ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିରାଟକାୟ ବୃକ୍ଷ ରାଜରାସ୍ତା ରେ ଉପୁଡ଼ି ପଡ଼ିବାରୁ ଯାତାୟାତ ଠପ୍ ନର୍ଲା ବିଡ଼ିଓ ଏବଂ ଅଗ୍ନିଶମ ବିଭାଗ ର ତୁରନ୍ତ ସହଯୋଗ ରେ ଯାତାୟାତ ସୁଗମ 

ବିରାଟକାୟ ବୃକ୍ଷ ରାଜରାସ୍ତା ରେ ଉପୁଡ଼ି ପଡ଼ିବାରୁ ଯାତାୟାତ ଠପ୍ ନର୍ଲା ବିଡ଼ିଓ ଏବଂ ଅଗ୍ନିଶମ ବିଭାଗ ର ତୁରନ୍ତ ସହଯୋଗ ରେ ଯାତାୟାତ ସୁଗମ 

କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରାମପୁର ରୁ ନର୍ଲା କୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବାଗପୁର୍ ନିକଟରେ ଚଳିତ ଲଘୁଚାପ ଜନିତ ବର୍ଷା ଓ କ୍ଷିପ୍ର ଗତିରେ ପବନ ପ୍ରବାହିତ ଫଳରେ ଗତ ବିଳମ୍ବିତ ରାତ୍ରୀରେ ଏକ ବିରାଟକାୟ ପିପଲ ଗଛ ଉପୁଡ଼ି ପଡିଯିବାରୁ ୬ ନମ୍ବର ରାଜପଥ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା ଫଳରେ ରୋଡ ର ଦୁଇ ପାର୍ଶ୍ଵରେ ଶତାଧିକ ଯାନବାହନ ଅଟକି ରହିଥିଲା ଖବରପାଇ ନର୍ଲା ଦମକଳ ବାହିନୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଓ ଗଛକାଟା ଉଦ୍ୟମ କରିଥିଲେ କିନ୍ତୁ ୧୧ କେବି ବିଦ୍ୟୁତ୍ ତାର ଉପରେ ଗଛଟି ପଡ଼ିଥିବାରୁ ରାତି ପ୍ରାୟ ୧ ଘଣ୍ଟା ସମୟରେ ନର୍ଲା ବିଦ୍ୟୁତ୍ ବିଭାଗ ଯନ୍ତ୍ରୀ ଓ ବିଡ଼ିଓ ନର୍ଲା ଙ୍କୁ ଯୋଗାଯୋଗ କରାଯାଇଥିଲା ବିଦ୍ୟୁତ୍ କଟାଯିବା ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନର୍ଲା ବିପିନ ବିହାରୀ ଦୀପ ଙ୍କ ତତ୍ୱବଧାନରେ ଉଦ୍ଧାର କାର୍ଯ୍ୟ ଓ ଗଛକଟା ଆରମ୍ଭ ହୋଇଥିଲା କିନ୍ତୁ ଗଛଟି ବହୁତ ବଡ଼ ହୋଇଥିବାରୁ ନର୍ଲା ଅଗ୍ନିଶମ ବିଭାଗ ପଡୋଶୀ ମ ରାମପୁର ଅଗ୍ନିଶମ ବାହିନୀ ର ସହାୟତା ଲୋଡିଥିଲେ ଦୁଇ ଅଗ୍ନିଶମ ବିଭାଗ ର ମିଳିତ ଉଦ୍ୟମ ରେ ରାତି ସାଢେବାର ଟାରୁ ଭୋର୍ ୪ ଘଣ୍ଟା ପର୍ଯ୍ୟନ୍ତ ନର୍ଲା ପୂର୍ବତନ ସରପଞ୍ଚ ଚିରଞ୍ଜିବି ଗୌଡ଼ିଆ ଙ୍କ ଜେସିବି ସାହାଯ୍ୟ ରେ ଅଗ୍ନିଶମ ବିଭାଗ ର ଅକ୍ଲାନ୍ତ ପରିଶ୍ରମ ଫଳରେ ରାସ୍ତାରୁ ଗଛ ହଟିଥିଲା ଓ ୬ ନମ୍ବର ରାଜପଥରେ ଯାତାୟାତ ସ୍ଵାଭାବିକ ହୋଇଥିବା ସୂଚନା ମିଳିଛି ସୂଚନା ଯୋଗ୍ୟ ଯେ ନର୍ଲା ଦମକଳ ବାହିନୀ ଗତ ତିନି ଦିନ ଧରି ନର୍ଲା ବ୍ଲକ ବିଭିନ୍ନ ଅଂଚଳ ରେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବାବେଳେ ଛତିକୁଡା ରୁ ବିଶ୍ୱନାଥ ପୁର ସଂଯୋଗ କରୁଥିବା ଜାତୀୟ ରାଜପଥରେ ମଧ୍ୟ ଲାଞ୍ଜିଗଡ ତହସିଲଦାର ବନମାଳୀ ମେହେରଙ୍କ ଉପସ୍ଥିତି ରେବହୁ କାର୍ଯ୍ୟ ସମ୍ପାଦନ କରିଛନ୍ତି ଏଣୁ ନର୍ଲା ଦମକଳ ବାହିନୀଙ୍କ କାର୍ଯ୍ୟ କୁ ନର୍ଲା ବିଡ଼ିଓ ଏବଂ ଲାଞ୍ଜିଗଡ ତହସିଲଦାର ଧନ୍ୟବାଦ ଜଣାଇଛନ୍ତି।

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ସଂକ୍ରାନ୍ତି ନିମନ୍ତେ ପ୍ରସାଦ ସେବନ ବ୍ୟବସ୍ଥା     

Sunil Chandra Nayak

ବାଲୁଗାଁ ଆଙ୍କୁଲା ଗ୍ରାମର ନିଆରା ପ୍ରତିଭା ସୈମ୍ୟ ରଞ୍ଜନ : ଚିତ୍ର କଳାରେ ସିଦ୍ଧହସ୍ତ !!!

Sunil Chandra Nayak

ଓଡ଼ିଶାର ସାହିତ୍ୟ ଅନୁଷ୍ଠାନ: ଏକକ ସମ୍ପର୍କ ଅଭିଯାନ କରିବେ ଯୁଗ ଯାତ୍ରୀ ସାହିତ୍ୟ ସଂସଦର ସମ୍ପାଦକ ହେମନ୍ତ ସାହୁ

Sunil Chandra Nayak

Leave a Comment

error: Content is protected !!