ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁଗ ଦ୍ରଷ୍ଟା ସାହିତ୍ୟ ସାଧକ, ରାଧାନାଥ ରାୟଙ୍କ,ଜୟନ୍ତୀ ପାଳନ 

ଯୁଗ ଦ୍ରଷ୍ଟା ସାହିତ୍ୟ ସାଧକ, ରାଧାନାଥ ରାୟଙ୍କ,ଜୟନ୍ତୀ ପାଳନ 

ରାଉରକେଲା: ଓଡିଆ ଭାଷା ବିକାଶ ମଞ୍ଚ ଓ ଡିଭାଇନ ଲାଇଫ୍ ଏକାଡେମୀ, ଉଚ୍ଚ ବିଦ୍ୟାଳୟ ର ମିଳିତ ଆନୁକୂଲ୍ୟରେ ଆଧୁନିକ ଓଡ଼ିଆ ସାହିତ୍ୟର ଯୁଗଦ୍ରଷ୍ଟା କବିବର ରାଧାନାଥ ରାୟଙ୍କ ଜୟନ୍ତୀ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ଦାସଙ୍କ ସଭାପତିତ୍ଵରେ ଅନୁଷ୍ଟିତ ହୋଇଯାଇଛି। ବିଦ୍ୟାଳୟର ଶିକ୍ଷୟତ୍ରୀ ସୁସ୍ମିତା ଭୂମିଜ ପ୍ରାଥମିକ ସୁଚନା ଦେଇ କହିଲେ ଓଡିଆ ସାହିତ୍ୟ ଯୁଗ ସ୍ରଷ୍ଟା ରାଧାନାଥ ରାୟ ହେଉଛନ୍ତି ଓଡ଼ିଆ ଭାଷା ସୁରକ୍ଷାର ସେନାପତି । ତାଙ୍କର କାବ୍ୟଗୁଡ଼ିକରେ ସୁନ୍ଦର ଚିତ୍ରପ୍ରତିମା ଫୁଟି ଉଠଛି । ତାଙ୍କର କାବ୍ୟ କେଦାରଗୌରୀ, ନାସିକେଶ୍ଵରୀ ପାର୍ବତୀ, ଚିଲିକା, ମହାଯାତ୍ରାକାବ୍ୟ ରଚନା କରି ଓଡ଼ିଆସାହିତ୍ୟକୁ ରୁଦ୍ଧିବନ୍ତ କରିଛନ୍ତି ।ଓଡ଼ିଆ ଭାଷା ବିକାଶ ମଞ୍ଚ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ର କବିଙ୍କର ଜୀବନ ଦର୍ଶନ ଆଲୋଚନା କରି କହିଲେ,ଓଡ଼ିଆ ସାହିତ୍ୟ ଆକାଶରେ ଅନ୍ଧକାର ଘୋଟିଥିଲା ବେଳେ ନୂତନ ଆଲୋକ ଦେଖାଇଥିଲେ।ଭାଷାକୁ ବଞ୍ଚାଇବା ପାଇଁ ଦୁର୍ବାର ସଂଗ୍ରାମ କରିଥିଲେ। ତାଙ୍କର ଜୀବନବ୍ୟାପୀ ସାହିତ୍ୟ ସାଧାନା ଏ ଜାତିକୁ ଶହ ଶହ ବର୍ଷ ଧରି ପ୍ରାଣବନ୍ତ କରି ରଖିଛି ବୋଲି ଶ୍ରୀ ମହାପାତ୍ର କହିଥିଲେ । ଏହି ଜୟନ୍ତୀ ସଭାରେ ବିଦ୍ୟାଳୟର ଛାତ୍ରୀ ଶ୍ରଦ୍ଧା ରାଣୀସାହୁ, ଦମୟନ୍ତୀ ପାତ୍ର ରାଧାନାଥ ରାୟଙ୍କ ଉପରେ ନିବନ୍ଧ ପାଠ କରିଥିଲାବେଳେ ବିଦ୍ୟାଳୟର ଯୁବ ଶିକ୍ଷକ ଚନ୍ଦନ କୁମାର ସାହୁ ଅନ୍ୟବାଦ ଦେଇ କହିଲେ ବିଦ୍ୟାଳୟମାନଙ୍କରେ ଓଡ଼ିଶାର ବରପୁତ୍ରମାନଙ୍କର ଜୟନ୍ତୀ ଓ ତିରୋଧାନ ଦିବସ ପାଳନ କରି ଓଡ଼ିଆ ଭାଷା ବିକାଶ ମଞ୍ଚ ଓଡିଶାର ଇତିହାସ, ସାହିତ୍ୟ ସଂସ୍କୃତିକୁ ଉଜ୍ଜିବିତ କରୁଛି । ଏହି ଜୟନ୍ତୀ ସଭାକୁ ଶିକ୍ଷୟତ୍ରୀ, ଅନୁଷା, ଜୟପୁରୀଆ, ବାବାଜୀ ଦାସ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନର୍ଲା ବ୍ଳକ ସେଲୁନ ସଂଘର ମାସିକ ବୈଠକ

masiha

ସୈାମ୍ୟାଶ୍ରୀ ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଜିଲ୍ଲା କଂଗ୍ରେସ ର ଦୀପ ଦାନ 

Sunil Chandra Nayak

ଝାରକଟା ଶାଖା ଡାକଘର ଭବିଷ୍ୟତ ଅନ୍ଧାରରେ 

masiha

Leave a Comment

error: Content is protected !!