ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କଂଗ୍ରେସରେ ମିଶିଲେ ଶତାଧିକ ଯୁବକ 

କଂଗ୍ରେସରେ ମିଶିଲେ ଶତାଧିକ ଯୁବକ 

ନୂଆପଡା,୧୩/୧୦  — ନୂଆପଡା ଏବିଟି ସମ୍ମିଳନୀ କକ୍ଷରେ ସୋମବାର ଜିଲା କଂଗ୍ରେସ କମିଟିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି । ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ ନୂଆପଡା ସହରର ଶତାଧିକ ଯୁବକ କଂଗ୍ରେସରେ ଯୋଗଦେଇଛନ୍ତି । ଏହି ସମୟରେ ରାଜଗାଙ୍ଗପୁର ବିଧାୟକ ରାଜନ୍ ଏକ୍କା,ନୂଆପଡା ଜିଲ୍ଲା ପର୍ଯ୍ୟବେକ୍ଷକ ମୂରଲୀଧର ନାୟକ,ଗରିବସେନା ଜିଲା ଆବାହକ ରବି ମଙ୍ଗରାଜ,ପବନ ଶର୍ମା,ଜାତୀୟ କଂଗ୍ରେସ ମୁଖପାତ୍ର ହମିତ୍ ହୁସେନ ପ୍ରମୁଖ ଉପସ୍ଥିତି ଥିଲେ । ବିଜେଡି ଓ ବିଜେପି ପ୍ରାର୍ଥୀ ଦେଇ ପାରୁ ନାହିଁ । ସେମାନଙ୍କୁ ପ୍ରାର୍ଥୀ ମିଲୁ ନାହିଁ । ନିର୍ବାଚନର ବିଜୟୀ ହେବ କଣ । ଚଳିତ ଉପ ନିର୍ବାଚନର ଜାତୀୟ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ବିଜୟୀ ହୋଇ ବିଧାନ ସଭାକୁ ଯିବେ ବୋଲି ପିସିସି ସଭାପତି ଦାସ କହିଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମୁଖ୍ୟମନ୍ତ୍ରୀ ଙ୍କ କଳାହାଣ୍ଡି ଗସ୍ତକୁ ନେଇ ବିଜେଡି ପକ୍ଷରୁ ପ୍ରସ୍ତୁତି ବୈଠକ

Sunil Chandra Nayak

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୮ତମ ତିରୋଧାନ ଦିବସ ପାଳିତ 

masiha

ବହଳଦା ର ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି ଙ୍କୁ, ନୟାଗଡ଼ ଜିଲ୍ଲା ସଭାପତି ଚୟନ କମିଟିର ପର୍ଯ୍ୟବେକ୍ଷକ ସଦସ୍ୟ ମନୋନୀତ 

Sunil Chandra Nayak

Leave a Comment

error: Content is protected !!