ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲାରେ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ୨୦୨୫ ପାଳନ 

ନବରଙ୍ଗପୁର ଜିଲ୍ଲାରେ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ୨୦୨୫ ପାଳନ 

ନବରଙ୍ଗପୁର: (୧୧.୧୦.୨୦୨୫)(ମସିହା ନ୍ୟୁଜ ସର୍ଭିସ୍) “ନୂଆ ଚେତନା, ନୂଆ ଭାବନାରେ, ନୂଆ ସୃଜନର ଧ୍ୱଜାଧାରଣୀ ଆମ ଝିଅ — ଝିଅଙ୍କ ସ୍ବାସ୍ଥ୍ୟ, ସୁରକ୍ଷା ଓ ଶିକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ଓଡ଼ିଶା ସରକାର” ଏହି ବିଷୟକୁ ନେଇ ନବରଙ୍ଗପୁର ଜିଲ୍ଲା ପରିଷଦ କନଫରେନ୍ସ ହଲରେ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ୨୦୨୫ ଉତ୍ସାହ ଓ ଗମ୍ଭୀରତା ସହିତ ପାଳନ କରାଯାଇଲା।ଅନୁଷ୍ଠାନରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ, ସମ୍ମାନୀତ ଅତିଥି ରୂପେ ମୁଖ୍ୟ ଉନ୍ନୟନ ଅଧିକାରୀ , ଜିଲ୍ଲା ପରିଷଦ,ବିରଞ୍ଚି ନାରାୟଣ ଦର୍ବାନ, ଉପ-ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଦ୍ରୌପଦୀ କହଁର ଉପସ୍ଥିତ ଥିଲେ ।ବୈଠକରେ ବ୍ଲକ୍ ରିସୋର୍ସ ପର୍ସନ୍, ତେନ୍ତୁଳିଖୁଣ୍ଟି , ପ୍ରତ୍ୟେକ ବ୍ଲକର ସି ଡି ପି ଓ, ସୁପରଭାଇଜର, କିଶୋରୀ ଝିଅମାନେ, ସହିତ ୱାନ ଷ୍ଟପ ସେଣ୍ଟର କର୍ମଚାରୀମାନେ ଓ ଶକ୍ତି ସଦନ କର୍ମଚାରୀମାନେ ଯୋଗଦାନ କରିଥିଲେ। ସଭାରେ ଅତିଥିମାନେ କନ୍ୟା ସନ୍ତାନଙ୍କ ସଶକ୍ତିକରଣ, ଶିକ୍ଷା, ସ୍ବାସ୍ଥ୍ୟ ଓ ସୁରକ୍ଷା ସହିତ ସମାଜରେ ତାଙ୍କ ସମାନ ଅଧିକାର ନେଇ ଆଲୋଚନା କଲେ। ଓଡ଼ିଶା ସରକାର ଝିଅମାନଙ୍କ ସମଗ୍ର ଉନ୍ନତି ପାଇଁ ବିଭିନ୍ନ ପ୍ରଗତିମୂଳକ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି।ଏହି ଅବସରରେ ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରି ସମାଜରେ ନାରୀ ସଚେତନତା ଓ ସଶକ୍ତିକରଣ ବାର୍ତ୍ତା ପ୍ରସାର କଲେ। ପରେ ବିଭିନ୍ନ ପ୍ରତିଯୋଗିତାରେ ବିଜେତା ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଲା।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଏସ.ପି.ସି.ବି ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

masiha

ଗୋଦାବରୀଶ ସାଂସ୍କୃତିକ କଳା ପରିଷଦ ର ବୋଇତ ବନ୍ଦାଣ ଉତ୍ସବ 

masiha

ଅଦିନିଆ ବର୍ଷା ଓ ଝଡ ଯୋଗୁଁ ଫୁଣ୍ଡା ହନୁମାନ ମନ୍ଦିର ଉପରେ ଗଛ ଭାଙ୍ଗି ନଷ୍ଟ

Sunil Chandra Nayak

Leave a Comment

error: Content is protected !!