ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଡକୁଟୃ ପାତ୍ରବସା ରାସ୍ତା ଶୋଚନୀୟ, ପ୍ରଶାସନର ନିଘା ନାହିଁ

ବଡକୁଟୃ ପାତ୍ରବସା ରାସ୍ତା ଶୋଚନୀୟ, ପ୍ରଶାସନର ନିଘା ନାହିଁ

କଲମପୁର -୧୩/୧୦(ମସିହା) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଜନ ଅଧିନରେ ସଂପାଦିତ ରାସ୍ତା ଗୁଡିକ ବିଭିନ୍ନ ସ୍ଥାନରେ ଶୋଚନୀୟ ହୋଇ ପଡ଼ିଛି,ଅଳ୍ପ ସମୟ ଭିତରେ ରାସ୍ତାର ଅବସ୍ଥା ବେହାଲ ହୋଇ ପଡିବାରୁ ଲୋକେ ମରଣ ମୁହଁରୁ ଅଳ୍ପକେ ବର୍ତ୍ତିବାରେ ଲାଗିଛନ୍ତି, କଲମପୁର ବ୍ଲକ ପାତ୍ରବସା ତିନିଛକରୁ ବଡକୁଟୃ ଭାୟା ବଡକୁଟୃ ଛକ ପର୍ଯ୍ୟନ୍ତ ଏହି ରାସ୍ତା ଲମ୍ବିଛି, ହାରାହାରି ଏହା ୫ କିଲୋମିଟର ମଧ୍ୟରେ ହେବ,ଚଳିତ ବର୍ଷ ଆରମ୍ଭରେ ଏହି ରାସ୍ତା ନିର୍ମାଣ କରାଯାଇ ଥିଲା, ରାସ୍ତା ନିର୍ମାଣ କାର୍ଯ୍ୟ ନ ସରୁଣୁ ରାସ୍ତା ଫାଟି ଆଁ କରି ଥିବା ବେଳେ ବିଭିନ୍ନ ସ୍ଥାନରେ ଖାଲଖମାରେ ଭରପୁର ହୋଇ ପଡିଥିବା ବେଳେ ପୋଳ ନିର୍ମିତ ସ୍ଥାନରେ ରାସ୍ତା ଦବି ଯାଇଛି, ଫଳରେ ଗାଡି ଚାଳକ ମାନେ ଝୁମ୍ପୁଡି ପଡି ଦୁର୍ଘଟଣାର ଶିକାର ହୋଇ ପଡ଼ୁଛନ୍ତି, ଏନେଇ ଗ୍ରାମବାସୀମାନେ ଅନେକ ସମୟରେ ବିଭାଗୀୟ ଯନ୍ତ୍ରୀ ମାନଙ୍କ ଠାରେ ଅଭିଯୋଗ କରି ଆସୁଥିଲେ ମଧ୍ୟ ବିଭାଗର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗି ନ ପାରିବାରୁ ସେମାନେ ଅସଫଳ ହୋଇ ଆସୁଛନ୍ତି,ଏ ସମ୍ବନ୍ଧରେ ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଜନର କନିଷ୍ଠ ଯନ୍ତ୍ରୀ ତରୁଣ ନାଏକଙ୍କୁ ପଚାରିବାରୁ ଆମେ ଠିକାଦାରଙ୍କୁ କହିଛୁ ସେ ମରାମତି କରିବାରେ ଟାଳଟୁଳ ନୀତି ଆପଣାଇବାରୁ କାର୍ଯ୍ୟ ଆଗେଇ ପାରୁନାହିଁ ବୋଲି ପ୍ରକାଶ କରିଛନ୍ତି,ପାତ୍ରବସା ଗ୍ରାମବାସୀ ତଥା ଆଇନଜୀବୀ ସୁଶିଲ ରାଉତ ଓ ଚିତ୍ତ ନାଏକ ବିଭାଗ ଧନ ଜୀବନ ହାନିକୁ ଅପେକ୍ଷା କରିଛନ୍ତି,ବଡ ଧରଣର ଦୁର୍ଘଟଣା ଘଟିଲେ ଯାଇ ସେମାନେ ଚେତିବେ, ଯଦି ମରାମତି ନ ହୁଏ ତେବେ ଆନ୍ଦୋଳନ ପନ୍ଥା ଆପଣାଇବାକୁ ବାଧ୍ୟ ହେବୁ ବୋଲି ମତ ପ୍ରକାଶ କରିଛନ୍ତି ! 

କଳାହାଣ୍ଡି ରୁ ପରମାନନ୍ଦ ଠାକୁର ଙ୍କ ରିପୋର୍ଟ୍ 

Related posts

National Maritime Day was observed by the Institution of Engineers (India)

Sunil Chandra Nayak

ମହାତ୍ମାଗାନ୍ଧୀ ଓ ଶାନ୍ତି ଦୂତ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ସମାରୋହ

masiha

ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ ସପ୍ତାହ

Sunil Chandra Nayak

Leave a Comment

error: Content is protected !!