ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲ୍ମିକୀ ଜୟନ୍ତୀ ସମାରୋହ ଅନୁଷ୍ଠିତ

ବାଲ୍ମିକୀ ଜୟନ୍ତୀ ସମାରୋହ ଅନୁଷ୍ଠିତ

ରାଉରକେଲା: ସେକ୍ଟର-୪ ସ୍ଥିତ ରାଉରକେଲା କଲେଜ, ରାଉରକେଲା ଆନୁକୂଲ୍ୟରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲାର ମାଧବ ନଗର ଶାଖା ଦ୍ବାରା ଆୟୋଜିତ ମାସିକ ସାହିତ୍ୟ ଆସରରେ ବାଲ୍ମିକୀ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସୋନାଲି ମହାନନ୍ଦଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲା ମହାନଗରର ସଭାପତି ଡ. ରବୀନ୍ଦ୍ର କୁମାର ଜେନା ସଭାପତିତ୍ବ ଅଭିଭାଷଣ ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ମାଧବ ନଗର ଶାଖା ସଭାପତି ବ୍ରଜେନ୍ଦ୍ର ଦାଶ ପ୍ରାକ୍ କଥନ ରଖିଥିବାବେଳେ ସ୍ନାତକୋତ୍ତର ଓଡ଼ିଆ ଛାତ୍ର ସୌମ୍ୟରଞ୍ଜନ ମହାନ୍ତି ଭିତ୍ତି ପ୍ରବନ୍ଧ ପାଠ କରିଥିଲେ। ସାହିତ୍ୟ ପରିଷଦର ଉପସଭାପତି ତଥା ରାଉରକେଲା କଲେଜର ପ୍ରାକ୍ତନ ଅଧ୍ୟକ୍ଷା ସୁଜାତା ପ୍ରଧାନ ଛାତ୍ର-ଛାତ୍ରୀଙ୍କୁ ଆଶୀର୍ବଚନ ସହ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖିଥିଲେ। କାର୍ଯ୍ୟକ୍ରମରେ ବିଷୟ ବିଶେଷଜ୍ଞ ଭାବେ ଶିକ୍ଷାବିତ୍ ତଥା ଆଲୋଚିକା ସୁସ୍ମିତା ମହାପାତ୍ର ବାଲ୍ମୀକିଙ୍କ ରାମାୟଣ ସହ ବଳରାମ ଦାସଙ୍କ ଦାଣ୍ଡି ରାମାୟଣ ଏବଂ ଅନ୍ୟାନ୍ୟ ପ୍ରାଦେଶିକ ରାମାୟଣ ମଧ୍ୟରେ ଏକ ତୁଳନାତ୍ମକ ଆଲୋଚନା କରିଥିଲେ। ମୁଖ୍ୟ ଅତିଥି ଭାବେ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ପ୍ରାକ୍ତନ ମହାପ୍ରବନ୍ଧକ ଇଂ ଅଭୟ କୁମାର ଦାସ ଯୋଗଦେଇ ପରିଷଦର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇବ ବୋଲି ମତ ରଖିଥିଲେ। ଏହି ଅବସରରେ ମେଧାବୀ ଓଡ଼ିଆ ଛାତ୍ର-ଛାତ୍ରୀ ସୁଶ୍ରୀରେଖା ବେହେରା, ସୋନାଲୀ ମହାନନ୍ଦ, ଅପର୍ଣ୍ଣା ପାହାରୀ, ପୂଜାରାଣୀ ଜେନା, ଏଞ୍ଜିଲା କୁକୁର, ସୁମାନ୍ତୀ ଏକ୍କା, ଚାନ୍ଦନୀ ସେଠୀ, ରଶ୍ମିତା ବାହାଦୂର, ନଳିନୀ ସିଂ, ଅଙ୍କିତା ପାତ୍ର, ସୌମ୍ୟରଞ୍ଜନ ମହାନ୍ତି, ଅଭିଷେକ ପରିଡା, ଛବିଳ ସେଠୀ, ରୋହିତ ଓରାମ, ନରେଶ ମୁଣ୍ଡା, ଆନନ୍ଦ କୁମାର ନାଏକଙ୍କୁ ସ୍ନାତକ ଡିଗ୍ରୀରେ ଅସାଧାରଣ କୃତିତ୍ୱ ପାଇଁ ପ୍ରମାଣ ପତ୍ର ଓ ସମ୍ବର୍ଦ୍ଧନା ଦିଆଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ ଆରସୀ ସେନାପତି ଏବଂ ଅପର୍ଣ୍ଣା ପାହାରୀ କବିତା ସଂଯୋଜନା କରିଥିଲେ। ପ୍ରତାପ ପଣ୍ଡା, ମୋନାଲିସା ବେହେରା, ରମାକାନ୍ତ ସୁତାର, ବନଲତା ମିଶ୍ର, ଆଶୁତୋଷ ଜ୍ୟୋତିଷ ପ୍ରଭୃତି କବିତା ପାଠ କରିଥିବା ବେଳେ ନିରୁପମା ପତି, କାଶୀନାଥ ନନ୍ଦୀ, ଧରିତ୍ରୀ ପାଇକରାୟ, ପ୍ରଶାନ୍ତ ପତି, ଅକ୍ଷୟ କୁମାର ଦାସ, ସୌମ୍ୟରଞ୍ଜନ ପ୍ରଧାନ, ସୁମିତ୍ରା ମିଶ୍ର, ମମତା ଜେନା, ଗୀତାରାଣୀ ବେହେରା, ପୁଷ୍ପା ରାଣୀ ପଟେଲ, ଜଗନ୍ନାଥ ରାଉତ, ଦେବସ୍ମିତା ପଟ୍ଟନାୟକ, କୁଞ୍ଜବିହାରୀ ରାଉତ, ସୁଶାନ୍ତ ପଟେଲ, ସସ୍ମିତା ପ୍ରଧାନ, କରୁଣାକର ପାଟ୍ଟଶାଣୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ଅଧ୍ୟାପିକା ପ୍ରିୟଙ୍କା ପଲାଇ ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନିଦା ବିଷ୍ଣୁ ସାଜିଛି ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ର ଉଭୟ ପାର୍ଶ୍ଵ ରେ ମାଟି ପରି ବର୍ତ୍ତେ ପଡୁଛି ଚିଙ୍ଗୁଡ଼ି ଘେରିର ମଳ

masiha

ମୋଟର ସାଇକେଲ ଦୁର୍ଘଟଣା, ୪ ଆହତ 

masiha

ନୂଆପଡ଼ା ଏକତା ଛକ ଠାରେ ସାଇବର ଅପରାଧ ନିୟନ୍ତ୍ରଣ ନେଇ ସଚେତନ ରଥକୁ ସ୍ୱାଗତ 

masiha

Leave a Comment

error: Content is protected !!