ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ସମ୍ମିଳନୀ ଢେଙ୍କାନାଳ ଜିଲ୍ଲା ଶାଖା ତରଫରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୯ତମ ଜନ୍ମଜୟନ୍ତୀ-୨୦୨୫ ପାଳିତ 

ଉତ୍କଳ ସମ୍ମିଳନୀ ଢେଙ୍କାନାଳ ଜିଲ୍ଲା ଶାଖା ତରଫରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୯ତମ ଜନ୍ମଜୟନ୍ତୀ-୨୦୨୫ ପାଳିତ 

ଢେଙ୍କାନାଳ ତା.୯.୧୦.୨୦୨୫ରିଖ: ଆଜି ପ୍ରାତଃ ୦୯ ଘଟିକା ସମୟରେ ଉତ୍କଳ ସମ୍ମିଳନୀ ଢେଙ୍କାନାଳ ଜିଲ୍ଲା ଶାଖା କାର୍ଯ୍ୟାଳୟ ତରଫରୁ ଉତ୍କଳ ସମ୍ମିଳନୀର ପୂର୍ବତନ ସଭାପତି,ଦୈନିକ ଖବର କାଗଜ “ସମାଜ ” ର ପ୍ରତିଷ୍ଠାତା ତଥା ସେବା,ତ୍ୟାଗ ଓ ପରୋପକାରୀ ଭାବର ପ୍ରତୀକ ପଣ୍ଡିତ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ୧୪୯ତମ ଜନ୍ମଜୟନ୍ତୀ-୨୦୨୫ ପାଳନ ଅବସରରେ ସ୍ଥାନୀୟ ଗୋପବନ୍ଧୁ ଟାଉନ ହଲ ସ୍ଥିତଙ୍କ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଅମ୍ଲାନ ସ୍ମୃତି ପ୍ରତି ଭକ୍ତିପୂତ ତଥା ଭାବପୂର୍ଣ୍ଣ ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ଉତ୍କଳ ସମ୍ମିଳନୀ ଜିଲ୍ଲା ସଭାପତି ଅକ୍ଷୟ କୁମାର ମହାନ୍ତି,କାର୍ଯ୍ୟକାରୀ ସଭାପତି ଶିକ୍ଷାବିତ୍ ଡ.ପ୍ରମୋଦ କୁମାର ନାୟକ,ସାଧାରଣ ସମ୍ପାଦକ ପ୍ରଶାନ୍ତ ନନ୍ଦ,ସମ୍ପାଦକ ଇଂଜିନିୟର ଲଳିତ ମୋହନ ବେହେରା,ଶିକ୍ଷାବିତ୍ ଡ଼ା.ଦେଵୀ ପ୍ରସାଦ ମିଶ୍ର,ସାଥୀ ବିନୋଦ ସେଠୀ,ବିନୟ କୁମାର ପାତ୍ର,ବିଦ୍ୟାଧର ବାରିକ,ଦଣ୍ଡପାଣି ଦାସ,ରାମଚନ୍ଦ୍ର ଦେବତା,ଛାତ୍ରନେତା ଗାୟତ୍ରୀ ମଲ୍ଲିକ, ସବ୍ୟସାଚୀ ଧଳ,ଗୌତମ ନାୟକ ପ୍ରମୁଖ ଅନ୍ୟାନ୍ୟ ସଦସ୍ୟବୃନ୍ଦ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ତାଙ୍କ ବହୁମୁଖୀ ପ୍ରତିଭାର ସ୍ମୃତିଚାରଣ କରିଥିଲେ।ଶେଷରେ ଫୁଲବାଣୀ ଗସ୍ତରେ ଥିବା କେନ୍ଦ୍ରୀୟ କମିଟି ମୁଖ୍ୟ ଉପଦେଷ୍ଟା ଡ଼ଃ ବସନ୍ତ ତ୍ରିପାଠୀଙ୍କ ବାର୍ତ୍ତାରେ ଓଡ଼ିଆ ଜାତିର ଚୀର ନମସ୍ୟ, ଚୀର ପୂଜନୀୟ,ଦୂରଦ୍ରଷ୍ଟା,ଆଇନଜ୍ଞ,ସୁୁସାହିତ୍ୟିକ, ସମାଜ ସଂସ୍କାରକ ମହାମନୀଷୀ,ଉତ୍କଳର ମଉଡମଣୀ,ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପୁରୋଧା ପଣ୍ଡିତ ଉତ୍କଳ ମଣି ଗୋପବନ୍ଧୁଙ୍କ ସମ୍ପର୍କରେ ବର୍ଣ୍ଣନା କରାଯାଇ ସବିଶେଷ ଆଲୋଚନା କରାଯାଇଥିଲା।

ଇଂ ଲଳିତ ମୋହନ ବେହେରା

ସମ୍ପାଦକ,ଉତ୍କଳ ସମ୍ମିଳନୀ ଢେଙ୍କାନାଳ ଜିଲ୍ଲା ଶାଖା,

ଡ଼ା.ଦେବୀ ପ୍ରସାଦ ମିଶ୍ର,

ଶୁଭେଚ୍ଛୁ,ଅତିଥି ସଦସ୍ୟ,ଉତ୍କଳ ସମ୍ମିଳନୀ ଢେଙ୍କାନାଳ ଜିଲ୍ଲା ଶାଖା

Related posts

ଶାଳବଣର କବି ସାମ୍ବାଦିକ ଗୌରବ ଗିରୀଶ ନନ୍ଦଙ୍କ ତୁତୀୟ ଶ୍ରାଦ୍ଧବାର୍ଷିକ

masiha

ଟେଣ୍ଡର ବିଜ୍ଞପ୍ତି ବାତିଲ ଦାବୀ ରେ ବିଂଝାଲ ସମାଜ ପକ୍ଷରୁ ଉପଜିଲ୍ଲାପାଳ ଙ୍କୁ ଦାବୀ ପତ୍ର ପ୍ରଦାନ

masiha

ବିଶିଷ୍ଟ ସାହିତ୍ୟିକ ସାତକୋଡ଼ି ହୋତା ଙ୍କ ବିୟୋଗରେ ଜୁନାଗଡ଼ ସାମ୍ବାଦିକ ସଂଘର ଶୋକସଭା

masiha

Leave a Comment

error: Content is protected !!