ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାନ୍ଧୀ ଜୟନ୍ତୀ ଅବସରରେ ସଚେତନତା କାର୍ଯ୍ୟକ୍ରମ 

ଗାନ୍ଧୀ ଜୟନ୍ତୀ ଅବସରରେ ସଚେତନତା କାର୍ଯ୍ୟକ୍ରମ 

ରାଉରକେଲା: ଜିଲ୍ଲା ସ୍କାଉଟ ଆଣ୍ଡ ଗାଇଡ ତରଫରୁ ରାଉରକେଲା ରେଲୱେ ଷ୍ଟେସନ ଠାରେ ଏକ ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସ୍କାଉଟ କମିଶନର ବ୍ରଜେନ୍ଦ୍ର ଦାଶଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା କଲେଜର ଓଡିଆ ବିଭାଗର ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଅତିଥି ଭାବେ ଯୋଗଦେଇ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଙ୍କ ଜୟନ୍ତୀ ଉପଲକ୍ଷେ ଏଭଳି ଏକ କାର୍ଯ୍ୟକ୍ରମ ଅନୁଷ୍ଠାନର ସାମାଜିକ ପ୍ରତିବଦ୍ଧତା କୁ ଦର୍ଶାଇବା ସହ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି ମତ ରଖିଥିଲେ। ଅନ୍ୟତମ ଅତିଥି କବି କୁଞ୍ଜବିହାରୀ ରାଉତ ସ୍ବଚ୍ଛତା ଓ ଉଭୟ ମହାମନିଷୀ ଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଗାଇଡ୍ କମିଶନର ଭାବେ ନୂତନ ଦାୟିତ୍ଵ ଗ୍ରହଣ କରିଥିବା ସୈ।ଦାମିନୀ ମୁଦାଲି ତାଙ୍କ ବକ୍ତବ୍ୟରେ ଏଭଳି ସାମାଜିକ କାର୍ଯ୍ୟକ୍ରମ ଜାରି ରହିବ କହିଥିଲେ। ଏହି ଅବସରରେ ଷ୍ଟେସନ ଠାରେ ଉପସ୍ଥିତ ଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ବିସ୍କୁଟ,ପାଣି ଓ ପୋଷାକ ପତ୍ର ବଣ୍ଟନ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ରମାକାନ୍ତ ମଲ୍ଲିକ, ଲକ୍ଷ୍ମୀ ସାହୁ,ଶ୍ରୀବତ୍ସ ସାମଲ, କଳ୍ପନା ବେହେରା,ଅରୁଣ କୁମାର ସ୍ବାଇଁ, ଅକ୍ଷୟ ଦାସ, ବିଜୟ କୁମାର ଦାସ, ପ୍ରିୟଙ୍କା ମହାରଣା, ସସ୍ମିତା ପ୍ରଧାନ, ରଶ୍ମିତା ସେନାପତିଙ୍କ ସହ ବାଜି ରାଉତ ଶିକ୍ଷା ନିକେତନ ଓ ଦୀପିକା ଇସ୍ପାତ ଶିକ୍ଷା ସଦନ ର ସ୍କାଉଟ ଆଣ୍ଡ ଗାଇଡ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଵହଳଦା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ! କୁଳୁତାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

ନୂଆପଡ଼ାରେ ରାଜସ୍ୱ ମନ୍ତ୍ରୀ ଜନ ସେବା ଦିବସରେ ବର୍ଦ୍ଧିତ ଭତ୍ତା ବିତରଣ ଶୁଭାରମ୍ଭ କଲେ 

masiha

ଦଶ ବର୍ଷ ତଳେ ମାଟ୍ରିକ ପଢ଼ିଥିଲେ …. ଏବେ କହିଲେ ପୁଣି ପଢ଼ିବେ ମାଟ୍ରିକ !!

masiha

Leave a Comment

error: Content is protected !!