ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଣ୍ଡାକାଟି ରୁ ଏକତାଳି ପର୍ଯ୍ୟନ୍ତ ରାସ୍ତା ବେହାଲ 

ମୁଣ୍ଡାକାଟି ରୁ ଏକତାଳି ପର୍ଯ୍ୟନ୍ତ ରାସ୍ତା ବେହାଲ 

ମୟୂରଭଂଜ -୩/୧୦  —  ବିଜାତଳା ବ୍ଲକ ମୁଣ୍ଡାଠାକୁରା ପଞ୍ଚାୟତର ମୁଣ୍ଡାକାଟି ରୁ ଏକତାଳି ପର୍ଯ୍ୟନ୍ତ ରାସ୍ତା ବେହାଲ l ବର୍ତ୍ତମାନର ବର୍ଷା ଦିନରେ ଗାଁ ଲୋକମାନେ ଯିବା ଆସିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ବିଶେଷ କରି ଏକତାଳି ଗାଁ ମୁଣ୍ଡ ବର୍ଷା ଯୋଗୁଁ ରାସ୍ତାଟି କାଦୁଆ ପଚ ପଚ l ଫଳରେ ଲୋକମାନଙ୍କୁ ଯିବା ଆସିବାରେ ଅନେକ ଅସୁବିଧା ହେଉଛି ବିଶେଷ କରି ସ୍କୁଲ, କଲେଜରମାନେ ଛାତ୍ରଛାତ୍ରୀମାନେ ଦୈନିକ ଯିବାଆସିବା ପାଇଁ ହଇରାଣ ହରକତ ହେଉଛନ୍ତି। ବର୍ଷା ଯୋଗୁଁ  ରାସ୍ତା ସଂପୂର୍ଣ୍ଣ ଖରାପ୍ ହୋଇଯାଇଛି। ରୋଗୀ ଏବଂ ଗର୍ଭବତୀ ମହିଳାମାନେ ଡ଼ାକ୍ତର ଖାନା ଯିବା ପାଇଁ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି। ସୂଚନା ଥାଉକି ଯେ ଏହି ରାସ୍ତା ଟି ସୁଲାଇପାଟ କୁ ସଂଯୋଗ ହୋଇଛି lଏହି ରାସ୍ତାରେ ସ୍ଥାନୀୟ ଲୋକମାନେ ଯେପରି ସୁରୁଖୁରୁରେ ଯିବା ଆସିବା କରି ପାରିବେ, ସେଥିପାଇଁ ବ୍ଳକ ଓ ପଂଚାୟତ ପ୍ରଶାସନ ତରଫରୁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି l

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ବନ୍ଧୁଗାଁରେ  ଖରିପ ମାଣ୍ଡିଆ ମଣ୍ଡି ଉଦ୍ଘାଟନ

masiha

୧୧ ତମ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ 

masiha

ରାଉରକେଲା ରେ ସୁରେନ୍ଦ୍ର ପରିବାର ଗଠନ 

masiha

Leave a Comment

error: Content is protected !!