଘର ଅସନ୍ତୋଷ

Sunil Chandra Nayak

ଗବେଷିକା ସ୍ୱର୍ଣ୍ଣପ୍ରଭା ଖଟୁଆଙ୍କ ପିଏଚ୍.ଡି ଲାଭ

Sunil Chandra Nayak

ରାଇରଙ୍ଗପୁର ଆଦର୍ଶ ଥାନାରେ ଦିବଂଗତ କନଷ୍ଟେବଳ ଦାମୋଦର ନାୟକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

masiha

Leave a Comment

error: Content is protected !!