ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଆୟାପ୍ପା ସ୍ଵାମୀ ଭକ୍ତ ଙ୍କ ଦୀକ୍ଷା ଗ୍ରହଣ 

ଆୟାପ୍ପା ସ୍ଵାମୀ ଭକ୍ତ ଙ୍କ ଦୀକ୍ଷା ଗ୍ରହଣ 

ଡାବୁଗାଁ, ୪/୧୦ (ମ.ନି.ସ.)- ଶନିବାର ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ଆୟାପ୍ପା ସ୍ଵାମୀ ଭକ୍ତମାନେ ଦୀକ୍ଷା ଗ୍ରହଣ କରିଛନ୍ତି | ଆଜି ସକାଳୁ ଡାବୁଗାଁ ଶିବ ମନ୍ଦିରରେ ଜୟପୁର ରାବଣା ଗୁରୁସ୍ଵାମୀଙ୍କ ଠାରୁ ଭକ୍ତ ମାନେ ମାଳା ଧାରଣ କରିଛନ୍ତି | ଭକ୍ତ ମାନେ ମାଳାଧାରଣ କରି ଡାବୁଗାଁ ଜୟନ୍ତୀନଗର ସ୍ଥିତ ଅୟାପ୍ପା ସ୍ଵାମୀ ସାନିଧାନମରେ ୪୧ ଦିନ ରହି ପୂଜାର୍ଚ୍ଚନା କରି ନିଷ୍ଠାର ସହ ରହିବେ | ଡାବୁଗାଁ ଗୁରୁ ସ୍ଵାମୀ ପ୍ରକାଶ ଚନ୍ଦ୍ର ପଣ୍ଡା, ଆଶୁତୋଷ ଜେନା, ଚିତ୍ତରଞ୍ଜନ ପାତ୍ର, ଜେ. ସୁଦର୍ଶନ ରାଓ, ଶାନ୍ତନୁ ଖୁଣ୍ଟିଆ, ଏ. କମଳ କୁମାର, ବିଜୟ ନିହାଲ ଙ୍କ ସମେତ ୧୮ ଜଣ ଭକ୍ତ ଆୟାପ୍ପା ସ୍ଵାମୀ ଦିକ୍ଷା ଗ୍ରହଣ କରିଛନ୍ତି | ଆଜିଠୁ ୪୧ ଦିନ ପର୍ଯ୍ୟନ୍ତ ଏମାନେ ରହି ପରେ କେରଳ ରାଜ୍ୟର ସାବରିମାଲା ସ୍ଥିତ ଆୟାପା ସ୍ଵାମୀଙ୍କ ମଦିରକୁ ଅୟାପ୍ପା ସ୍ଵାମୀଙ୍କ ଦର୍ଶନ ପାଇଁ ଯିବେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଖସିଗୁଡ଼ାରେ ଅଖଣ୍ଡ ନାମ ଯଜ୍ଞ ପାଇଁ ଭୂମି ପୂଜା

Sunil Chandra Nayak

ରାଇରଙ୍ଗପୁରରେ ରାଇରଙ୍ଗପୁର ବ୍ରାହ୍ମଣ ମହାସଂଘ ଆନୁକୁଲ୍ୟରେ ବିଶ୍ବ କଲ୍ୟାଣ ମହାଯଜ୍ଞ 

Sunil Chandra Nayak

ଟୋକିମରା ପରବ ସହ ଶେଷ ହେଲା ଧାଙ୍ଗଡି ଦୋଳା ପରବ 

Sunil Chandra Nayak

Leave a Comment

error: Content is protected !!