ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୂର୍ବତନ ବିଜେପି ମୁଖପାତ୍ରଙ୍କ ବନ୍ଧୁ ମିଳନ ଓ କନ୍ୟା ପୂଜନ ଉତ୍ସବ

ପୂର୍ବତନ ବିଜେପି ମୁଖପାତ୍ରଙ୍କ ବନ୍ଧୁ ମିଳନ ଓ କନ୍ୟା ପୂଜନ ଉତ୍ସବ

ଖଇରା,୦୨/୧୦/୨୦୨୫- ପ୍ରତ୍ୟେକ ବର୍ଷ ପରି ଏବର୍ଷ ମଧ୍ୟ ପୂର୍ବତନ ବିଜେପି ମୁଖପାତ୍ର ଠାକୁର ରଣଜିତ ଦାସ ତାଙ୍କ ନିଜ ଜନ୍ମସ୍ଥାନ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଶ୍ଯାମସୁନ୍ଦରପୁର ପଞ୍ଚାୟତ ପାର୍ବତୀପୁର ଗ୍ରାମରେ ଶାରଦୀୟ ଦୁର୍ଗା ପୂଜା ଉପଲକ୍ଷେ ବନ୍ଧୁ ମିଳନ ଓ କନ୍ୟା ପୂଜନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ମା ଦୁର୍ଗାଙ୍କ ନବମ ପୂଜା ଅବସରରେ କନ୍ୟା ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରେ ପରେ ସାମ୍ବାଦିକ ମାନଙ୍କୁ ନେଇ ଏକ ବନ୍ଧୁ ମିଳନ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ଖଇରା ଓ ସିମୁଳିଆ ବ୍ଲକର ସାମ୍ବାଦିକ ମାନେ ଉପସ୍ଥିତ ଥିଲେ । ନିଜ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ତାର ସମାଧାନ ନେଇ ଆଲୋଚନା ସାମ୍ବାଦିକ ମାନଙ୍କ ସହିତ ଆଲୋଚନା କରିଥିଲେ ପୂର୍ବତନ ବିଜେପି ମୁଖପାତ୍ର ଠାକୁର ରଣଜିତ ଦାସ । ଶ୍ରୀ ଦାସ ଜଣେ ନିରୀହ, ନିଷ୍କପଟ, ସ୍ନେହୀ, ମେଳାପୀ, ପରୋପକାରୀ, ସମାଜସେବୀ ହୋଇଥିବାରୁ ସମ୍ପୃକ୍ତ ଅଞ୍ଚଳ, ନିର୍ବାଚନୀ ମଣ୍ଡଳୀ, ଜିଲ୍ଲା ଏବଂ ରାଜାରେ ସ୍ବତନ୍ତ୍ର ପରିଚୟ ରହିଛି । ଖଇରା ଅଞ୍ଚଳର ଦାବି ମଧ୍ୟରେ ମୁଖ୍ୟ ଦାବି ଖଇରାକୁ ଏନଏସି ଘୋଷଣା । ଏ ନେଇ ଉପସ୍ଥିତ ସାମ୍ବାଦିକ ଏବଂ ଜନସାଧାରଣ ମାନଙ୍କ ସହିତ ଆଲୋଚନା କରିଥିଲେ । ଶେଷରେ ଖଇରା ଅଞ୍ଚଳର ସମସ୍ୟା ଏବଂ ଦାବି ଅବଗତ ଅଛନ୍ତି, ଯଥାଶୀଘ୍ର କିପରି ସମାଧାନ ହୋଇପାରିବ ସେଥିପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ବୋଲି କହିଥିଲେ । ଉକ୍ତ ବନ୍ଧୁ ମିଳନ ଉତ୍ସବରେ ଅଞ୍ଚଳବାସୀ ଉପସ୍ଥିତ ଥିବା ବେଳେ ସୁବାସ ଚନ୍ଦ୍ର ପ୍ରଧାନ, ଆଲୋକ ପଣ୍ଡା, ଶିଶିର କୁମାର ସାମଲ,ପୂର୍ଣ୍ଣ ଚନ୍ଦ୍ର ମୁଖୀ ଏବଂ ଅନ୍ୟ ସହଯୋଗୀ କର୍ମୀମାନେ ଉତ୍ସବ ପରିଚାଳନାର ସହଯୋଗ କରିଥିଲେ । ପରିଶେଷରେ ସମସ୍ତଙ୍କୁ ଶାରଦୀୟ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ ପୂର୍ବତନ ବିଜେପି ମୁଖପାତ୍ର ଶ୍ରୀ ଦାସ । ପ୍ରସାଦ ସେବନରେ ଅଞ୍ଚଳବାସୀ ବେଶ ଖୁସି ଅନୁଭବ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସାରସଗୁଡା ଗାଁ ବସ୍ତି ରାସ୍ତା ଶୋଚନୀୟ , ଗାଁକୁ ନାହିଁ ପକା ରାସ୍ତା ଅସରାଏ ବର୍ଷା ଆସିଲେ ବଢୁଛି ଦୁର୍ଦଶା 

Sunil Chandra Nayak

ଗାଆଁ କୁ ଫେରିଲା ଦାଦନ ଶ୍ରମିକ ଙ୍କ ଶବ

Sunil Chandra Nayak

ଆମ ସଂକଳ୍ପ “ନିଶା ନୁହେଁ, ଜୀବନ” ନିଶାଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକଦ୍ରବ୍ୟ ବିରୁଦ୍ଧରେ ସଚେତନତା ନିମନ୍ତେ ସ୍ୱତନ୍ତ୍ର ଅଭିଯାନ 

masiha

Leave a Comment

error: Content is protected !!